ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

प्रविष्टि तिथि: 03 MAY 2020 4:19PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ଵରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଲେଡି ହାର୍ଡିଙ୍ଗ ମେଡ଼ିକାଲ କଲେଜ ପରିଦର୍ଶନ କରି କୋଭିଡ-19 ମୁକାବିଲା ଅନୁଧ୍ୟାନ କରିଛନ୍ତି ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଜରୁରିକାଳୀନ ବିଭାଗ, ଓପିଡି, ନମୁନା ସଂଗ୍ରହ କେନ୍ଦ୍ର, କୋଭିଡ ବ୍ଲକ ଏବଂ ପ୍ରଥମ ଓ ଦ୍ଵିତୀୟ ମହଲାରେ ଥିବା ଗୁରୁତର ଚିକିତ୍ସା ବିଭାଗ, ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କ ପାଇଁ ପୋଷାକ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିବର୍ତ୍ତନ ସୁବିଧା ଓ ରେଡ ଜୋନ ଆଦି ବୁଲି ଦେଖିଥିଲେ।

ସ୍ଵତନ୍ତ୍ର କୋଭିଡ-19 ଚିକିତ୍ସା ବିଭାଗ ପ୍ରସ୍ତୁତ ହୋଇଥିବା ଅଙ୍କୋଲୋଜି କୋଠାରେ  ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ସ୍ଵତନ୍ତ୍ର ଗାଧୁଆ ବ୍ୟବସ୍ଥା, ପୋଷାକ ବଦଳାଇବା ଏବଂ ନିଜକୁ ବିଶୋଧନ କରିବାର ସୁବିଦା ଦେଖି ଡ. ହର୍ଷ ବର୍ଦ୍ଧନ ସନ୍ତୋଷ ବ୍ୟକ୍ତ କରିଥିଲେ। ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ନିମନ୍ତେ ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ଦିନକୁ ଦୁଇ ଥର ନିୟମିତ ଆଲୋଚନା କରିବା ଲାଗି ହସ୍ପିଟାଲ ପ୍ରଶାସନକୁ ସେ ପ୍ରଶଂସା କରିଥିଲେ।

କୋଭିଡ-19 ସଂକ୍ରମଣକୁ ଶୃଙ୍ଖଳକୁ ବିଚ୍ଛିନ୍ନ କରିବା ଲାଗି ତୃତୀୟ ପର୍ଯ୍ୟାୟ ଲକଡାଉନ (ମେ 17,2020 ପର୍ଯ୍ୟନ୍ତ)କୁ ଭଲ ଭାବେ ପାଳନ କରିବା ଲାଗି ଡ. ହର୍ଷ ବର୍ଦ୍ଧନ ଦେଶବାସୀଙ୍କୁ ନିବେଦନ କରିଛନ୍ତି। କୋଭିଡ-19 ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ କୋଭିଡ-19ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ପ୍ରତି ବାଛବିଚାର ନକରିବା ନିମନ୍ତେ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ବର୍ତ୍ତମାନସୁଦ୍ଧା ଦେଶରେ 10,632 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟ ଲାଭ କରିସାରିଛନ୍ତି। ବିଗତ 24 ଘଣ୍ଟା ମଧ୍ୟରେ 682 ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 39,980 ରହିଛି। ଗତ 24 ଘଣ୍ଟା ମଧ୍ୟରେ 2644 ଜଣ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

 

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ଵିଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

*********

 


(रिलीज़ आईडी: 1620717) आगंतुक पटल : 249
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam