ପ୍ରତିରକ୍ଷା ମନ୍ତ୍ରଣାଳୟ

କରୋନା ଯୋଦ୍ଧାଙ୍କୁ ଭାରତର ପ୍ରଣାମ

Posted On: 02 MAY 2020 6:09PM by PIB Bhubaneshwar

କୋଭିଡ଼ ଯୋଦ୍ଧାଙ୍କ ସହଯୋଗରେ ଭାରତ କରୋନା ଭୂତାଣୁ ମହାମାରୀ ବିରୋଧରେ ତାର ଯୁଦ୍ଧ ସଫଳତାର ସହ ଲଢ଼ି ଚାଲିଛି । ଭାରତୀୟ ବାୟୁସେନା (ଆଇଏଏଫ) କରୋନା ବିରୋଧୀ ଏହି ଲଢ଼େଇରେ ଜାତୀୟ ପ୍ରୟାସରେ ସାମିଲ ହୋଇ ନିଜର ଯୋଗଦାନ ଦେଇଚାଲିଛି । ଉଭୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଲୋକ ଏବଂ ସାମଗ୍ରୀ ପରିବହନ କରି ଆଇଏଏଫ ତାର ପରାକାଷ୍ଠା ପ୍ରଦର୍ଶନ କରିଛି । ଏବେସୁଦ୍ଧା ଭାରତୀୟ ବାୟୁସେନା 600 ଟନ୍‌ ମେଡ଼ିକାଲ ସାମଗ୍ରୀ ଏବଂ ବିପୁଳ ସଂଖ୍ୟକ ଲୋକ ଯେଉଁଥିରେ ଡାକ୍ତର, ପାରା ମେଡ଼ିକ୍‌ ଏବଂ କୋଭିଡ଼ ପରୀକ୍ଷାଗାର ସ୍ଥାପନ ସକାଶେ ଆବ୍ୟଶକ ଟେଷ୍ଟିଂ ଉପକରଣ ଆଦି ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଛି । ଭାରତୀୟ ବାୟୁସେନାର ସଦସ୍ୟମାନେ କରୋନା ବିରୋଧୀ ସଂଗ୍ରାମରେ ସେମାନଙ୍କର ସହଯୋଗ ଯୋଗାଇ ଚାଲିଛନ୍ତି । ସେହି ଅବଦାନକୁ ସ୍ୱୀକାର ପୂର୍ବକ ଆଇଏଏଫ୍‌ ସମେତ ଏହାର ଅନ୍ୟ ସହଯୋଗୀ ସେବାସଂସ୍ଥା ଓ  ଭାରତର ସମସ୍ତ କରୋନା ଯୋଦ୍ଧାମାନଙ୍କୁ ପ୍ରଣାମ ଜଣାଇବା ଲାଗି ନିଜର ଅଭିନବ ଉପାୟରେ ଯୋଜନା ପ୍ରସ୍ତୁତ କରିଛି । ଏହି ଅବସରରେ ଭାରତୀୟ ବାୟୁ ସେନା ପକ୍ଷରୁ ଲଢ଼ୁଆ ବିମାନମାନ ଉଡ଼ାଣ କରାଯାଇ କୋଭିଡ଼ ଯୋଦ୍ଧାମାନଙ୍କୁ ପ୍ରଣାମପୂର୍ବକ ସମ୍ମାନ ଜଣାଯିବ । ଏହି ଯୋଦ୍ଧାମାନେ ଅହୋରାତ୍ର ଅକ୍ଳାନ୍ତ ଶ୍ରମ ସ୍ୱୀକାର କରି ନିଃସ୍ୱାର୍ଥପର ଭାବେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରିଆସୁଛନ୍ତି ଯାହାକି ଏଭଳି ଜଟିଳ ସମୟ ପାଇଁ ଏକାନ୍ତ ପ୍ରୟୋଜନ ।

ଆସନ୍ତାକାଲି ଅର୍ଥାତ୍‌, ମେ 3, 2020 ତାରିଖ ଦିନ ଦିଲ୍ଲୀ ଏବଂ ଏନସିଆର କ୍ଷେତ୍ର ଉପରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଉଡ଼ାଣ କରାଯିବ । ଏହି ବିମାନ କାର୍ଯ୍ୟକୁ ଭାତୀୟ ବାୟୁସେନାର ତାଲିକ କାର୍ଯ୍ୟକ୍ରମ ସହ ଯୋଡ଼ାଯାଇଛି ଏବଂ ଏହା ପରିବହନ ବିମାନ ତଥା ହେଲିକପ୍ଟରଗୁଡ଼ିକ ସକାଶେ ମଧ୍ୟ ଏକ ଉଡ଼ାଣ ସୁଯୋଗ ଯେଉଁମାନେ କି କୋଭିଡ଼-19 ମହାମାରୀ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

