ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି କ୍ଷେତ୍ରର ସମୀକ୍ଷା ବୈଠକ

Posted On: 01 MAY 2020 5:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶକ୍ତି କ୍ଷେତ୍ରର ବିଭିନ୍ନ କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହେବା ସହିତ କୋଭିଡ-19ର ପ୍ରଭାବ ନେଇ ସମୀକ୍ଷା କରାଯାଇଥିଲା ଶକ୍ତି କ୍ଷେତ୍ରର ସ୍ଥିରତା, ନମନୀୟତା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଦୀର୍ଘକାଳୀନ ସଂସ୍କାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ

ବ୍ୟବସାୟର ସରଳତା, ଅକ୍ଷୟ ଶକ୍ତିର ପ୍ରସାର, କୋଇଲା ଯୋଗାଣରେ ସୁବିଧା, ସରକାରୀ-ବେସରକାରୀ ସହଭାଗୀତାର ଭୂମିକା ଏବଂ ଶକ୍ତି କ୍ଷେତ୍ରରେ ନିବେଶ ବୃଦ୍ଧି ଇତ୍ୟାଦି ଆଲୋଚନାରେ ସ୍ଥାନ ପାଇଥିଲା

ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ଶକ୍ତି କ୍ଷେତ୍ରର ମହତ୍ଵକୁ ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ବେସରକାରୀ ପୁଞ୍ଜି ନିବେଶ ଲାଗି ଚୁକ୍ତିଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରୀତାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା

ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ନେବା ଉପରେ ସେ ଜୋର ଦେଇଥିଲେ ଏବଂ ସମସ୍ତ ଗ୍ରାହକଙ୍କୁ 24X7 ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପଯୁକ୍ତ ଶୁଳ୍କ ଏବଂ ଉନ୍ନତ ଶାସନ ସହିତ ସବସିଡିକୁ ଠିକ ସମୟରେ ପ୍ରଦାନ କରିବା ତଥା ବିତରଣ କମ୍ପାନୀଗୁଡିକର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶକ୍ତି ରାଷ୍ଟ୍ରମନ୍ତ୍ରୀ ଏବଂ  ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

 

**********

 



(Release ID: 1620194) Visitor Counter : 175