ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଜିଆଇଏସ ଡାସବୋର୍ଡ ବ୍ୟବହାର କରି କୋଭିଡ-19 ହଟସ୍ପଟର ନିରୀକ୍ଷଣ କରୁଛି ଆଗ୍ରା ସ୍ମାର୍ଟ ସିଟି

प्रविष्टि तिथि: 30 APR 2020 1:58PM by PIB Bhubaneshwar

ଆଗ୍ରା ସ୍ମାର୍ଟ ସିଟି ଏକ ଜିଆଇଏସ ଡାସବୋର୍ଡର ନିର୍ମାଣ କରିଛି, ଯାହାକି କୋଭିଡ-19 ହଟସ୍ପଟ ଅଞ୍ଚଳ ତଥା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଇତ୍ୟାଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରୁଛିଏହି ଡାସବୋର୍ଡକୁ ପ୍ରତିଦିନ ଅପଡେଟ କରାଯାଉଛି, ଏହାକୁ ନିମ୍ନ ଲିଙ୍କରେ ଦେଖିହେବ http://covid.sgligis.com/agra  । ଆଇଜିଆଇଏସ ପ୍ଲାଟଫର୍ମରେ ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଏହି ଡାସବୋର୍ଡକୁ ତିଆରି କରାଯାଇଛିଏହି ଡାସବୋର୍ଡ ପ୍ରସ୍ତୁତିରେ ଜିଆଇଏସ, ଇମେଜ ପ୍ରସେସିଂ, ଫଟୋଗ୍ରାମେଟ୍ରି ଏବଂ ସିଏଡିର ବ୍ୟବହାର କରାଯାଇଛିଏହି ଡାସବୋର୍ଡକୁ କୃଷିପ୍ରତିରକ୍ଷା, ଜଙ୍ଗଲ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ମାଇନିଂ, ଶକ୍ତି, ସ୍ମାର୍ଟ ସିଟି ସହରାଞ୍ଚଳ ପ୍ଲାନିଂ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ

 

**************


(रिलीज़ आईडी: 1619544) आगंतुक पटल : 228
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Marathi , Manipuri , Assamese , Bengali , Gujarati , Tamil , Telugu