ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ନବମ ଓ ଦଶମ ଶ୍ରେଣୀ ପାଇଁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରିକଲା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ

• ଖୁବ୍‌ ଶୀଘ୍ର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିକଳ୍ପ ଶିକ୍ଷାବର୍ଷ ଓ ବିଷୟ କ୍ଷେତ୍ର କ୍ୟାଲେଣ୍ଡର ଜାରି କରାଯିବ : ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’

ପୋଷ୍ଟ କରାଯିବା ଦିନାଙ୍କ: 02 MAY 2020 6:39PM by PIB Bhubaneshwar

ମାଧ୍ୟମିକ ପର୍ଯ୍ୟାୟର ଦଶମ ଏବଂ ଏକାଦଶ ଶ୍ରେଣୀ ସକାଶେ କେନ୍ଦ୍ର ମାନନ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀ ଠାରେ ବିକଳ୍ପ ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରାଯାଇଛି ।  ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କଏହି କ୍ୟାଲେଣ୍ଡର ଜାରି କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ନିଶଙ୍କ କହିଷଳ ଯେ ଏହି କ୍ୟାଲେଣ୍ଡରରେ ଶିକ୍ଷକମାନଙ୍କ ପାଇଁ ବିଭିନ୍ନ ପ୍ରଯୁକ୍ତି ଉପକରଣ ଓ ସାମାଜିକ ଗଣମାଧ୍ୟମ ଉପକରଣ ବ୍ୟବହାର ସକାଶେ ଗାଇଡ଼ଲାଇନ୍‌ ଉପଲବ୍ଧ ରହିଛି । ଏହାକୁ ଅନୁସରଣ କରି ଶିକ୍ଷକମାନେ ଆନନ୍ଦମୟ ପରିବେଶରେ, ଛାତ୍ରଛାତ୍ରୀମାନଙ୍କ ମନରେ ଆଗ୍ରହ ସୃଷ୍ଟିକରି ଶିକ୍ଷାଦାନ କରିପାରିବେ ଏବଂ ତାହା ଗ୍ରହଣ କରିବାକୁ ବିଦ୍ୟାର୍ଥୀ, ମାତାପିତା ଏବଂ ଏପରିକି ଶିକ୍ଷକମାନେ ଆଗ୍ରହୀ ହେବେ । ଘରେ ପାଠ ପଢ଼ିଲା ବେଳେ ସୁଦ୍ଧା ବିଦ୍ୟାର୍ଥୀମାନେ ଏଥିପ୍ରତି ଆଗ୍ରହ ପ୍ରକଟ କରିବେ । କିନ୍ତୁ ଏକଥା ମଧ୍ୟ ସ୍ମରଣ ରଖିବାକୁ ହେବ ଯେ ଏଭଳି ଉପକରଣ, ଯଥା, ମୋବାଇଲ୍‌, ରେଡ଼ିଓ, ଟେଲିଭିଜନ, ଏସଏମଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଧ୍ୟ ପିଲାମାନଙ୍କ ପାଇଁ ଉପଲବ୍ଧ ହେବା ଜରୁରି ।

ଶ୍ରୀ ପୋଖରିଆଲ ଆହୁରି କହିଲେ ଯେ ଏକଥା ସତ ଯେ ଆମମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ଥାଇ ନପାରେ, ମୋବାଇଲ୍‌ ଥାଇ ନପାରେ କିମ୍ବା ବିଭିନ୍ନ ସାମାମଜିକ ଗଣମାଧ୍ୟମର ସାଧନ ଯେପରକି ହ୍ୱାଟ୍ସଆପ୍‌, ଫେସବୁକ୍‌, ଟ୍ୱିଟର, ଗୁଗଲ ଇତ୍ୟାଦି ଥାଇ ନପାରେ । ସେପରି ସ୍ଥଳେ ଏହି କ୍ୟାଲେଣ୍ଡର ଶିକ୍ଷକମାନଙ୍କୁ ଗାଇଡ଼ କରିବା ସହ ମାତାପିତା ଓ ଶିକ୍ଷକମାନଙ୍କୁ ମୋବାଇଲ୍‌ ଏସଏମଏସ ମାଧ୍ୟମରେ ମଧ୍ୟ ଗାଇଡ଼ କରିପାରିବେ । କିମ୍ବା ଭଏସ କଲ୍‌ ମଧ୍ୟ ଦେଇପାରିବେ । ମାତାପିତାମାନେ ଏହି କ୍ୟାଲେଣ୍ଡରକୁ ପ୍ରାଥମିକ ସ୍ତରରେ ପ୍ରବର୍ତ୍ତନ କରିବା ଦିଗରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ ।

