ବୟନ ଶିଳ୍ପ ମନ୍ତ୍ରଣାଳୟ

ମହାରାଷ୍ଟ୍ରର 34ଟି ସ୍ଥାନରେ ଏମଏସପି ମାଧ୍ୟମରେ କପା ସଂଗ୍ରହ ଜାରି

• ଲକଡାଉନ୍‌ ସମୟରେ ମୋଟ 36,500 କ୍ୱିଣ୍ଟାଲ କପା ସଂଗ୍ରହ ଯାହାକି 6900 ଗାଣ୍ଠିଲି ସଙ୍ଗେ ସମାନ

Posted On: 04 MAY 2020 12:59PM by PIB Bhubaneshwar

ମହାରାଷ୍ଟ୍ରର ମୋଟ କପା ଉତ୍ପାଦନର ପ୍ରାୟ 77.40% ବଜାରରେ ପହଞ୍ଚି ସାରିଛି ଏବଂ ମାର୍ଚ୍ଚ 25, 2020 ସୁଦ୍ଧା ବିକ୍ରି ସରିଛି; ଭାରତୀୟ କପା ନିଗମ (ସିସିଆଇ) ଦନବାରା 91.90 ଲକ୍ଷ କ୍ୱିଣ୍ଟାଲ କପା ଯାହାକି 18.66 ଲକ୍ଷ ବେଲ୍‌ ସଙ୍ଗେ ସମାନ ଓ ଏହାର ଆନୁମାନିକ ମୂଲ୍ୟ 4995 କୋଟି ଟଙ୍କା  ସେସବୁ କୃଷକମାନଙ୍କ ଠାରୁ ସଂଗ୍ରହ ହୋଇଛି । ଚାଷୀଙ୍କ ଠାରୁ ସଂଗୃହୀତ କପାର ଅବଶିଷ୍ଟ ମୂଲ୍ୟ ଯଥା ଶୀଘ୍ର ସେମାନଙ୍କୁ ପ୍ରଦାନ କରାଯିବା ସକାଶେ ପଦକ୍ଷେପ ଗ୍ରହଣ; ମୋଟ ସଂଗ୍ରହ ମୂଲ୍ୟର 4987 କୋଟି ଟଙ୍କା କପା ଉତ୍ପାଦନକାରୀଙ୍କ ପାଖରେ ପହଞ୍ଚି ସାରିଛି ।

କୃଷକମାନେ ମହାରାଷ୍ଟ୍ରର ଏପିଏମସିକୁ ସେମାନଙ୍କର କପା ବିକ୍ରିକରି ଏବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କେତେକ ଗଣଧ୍ୟମରେ ପ୍ରକାଶ ପାଇଛି ।

କେନ୍ଦ୍ର ବୟନଶିଲ୍ପ ମନ୍ତ୍ରଣାଳୟ ପକ୍ଷରୁ କୃଷକମାନଙ୍କୁ ପୂର୍ଣ୍ଣ ଆଶ୍ୱାସନା ପ୍ରଦାନ କରାଯାଇଛି ଯେ ଭାରତୀୟ କପା ନିଗମ (ସିସିଆଇ) ଏହାର ଏଜେଣ୍ଟ ମହାରାଷ୍ଟ୍ର ରାଜ୍ୟ କପା ଉତ୍ପାଦନକାରୀ ମାର୍କେଟିଂ ଫେଡ଼େରେସନ ଲିମିଟେଡ଼ ସଂପୂର୍ଣ୍ଣ ପ୍ରସ୍ତୁତ ଏବଂ ଭାରତ ସରକାରଙ୍କ  ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କାର୍ଯ୍ୟ ମହାରାଷ୍ଟ୍ରରେ ପ୍ରବର୍ତ୍ତନ କରିବା ସକାଶେ ପ୍ରସ୍ତୁତ ରହିଛି ।

ମହାରାଷ୍ଟ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ଅକ୍ଟୋବର 2019 ଠାରୁ ଜାରି ରହିଛି । ମାର୍ଚ୍ଚ 25, 2020 ତାରିଖ ସୁଦ୍ଧା ଭାରତୀୟ କପା ନିମଗ (ସିସିଆଇ) ମୋଟ 91.90 ଲକ୍ଷ କ୍ୱିଣ୍ଟାଲ କପା ସଂଗ୍ରହ କରିଛି ଯାହାକି 18.66 ଲକ୍ଷ ଗାଣ୍ଠିଲି କପା ସହ ସମାନ ଏବଂ ଏହାର ମୂଲ୍ୟ 4995 କୋଟି ଟଙ୍କା । ଏହିସବୁ କପା ମହାରାଷ୍ଟ୍ରର 83ଟି କେନ୍ଦ୍ରରେ ସଂଗୃହୀତ ହୋଇଛି ।

