ରେଳ ମନ୍ତ୍ରଣାଳୟ

ଗତବର୍ଷ ତୁଳନାରେ ଲକଡାଉନ୍‌ ଅବଧିରେ ଘରୋଇ ଖାଦ୍ୟଶସ୍ୟ (ପିଏଫଜି) ମାଲ ପରିବହନରେ ପର୍ଯ୍ୟାପ୍ତ ଅଭିବୃଦ୍ଧି

• ଲକଡାଉନ୍‌ ଅବଧି, ମାର୍ଚ୍ଚ 25 ଠାରୁ ଅପ୍ରେଲ 28, 2020 ପର୍ଯ୍ୟନ୍ତ ଭାରତୀୟ ରେଳବାଇ ଦ୍ୱାରା 7.75 ଲକ୍ଷ ଟନ (303 ରେକସ) ପିଏଫଜି ମାଲ ବୋଝେଇ
• ବିଗତ ବର୍ଷ ଏହି ସମୟରେ ପିଏଫଜି ମାତ୍ରା 6.62 ଲକ୍ଷ ଟନ୍‌ (243 ରେକ୍ସ) ଥିଲା
• ଖାଦ୍ୟଶସ୍ୟ ଭଳି କୃଷି ଉତ୍ପାଦନକୁ ନିର୍ଦ୍ଧାରିତ ସମୟରେ ପରିବହନ ତଥା ଯୋଗାଣ ଚେନକୁ ଅତୁଟ ରଖିବା ସକାଶେ ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି

Posted On: 29 APR 2020 5:51PM by PIB Bhubaneshwar

ଦେଶରେ କୋଭିଡ-19 ମହାମାରୀ ଯୋଗୁ ଉତ୍ପନ୍ନ ଲକଡାଉନ୍‌ ପରିସ୍ଥିତି ସତ୍ତ୍ୱେ ଭାରତୀୟ ରେଳବାଇ ପକ୍ଷରୁ ଖାଦ୍ୟଶସ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସାରା ଦେଶରେ ଯେଭଳି ସ୍ୱାଭାବିକ ତଥା ଅତୁଟ ରହିବ ସେଥିପାଇଁ ବିଶେଷ ପ୍ରୟାସ କରାଯାଇଛି । ଏହି ସମୟରେ ଭାରତୀୟ ରେଳବାଇ ତାର ମାଲବାହୀ ତଥା ପାର୍ସଲ ସର୍ଭିସ ଜରିଆରେ ଏଭଳି ଖାଦ୍ୟଶସ୍ୟ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛି ।

ଦେଶର ସମସ୍ତ ପରିବାରରେ ଯେଭଳି ଚୂଲି ଅଜଳା ନରହେ ଏବଂ କାହାରି ପାଖରେ ଖାଦ୍ୟସାମଗ୍ରୀର ଅଭାବ ଦେଖାନଦିଏ ତାହା ସୁନିଶ୍ଚିତ କରିବା ନିମନ୍ତେ ଲକଡାଉନ୍‌ ଅବଧି, ଅର୍ଥାତ 2020 ମାର୍ଚ୍ଚ 25 ତାରିଖ ଠାରୁ ଅପ୍ରେଲ 28 ତାରିଖ ସୁଦ୍ଧା ଭାରତୀୟ ରେଳବାଇ ଦ୍ୱାରା 7.75 ଲକ୍ଷ ଟନ୍‌ (303 ରେକସ୍‌) ଘରୋଇ ଖାଦ୍ୟଶସ୍ୟ ପହଞ୍ଚାଯାଇଛି । ଗତ ବର୍ଷ ଏହି ସମୟରେ ଏଭଳି ଖାଦ୍ୟଶସ୍ୟ ପରିବହନ ପରିମାଣ 6.62 ଲକ୍ଷ ଟନ୍‌ (243 ରେକସ୍‌) ଥିଲା । ଏଭଳି ଘରୋଇ ଖାଦ୍ୟଶସ୍ୟ (ପିଏଫଜି) ଲୋଡ଼ିଂରେ ଆନ୍ଧ୍ର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲ ନାଡ଼ୁ ପ୍ରମୁଖ ରାଜ୍ୟ ଭାବେ ବିବେଚିତ ହୋଇଛନ୍ତି ।

ଭାରତୀୟ ରେଳବାଇ ପକ୍ଷରୁ ଏକଥା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ଯେ ଖାଦ୍ୟଶସ୍ୟ ଭଳି କୃଷି ଉତ୍ପାଦକୁ ଯେଭଳି ନିର୍ଦ୍ଧାରିତ ସମୟରେ ସଂଗ୍ରହ କରାଯାଇ ଉପଯୁକ୍ତ ସ୍ଥାନରେ ପହଞ୍ଚାଯିବ ।  କୋଭିଡ-19 ମହାମାରୀ ଯୋଗୁ ଲକଡାଉନ୍‌ ବେଳେ ଏଭଳି ପରିବହନ ଏକାନ୍ତ ଜରୁରି ହୋଇପଡ଼ିଛି । ଲକଡାଉନ୍‌ ସମୟରେ ଏଭଳି ଅତ୍ୟାବଶ୍ୟକ ସାମଗ୍ରୀର ବୋଝେଇ, ପରିବହନ ଏବଂ ଖଲାସ କାର୍ଯ୍ୟ  ଯଥାରୀତି ପୂର୍ଣ୍ଣ ମାତ୍ରାରେ ପ୍ରଗତି ପଥରେ ରହିଛି ।

ଲକଡାଉନ୍‌ ଅବଧି ଆରମ୍ଭ ହେବା ପରଠାରୁ କେତେକ ପଚନଯୋଗ୍ୟ ସାମଗ୍ରୀ ଯଥା ଫଳ ଓ ପନିପରିବା, କ୍ଷୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ଉତ୍ପାଦ ତଥା କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ବିହନର ପରିବହନ ସକାଶେ ଭାରତୀୟ ରେଳବାଇ ପାର୍ସଲ୍‌ ସ୍ୱତନ୍ତ୍ର ଟ୍ରେନ ପାଇଁ କେତେକ ମାର୍ଗ ଚିହ୍ନଟ କରିଛି । ସେହିସବୁ ମାର୍ଗ ଯେଉଁଠାରେ କି ସାଧାରଣ ସମୟରେ ଚାହିଦା କମ୍‌ ରହିଥାଏ, ତାହା ଦେଇ ଏଭଳି ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍‌ ଯାତାୟାତ କରୁଛି ଯଦ୍ୱାରା ଦେଶର କୌଣସି ଭାଗ ଯେଭଳି ସଂଯୋଗରହିତ ହୋଇନଯାଏ ।  ସେହିସବୁ ଟ୍ରେନଗୁଡ଼ିକୁ ଯାତ୍ରା ସମୟରେ ଓ ଉପଯୁକ୍ତ ସ୍ଥାନରେ ଅଟକି ରହିବାର ସୁଯୋଗ ଯୋଗାଇ ଦିଆଯାଇଛି ଯଦ୍ୱାରା ସର୍ବାଧିକ ସାମଗ୍ରୀର ପରିବହନ କରାଯାଇପାରିବ ।

 

**********

 

 

 

 



(Release ID: 1619446) Visitor Counter : 175