ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

ଅଣ-କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ନକରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ

प्रविष्टि तिथि: 29 APR 2020 6:25PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ଵରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସାରା ଦେଶରୁ ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲର ସଦସ୍ୟମାନଙ୍କ ସହିତ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ସେ ପିଏମ କେୟାର୍ସ ପାଣ୍ଠିକୁ 9.1 କୋଟି ଟଙ୍କା ଏବଂ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ରିଲିଫ ପାଣ୍ଠିକୁ 12.5 କୋଟି ଟଙ୍କା ଦାନ ନିମନ୍ତେ ଲାୟନ୍ସ କ୍ଲବର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏହାଛଡ଼ା ଲକ୍ଷାଧିକ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଚିକିତ୍ସା ଲାଗି ସୁରକ୍ଷା ଉପକରଣ  ଯୋଗାଇ ଦେବା ନିମନ୍ତେ ସେମାନଙ୍କର ଯୋଗଦାନକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସମେତ ସମସ୍ତ ସମର୍ପିତ ଅଂଶୀଦାର ଓ ଭାଗୀଦାରଙ୍କୁ ନେଇ ଭାରତ କୋଭିଡ-19 ବିରୋଧରେ ବିଜୟୀ ହୋଇପାରିବ।

ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ରାଜ୍ୟ ଓ ଜିଲ୍ଲାଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ କୋଭିଡ -19 ମୁକାବିଲା ନିମନ୍ତେ ସ୍ଵାସ୍ଥ୍ୟ ଭିତ୍ତିଭୂମି ଏବଂ ବିଭିନ୍ନ ମୁକାବିଲା କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ ଏହି ଭିଡିଓ କନଫରେନ୍ସ ଅବସରରେ ଜିଆଇଏସ ଡ୍ୟାଶବୋର୍ଡ ପରିଚାଳନା, କୋଭିଡ-19 ପୋର୍ଟାଲ ଏବଂ ସମର୍ପିତ ଆରଟି-ପିସିଆର ରେଫରାଲ ଆପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆତ୍ମନିରୀକ୍ଷଣ ଉପକରଣ ଭାବେ ଆରୋଗ୍ୟ ସେତୁ ଆପର ଉପଯୋଗ ନିମନ୍ତେ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।

ସଚିବ ଆହୁରି ମଧ୍ୟ ଗୁରୁତ୍ଵାରୋପ କରିଥିଲେ ଯେ ଅଣ-କୋଭିଡ ଜରୁରି ଚିକିତ୍ସାକୁ ଅବହେଳା କରାଯିବା ଅନୁଚିତ ଡାଏଲିସିସ, କର୍କଟ ଚିକିତ୍ସା, ମଧୁମେହ, ଗର୍ଭବତୀ ମହିଳା ଏବଂ ହୃଦରୋଗୀମାନଙ୍କୁ ଯଥେଷ୍ଟ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସେ ଦୋହରାଇଥିଲେ ଜରୁରି ଚିକିତ୍ସା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଏବଂ ଏହା ଅପ୍ରଭାବିତ ରହିବା ଉଚିତ ବୋଲି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିଲା।

କୋଭିଡ-19 ମୁକାବିଲା ସମ୍ପର୍କରେ ଡିଏଚଆର ସଚିବ ଡ. ବଳରାମ ଭାର୍ଗବ ଏବଂ ଆଇସିଏମଆର ଡିଜି ନମୁନା ସଂଗ୍ରହ ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ଏହା ସହିତ ଜଡ଼ିତ ଫର୍ମ ପୂରଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ରାଜ୍ୟଗୁଡ଼ିକୁ ସୂଚିତ କରାଯାଇଥିଲା ଯେ ଆରଟି-ପିସିଆର ଆପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଏହାକୁ ତୁରନ୍ତ ବ୍ୟବହାର କରାଯିବା ଉଚିତ।

ବର୍ତ୍ତମାନସୁଦ୍ଧା ମୋଟ ସଂକ୍ରମିତଙ୍କ ମଧ୍ୟରୁ 7695 ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏହାଦ୍ଵାରା ମୋଟ ଆରୋଗ୍ୟ ହାର 24.5 ପ୍ରତିଶତରେ ପହଞ୍ଚିଛି। ମୋଟ ସୁନିଶ୍ଚିତ ସଂକ୍ରମିତ ମାମଲା 31,332ରେ ପହଞ୍ଚିଛି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ଵିଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

***********


(रिलीज़ आईडी: 1619396) आगंतुक पटल : 233
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada , Malayalam