ଶ୍ରୀ ପୋଖରିଆଲ କହିଲେ ଯେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସକାଶେ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଏବଂ ବିଷୟ କ୍ଷେତ୍ର ଖୁବ୍‌ ଶୀଘ୍ର ଜାରି କରାଯିବ । ଏହି କ୍ୟାଲେଣ୍ଡର ସମସ୍ତ ବିଦ୍ୟାର୍ଥୀ ଏପରିକି ଦିବ୍ୟାଙ୍ଗ ଶିଶୁ ( ଯେଉଁ ଶିଶୁମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ପ୍ରଦାନର ଆବଶ୍ୟକତା ରହିଛି) ସେମାନଙ୍କ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ । ଏଥବରେ ଅଡ଼ିଓ ବୁକ, ରେଡ଼ିଓ କାର୍ଯ୍ୟକ୍ରମ, ଭିଡ଼ିଓ କାର୍ଯ୍ୟକ୍ରମ ଲିଙ୍କକୁ ମଧ୍ୟ ସାମିଲ କରାଯାଇଛି ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଗୁରୁତ୍ୱ ଆରୋପ କରି କହିଲେ ଯେ ଏହି କ୍ୟାଲେଣ୍ଡରରେ ସପ୍ତାହୱାରୀ ପାଠ୍ୟକ୍ରମ ଯୋଜନା ରହିଛି ଯେଉଁଥିରେ ଅତି ଚମକ୍ରାର ତଥା ଚାଲେଞ୍ଜିଂ କାର୍ଯ୍ୟକ୍ରମ ମାନ ରହିଛି ଯାହାକି  ସିଲାବସ କିମ୍ବା ପାଠ୍ୟପୁସ୍ତକର ପ୍ରସଙ୍ଗ/ ଅଧ୍ୟାୟ ଆଧାରରେ ପ୍ରସ୍ତୁତ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲାଯେ ଏଥିରେ ପ୍ରସଙ୍ଗକୁ ଅଧ୍ୟୟନ ସୁଫଳ ମାପିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ପ୍ରସଙ୍ଗକୁ ମ୍ୟାପିଂ କରିବାର ଉଦେ୍ଦଶ୍ୟଟି ହେଲା ତାହା ଦ୍ୱାରା ଶିକ୍ଷକ/ ମାତାପିତା ପିଲାର ବିଦ୍ୟାଧ୍ୟୟନର ପ୍ରଗତି ସଂପର୍କରେ ସହଜରେ ଅନୁମାନ କରିପାରିବେ । ଏପରିକି ପାଠ୍ୟପୁସ୍ତକ ବହିର୍ଭୁତ ପ୍ରସଙ୍ଗକୁ ମଧ୍ୟ ସେମାନେ ଯାଇପାରିବେ । ସେ କହିଲେ ଯେ  କ୍ୟାଲେଣ୍ଡରରେ ଯେଉଁସବୁ ପାଠ୍ୟ କାର୍ଯ୍ୟକ୍ରମ ସାମିଲ କରାଯାଇଛି ସେଥିରେ ଅଧ୍ୟୟନ ସୁଫଳ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଯେକୌଣସି ସାଧନ ଦ୍ୱାରା ତାହା ହାସଲ କରିବେ । ତାହା ସେମାନଙ୍କ ରାଜ୍ୟ କିମ୍ବା କେନ୍ଦ୍ରଶାସିତ କ୍ଷେତ୍ର ଦ୍ୱାରା ପିଲାମାନଙ୍କ ପାଇଁ ପ୍ରଦତ୍ତ ପାଠ୍ୟପୁସ୍ତକ ହୋଇଥାଉ ।

ଉନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ ଏହି କ୍ୟାଲେଣ୍ଡରରେ ପରୀକ୍ଷାମୂଳକ ଅଧ୍ୟୟନ କାର୍ଯ୍ୟକଳାପ ଯଥା କଳା ଶିକ୍ଷା, ଶାରୀରିକ ବ୍ୟାୟା, ଯୋଗ ଆଦିକୁ ସାମିଲ କରାଯାଇଛି । ଏଥିରେ ଶ୍ରେଣୀୱାରୀ କାର୍ଯ୍ୟକଳାପକୁ ଟାବୁଲାର ଫର୍ମରେ ରଖାଯାଇଛି । ସେଥିରେ ଚରିଟି ଭାଷାକୁ ବିଷୟ କ୍ଷେତ୍ର  ଯଥା ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଏବଂ ସଂସ୍କୃତକୁ ରଖାଯାଇଛି । ପୁନଶ୍ଚ ଏଥିରେ ଶିକ୍ଷକ, ଛାତ୍ରଛାତ୍ରୀ ତଥା ମାତାପିତାଙ୍କ ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ନିମନ୍ତେ କେତେକ ଉପାୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି ।

ଭାରତ ସରକାରଙ୍କ ଦୀକ୍ଷା ପୋର୍ଟାଲ.

ଓମସ୍ତ ପ୍ରକାର କାର୍ଯ୍ୟକଳାପ ପରାମର୍ଶମୂଳକ, ଏବଂ ତାହା ନିର୍ଦ୍ଦେଶମୂଳକ ନୁହେଁ, କିମ୍ବା ଏହାର କ୍ରମ ମଧ୍ୟ ବାଧ୍ୟତାମୂଳକ ନୁହେଁ । ଶିକ୍ଷକ ଓ ମାତାପିତାମାନେ ସେହିସବୁ କାର୍ଯ୍ୟକ୍ରମକୁ ବିଷୟ ସହ ଯୋଡ଼ିବେ ଏବଂ ଛାତ୍ରଛାତ୍ରୀମାନଙ୍କ  ଆଗ୍ରହକୁ ଦୃଷ୍ଟିରେ ରଖି, କ୍ରମ ବିନା ତାହାକୁ କାର୍ଯ୍ୟକାରୀ କରାଇବେ ।

ଏନସିଇଆରଟି ଛାତ୍ରଛାତ୍ରୀ, ମାତାପିତା ଏବଂ ଶିକ୍ଷକମାନଙ୍କ ସହ ଟିଭି ଚାନେଲ, ସ୍ୱୟଂ ପ୍ରଭା (କିଶୋର ମଞ୍ଚ) (ମାଗଣା ଡିଟିଏଚ ଚାନେଲ 128ରେ ଏହା ଉପଲବ୍ଧ, ଡ଼ିସ୍‌ ଟିଭି ଚାନେଲରେ  950, ସନ୍‌ ଡ଼ାଇରେକ୍ଟରେ 793, ଜିଇ ଟିଭି, ଟାଟା ସ୍କାଏରେ 756, ଏୟାରଟେଲ ଚାନେଲରେ 440, ଭିଡ଼ିଓକନ ଚାନେଲରେ 477) କିଶୋର ମଞ୍ଚ ଆପ୍‌ (ଯେକୌଣସି ପ୍ଲେଷ୍ଟୋରରୁ ଡାଉନଲୋଡ଼ କରିହେବ) ଏବଂ ୟୁଟୁବ୍‌ ଲାଇଭ୍‌ (ଏନସିଇଆରଟି ସରକାରୀ ଚାନେଲ)ରେ ଏଭଳି ଭାବବିନିମୟମୂଳକ ସେସନ୍‌ ଆରମ୍ଭ ହୋଇସାରିଛି । ଏହି ସବୁ ସେସନ୍‌ ପ୍ରାଥମିକ ଶ୍ରେଣୀ ପାଇଁ ପୂର୍ବାହ୍ଣ 11.00 ଠାରୁ 01.00 ପର୍ଯ୍ୟନ୍ତ, ଅପର ପ୍ରାଇମେରୀ ଶ୍ରେଣୀ ପାଇଁ ଅପରାହ୍ଣ 02.00 ଠାରୁ 11.00 ପର୍ଯ୍ୟନ୍ତ ପ୍ରତିଦିନ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ  ପ୍ରସାରିତ ହୋଇଥାଏ । ଏହା ବ୍ୟତୀତ, ଦର୍ଶକମାନଙ୍କ ଆଗ୍ରହ ସକାଶେ, ଅନ୍ୟ କେତେକ କାର୍ଯ୍ୟକ୍ରମକୁ ମଧ୍ୟ ଶିକ୍ଷାଦାନ ବିଷୟ ଭାବେ ସିଧା ପ୍ରସାରଣରେ ପ୍ରଦର୍ଶନ କରାଯାଇଥାଏ । ଏହି କ୍ୟାଲେଣ୍ଡର ମଧ୍ୟ ସେହିସବୁ କଥା ଏସସିଇଆରଟି/ ଏସଆଇଇ, ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସଇ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ବୋର୍ଡ଼ ଇତ୍ୟାଦିଙ୍କ ଦ୍ୱାରା  ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରସାରିତ କରାଯିବ ।