କରୋନା ଯୋଦ୍ଧାଙ୍କୁ ଦିଲ୍ଲୀର ଆକାଶମାର୍ଗରୁ ଏଭଳି ପ୍ରଣାମ କାର୍ଯ୍ୟ ପୂର୍ବାହ୍ଣଁ 1000-1030 ମଧ୍ୟରେ ସଂପାଦନ କରାଯିବ । ଏହି ବିମାନ ଉଡ଼ାଣ ଗୋଷ୍ଠୀରେ ସୁଖୋଇ-30, ଏମକେଆଇ, ମିଗ-29, ଏବଂ ଜାଗୁଆର ଭଳି ଲଢ଼ୁଆ ବିମାନ ଓ ହେଲିକପ୍ଟର ସାମିଲ ହେବେ ଏବଂ ସେମାନେ ରାଜପଥର ଆକାଶ ଉପର ଦେଇ ଉଡ଼ାଣ ଭରିବେ । ସେମାନେ ଦିଲ୍ଲୀ ଆକାଶରେ କିଛି ସମୟ ପାଇଁ ଉଡ଼ିବେ ଏବଂ ଦିଲ୍ଲୀବାସୀମାନେ ସେମାନଙ୍କର ଘର ଛାତ ଉପରୁ ଏଭଳି ବିମାନ ଉଡ଼ାଣକୁ ଦେଖିପାରିବେ । ଏହାତିରିକ୍ତ, ସି-130 ପରିବହନ ବିମାନ ସେମାନଙ୍କ ପଛେ ପଛେ ଅନୁରୂପ ଭାବେ ଉଡ଼ିବ ଏବଂ ତାହା ସମଗ୍ର ଦିଲ୍ଲୀ ଏବଂ ଏନସିଆର କ୍ଷେତ୍ର ଉପରେ ଉଡ଼ିବୁଲିବ । ଲଢ଼ୁଆ ବିମାନସବୁ ପ୍ରାୟ 500 ମିଟର ଠାରୁ 1000 ମିଟର ଉଚ୍ଚରେ ଏରୋସ୍ପେସ୍‌ ନିରାପତ୍ତା ଏବଂ ପକ୍ଷୀମାନଙ୍କ ଉଡ଼ିବାକୁ ଦୃଷ୍ଟିରେ ରଖି ସଂପାଦନ କରାଯିବ ।

ଏହାତିରିକ୍ତ ହେଲିପକ୍ଟର ଯୋଗେ ଆକାଶ ମାର୍ଗରୁ ପୁଲିସ ଯୁଦ୍ଧ ସ୍ମାରକୀ ଉପରେ 0900 ଘଟିକା ସମୟରେ ପୁଷ୍ପ ବୃଷ୍ଟି କରାଯିବ । ଏହାପରେ ଦିଲ୍ଲୀର ବିଭିନ୍ନ ହସପିଟାଲ ଯେଉଁମାନେ କି କୋଭିଡ଼-19 ରୋଗୀମାନଙ୍କ ଚିକିତ୍ସା କାର୍ଯ୍ୟରେ ସାମିଲ ହୋଇଛନ୍ତି ସେମାନଙ୍କ ଉପରେ 1000 ଠାରୁ 1030 ଘଟିକା ମଧ୍ୟରେ ପୁଷ୍ପ ବୃଷ୍ଟି କରାଯିବ । ଯେଉଁସବୁ ହସପିଟାଲ ଉପରେ ଏଭଳି ପୁଷ୍ପବୃଷ୍ଟି ସକାଶେ ତାଲିକା ପ୍ରସ୍ତୁତ କରାଯାଇଛି ସେଥି ମଧ୍ୟରେ ଏମ୍ସ, ଦୀନ ଦୟାଲ ଉପାଧ୍ୟାୟ ହସପିଟାଲ, ଜିଟିବି ହସପିଟାଲ, ଲୋକନାୟକ ହସପିଟାଲ, ରାମ ମନୋହର ଲୋହିଆ ହସପିଟାଲ, ସଫଦରଜଙ୍ଗ ହସପିଟାଲ, ଶ୍ରୀ ଗଙ୍ଗାରାମ ହସପିଟାଲ, ବାବା ସାହେବ ଆମ୍ବେଦକର ହସପିଟାଲ, ମାକ୍ସ ସାକେତ, ରୋହିଣୀ ହସପିଟାଲ, ଆପୋଲୋ ଇନ୍ଦ୍ରପ୍ରସ୍ଥ ହସପିଟାଲ ଏବଂ ଆର୍ମି ହସପିଟାଲ ରିସର୍ଚ୍ଚ ଆଣ୍ଡ ରେଫେରାଲ ସାମିଲ ।

 

**********

 



(Release ID: 1620516) Visitor Counter : 166