ମାର୍ଚ୍ଚ 25, 2020 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଉତ୍ପାଦିତ ହେଉଥିବା ମୋଟ କପା ପରିମାଣର ପ୍ରାୟ 77.40% ବଜାରରେ ପହଞ୍ଚି ସାରିଛି ଏବଂ ତାହା ସିସିଆଇ ଏବଂ ଘରୋଇ ବ୍ୟବସାୟୀଙ୍କୁ ବିକ୍ରି ସରିଛି । ଲକଡାଉନ୍‌ ସମୟ ହୋଇଥିବାରୁ ପ୍ରାୟ 22.60% କପା ଏପର୍ଯ୍ୟନ୍ତ ବଜାରରେ ପହଞ୍ଚôବାକୁ ବାକି ଅଛି । ବାକି ଥିବା କପା ମଧ୍ୟରୁ ଅନୁମାନ ଲଗାଯାଉଛି ଯେ 40 ରୁ 50 % କପା ଯାହାର ମୂଲ୍ୟ ପ୍ରାୟ 21200 କୋଟି ଟଙ୍କା ହେବ ତାହା ଏଫଏକ୍ୟୁ ଗ୍ରେଡ଼ର ଏବଂ ଉତ୍ପାଦନକାରୀ ମାନେ ତାହା ଉପରେ ଏମଏସପି ପାଇବାକୁ ଆଶା କରୁଛନ୍ତି । କାରଣ କରୋନା ମହାମାରୀ ପରିସ୍ଥିତି କାରଣରୁ ବ୍ୟବସାୟୀମାନେ ସେଭଳି ମୂଲ୍ୟ ଦେବାକୁ ଚାହୁଁନଥାଇ ପାରନ୍ତି ।

ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରଦାନ କାର୍ଯ୍ୟକ୍ରମ ଏବେ ଜାରି ରହିଛି ଏବଂ ସିସିଆଇର ସଂଗ୍ରହ ଏବେ ରାଜ୍ୟର 34ଟି କେନ୍ଦ୍ରରେ ଜାରି ରହିଛି । କେବଳ ଲକଡାଉନ୍‌ ସମୟରେ ହିଁ ମହାରାଷ୍ଟ୍ରରୁ 36,000 କ୍ୱିଣ୍ଟାଲ କପା ସଂଗୃହୀତ ହୋଇଛି ଯାହା 6900 ଗାଣ୍ଠିଲି ସଙ୍ଗେ ସମାନ ।

ରାଜ୍ୟ ଏପିଏମସିମାନଙ୍କ ଦ୍ୱାରା ଏଭଳି କପା ସଂଗ୍ରହ ନିୟନ୍ତ୍ରିତ ହୋଇଥାଏ ଏବଂ ଏବେ 27ଟି କେନ୍ଦ୍ର ରେଡ଼ ଜୋନ ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନିତ ହୋଇଛି ଯେଉଁଠାରେ କି ମାର୍ଚ୍ଚ 3, 2020 ପରେ ସଂଗ୍ରହ ଅଧିକ ମାତ୍ରାରେ ହେବ ବୋଲି ଆଶା କରାଯାଉଛି । ଅବଶିଷ୍ଟ 22ଟି କେନ୍ଦ୍ରରେ କୃଷକମାନଙ୍କୁ ପାସ୍‌ / ଟୋକନ୍‌ ପ୍ରଦାନ ସକାଶେ ରାଜ୍ୟ ସରକାରଙ୍କୁ ସିସିଆଇ ଅନୁରୋଧ କରିଛି ଯଦ୍ୱାରା ସେମାନେ କେନ୍ଦ୍ରକୁ କୃଷକମାନେ କପା ଆଣିପାରିବେ । ଏହି ପ୍ରସଙ୍ଗ କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ଦୈନିକ ଭିତ୍ତିରେ ମନିଟର କରୁଛି । ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ କେତେ ଚାଷୀ ଆସୁଛନ୍ତି ଏବଂ ଏପିଏମସି ସେମାନଙ୍କ ଠାରୁ କେତେ କପା କ୍ରୟ କରୁଛି ତାହା ଉପରେ ନଜର ରଖିଛି । ଉତ୍ପନ୍ନ ସମସ୍ୟାଗୁଡ଼ିକର ସମାଧାନ ସକାଶେ ନିୟମିତ ଭାବେ ସମ୍ମିଳନୀର ଆୟୋଜନ ମାଧ୍ୟମରେ ସିସିଆଇ ମହାରାଷ୍ଟ୍ର ସରକାରଙ୍କ ଅଧିକାରୀମାନଙ୍କ ସହ ଉପଯୁକ୍ତ  ତଥା ଆବଶ୍ୟକ ସମନ୍ୱୟ ରକ୍ଷା କରିଛି । ବୟନଶିଳ୍ପ ମନ୍ତ୍ରଣାଳୟ ଏ ଦିଗରେ ମହାରାଷ୍ଟ୍ର ସରକାରଙ୍କୁ କେତେକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି ଏବଂ ସେଥିରେ ଏପିଏମସିରେ ଯେଭଳି କପାଚାଷୀମାନେ ସହଜରେ ପହଞ୍ଚି ପାରିବେ ସେଥି ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ସରକାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ପଳରେ ଚାଷୀମାନେ ଅଭାବୀ ବିକ୍ରୀର ଶିକାର ହେବେନାହିଁ ।

ସେହିଭଳି ସିସିଆଇ ଦ୍ୱାରା ସଂଗୃହୀତ କପାର ଅବଶିଷ୍ଟ ମୂଲ୍ୟ ଯେଭଳି କୃଷକମାନଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ମୋଟ 4995 କୋଟି କପା ମୂଲ୍ୟ ମଧ୍ୟରୁ 4987 କୋଟି ଟଙ୍କା କୃଷକମାନଙ୍କ ନିକଟରେ ପହଞ୍ଚି ସାରିଛି ।

 

**********



(Release ID: 1621062) Visitor Counter : 282