ଏହା ଛାତ୍ରଛାତ୍ର, ଶିକ୍ଷକ, ବିଦ୍ୟାଳୟର ପ୍ରିନ୍ସିପାଲ ଓ ମାତାପିତା ସମସ୍ତଙ୍କୁ ସଶକ୍ତ କରିବ ଏବଂ ସେମାନେ କୋଭିଡ଼-19 ଭଳି ମହାମାରୀକୁ ମୁକାବିଲା କରିବାକୁ ସକ୍ଷମ ହୋଇପାରିବେ । ଏଭଳି ଅନ୍‌ ଲାଇନ୍‌ ଶିକ୍ଷାଦାନ- ଅଧ୍ୟୟନ ସଂପଦ ଘରେ ଉପଲବ୍ଧ ହେବ ଏବଂ ସମସ୍ତେ ସେଥିରୁ ଶୈକ୍ଷିକ ସୁଫଳ ପାଇପାରିବେ ।

 କୋଭିଡ଼-19 ମହାମାରୀ ବେଳେ ଛାତ୍ରଛାତ୍ରୀମାନଙ୍କୁ ସେମାନେ ଘରେ ଥିବାବେଳେ ଅର୍ଥପୂର୍ଣ୍ଣ ଭାବେ ଅଧ୍ୟୟନ କାର୍ଯ୍ୟରେ ନିୟୋଜିତ ରଖିବା ସକାଶେ ଏଭଳି କ୍ୟାଲେଣ୍ଡର ବିଶେଷ ଭାବେ ସହାୟକ ହେବ । ସେମାନେ ନିଜର ଶିକ୍ଷା କାର୍ଯ୍ୟକ୍ରମ ଘରେ ରହି ସଂପାଦନ କରିପାରିବେ ଓ ନିଜ ନିଜର ମାତାପିତା ଓ ଶିକ୍ଷକଙ୍କ ସହାୟତା ନେଇପାରିବେ । ଛାତ୍ରଛ୍ରାତ୍ରୀ, ମାତାପିତା ଓ ଶିକ୍ଷକମାନଙ୍କ ପାଇଁ ପ୍ରାଥମିକ ଏବଂ ଅପର ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷାଲାଭ ପାଇଁ ଏଭଳି ବିକଳ୍ପ ଆକାଡ଼େମିକ କ୍ୟାଲେଣ୍ଡର ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ତାହା ପ୍ରସ୍ତୁତ ହୋଇଛି । ଏହି ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ପ୍ରାଥମିକ ପର୍ଯ୍ୟାୟ  (ଶ୍ରେଣୀ 1 ଠାରୁ 5 ପର୍ଯୃନ୍ତ) ଏବଂ ଅପର ପ୍ରାଇମେରୀ ପର୍ଯ୍ୟାୟ (ଶ୍ରେଣୀ 6 ଠାରୁ 8 ପର୍ଯ୍ୟନ୍ତ)କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅପ୍ରେଲ, 2020ରେ ଜାରି କରିଥିଲେ ।

https://static.pib.gov.in/WriteReadData/userfiles/Academic%20Calender%20-%20Secondary%20-%20Eng..pdf

http://164.100.117.97/WriteReadData/userfiles/Alternative%20%20Academic_Secondary-hindi.pdf

 

**********


(ରିଲିଜ ଆଡି: 1620555) ପରିଦର୍ଶକ କାଉଣ୍ଟର : 224