ରସାୟନ ଓ ସାର ମନ୍ତ୍ରଣାଳୟ

ଲକଡାଉନ କାଳରେ ଔଷଧ ଯୋଗାଣକୁ ସୁଗମ କରିବା ଲାଗି ଇ-ମେଲ ଓ ହ୍ଵାଟ୍ସ ଅପ ଜରିଆରେ ଅର୍ଡର ଗ୍ରହଣ କରୁଛି ଜନୌଷଧି କେନ୍ଦ୍ର

प्रविष्टि तिथि: 05 MAY 2020 12:59PM by PIB Bhubaneshwar

ଲକଡାଉନ ସମୟରେ ଔଷଧ ଯୋଗାଣକୁ ସୁଗମ କରିବା ପାଇଁ ଅନେକ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରଗୁଡ଼ିକ ଇ-ମେଲ ଏବଂ ହ୍ଵାଟ୍ସ ଅପ ଜରିଆରେ ଔଷଧ ବରାଦକୁ ଗ୍ରହଣ କରୁଛନ୍ତି ଯେକୌଣସି ବ୍ୟକ୍ତି ଡାକ୍ତରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରେସକ୍ରିପସନକୁ ଅପଲୋଡ କରି ଔଷଧ ବରାଦ କରିପାରିବେ ବରାଦ ମିଳିବା ପରେ ରୋଗୀଙ୍କ ନିକଟରେ ଔଷଧକୁ ପହଞ୍ଚାଇ ଦିଆଯାଉଛି ଜନୌଷଧି କେନ୍ଦ୍ରଗୁଡ଼ିକର ଏହି ଅଭିନବ ପଦକ୍ଷେପଗୁଡିକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି ବର୍ତ୍ତମାନ ଦେଶର 726ଟି ଜିଲ୍ଲାରେ 6300ରୁ ଅଧିକ ଜନୌଷଧି କେନ୍ଦ୍ରପରିଚାଳିତ ହେଇ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଣ ସୁନିଶ୍ଚିତ କରୁଛି ଏହି କେନ୍ଦ୍ରମାନଙ୍କରେ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ବଜାର ଦର ଠାରୁ ପ୍ରାୟ 50 ରୁ 90 ପ୍ରତିଶତ କମ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏପ୍ରିଲ ମାସରେ ସାରା ଦେଶରେ ପ୍ରାୟ 52 କୋଟି ଟଙ୍କା ମୂଲ୍ୟର ଔଷଧ ଯୋଗାଇ ଦିଆଯାଇଛି । ଏଥିସହ ଦୂର ଦୂରାନ୍ତରେ ଥିବା ଷ୍ଟୋରଗୁଡିକୁ ଔଷଧ ଯୋଗାଇବା ପାଇଁ ଇଣ୍ଡିଆ ପୋଷ୍ଟ ସହିତ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଛି

ଜନୌଷଧି ଗୋଦାମଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି ଏବଂ କର୍ମଚାରୀଙ୍କ ପାଇଁ ଘର ଭିତରର ଆବାସିକ ବ୍ୟବସ୍ଥା କରାଯାଇଛି

 

**********

 

 


(रिलीज़ आईडी: 1621268) आगंतुक पटल : 364
इस विज्ञप्ति को इन भाषाओं में पढ़ें: Punjabi , English , Urdu , Urdu , Marathi , हिन्दी , Manipuri , Bengali , Gujarati , Tamil , Telugu , Malayalam