ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ଲାଗି ଉତ୍ସର୍ଗୀକୃତ ସେବା ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ କରୋନା ଯୋଦ୍ଧାଙ୍କୁ ଗୃହମନ୍ତ୍ରୀଙ୍କ ଅଭିବାଦନ

प्रविष्टि तिथि: 03 MAY 2020 3:08PM by PIB Bhubaneshwar

କୋଭିଡ-19 ମହାମାରୀର ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିବା କରୋନା ଯୋଦ୍ଧାମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଅଭିବାଦନ ଜଣାଇଛନ୍ତିଶ୍ରୀ ଶାହ ଟ୍ୱିଟ ଜରିଆରେ କହିଛନ୍ତି, “କରୋନା ଯୋଦ୍ଧାଙ୍କୁ ଭାରତ ଅଭିବାଦନ ଜଣାଉଛିସରକାର ଏବଂ ପୁରା ଦେଶ ଆପଣମାନଙ୍କ ସହିତ ଛିଡା ହୋଇଛିଆମକୁ ସମସ୍ତ ଆହ୍ୱାନକୁ ସୁଯୋଗରେ ପରିଣତ କରି ଦେଶକୁ କରୋନାମୁକ୍ତ କରିବାକୁ ପଡିବଭାରତକୁ  ସୁସ୍ଥ ସମୃଦ୍ଧ କରି ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିବାକୁ ହେବଜୟ ହିନ୍ଦ୍

ଆଜି ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଦେଶବ୍ୟାପୀ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛିଭାରତୀୟ ସେନାର ଏହି ପ୍ରୟାସକୁ ପ୍ରଶଂସା କରି ଗୃହମନ୍ତ୍ରୀ କହିଛନ୍ତି, ଭାରତୀୟ ସଶସ୍ତ୍ର ସେନାବାହିନୀ ଆଜି ଡାକ୍ତର, ପୁଲିସ, ପାରାମିଲିଟାରୀ ଫୋର୍ସ ଏବଂ ଅନ୍ୟ କରୋନା ଯୋଦ୍ଧାଙ୍କୁ ଯେପରି ସମ୍ମାନ ପ୍ରଦର୍ଶନ କଲା ତାହା ହୃଦୟସ୍ପର୍ଶୀଦେଶର କରୋନା ବିରୋଧୀ ଲଢ଼େଇରେ ଏହି କରୋନା ଯୋଦ୍ଧାମାନଙ୍କର ଭୂମିକା ବାସ୍ତବିକ ପ୍ରଶଂସାଯୋଗ୍ୟ

 

****************


(रिलीज़ आईडी: 1620606) आगंतुक पटल : 192
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Marathi , Manipuri , Assamese , Bengali , Gujarati , Tamil , Telugu , Kannada , Malayalam