ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ କାରଣରୁ ଅଟକ ରହିଥିବା ଲୋକଙ୍କ ଲାଗି କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

• ପ୍ରବାସୀ ଶ୍ରମିକଙ୍କ ସମେତ ଫସିରହିଥିବା ଅନ୍ୟ ଲୋକଙ୍କ ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ମଞ୍ଜୁରି

प्रविष्टि तिथि: 29 APR 2020 6:25PM by PIB Bhubaneshwar

କୋଭିଡ-19 ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ପ୍ରତିବନ୍ଧକ ଫଳସ୍ଵରୂପ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ଫସି ରହିଛନ୍ତି। ଏବେ କେନ୍ଦ୍ର ସରକାର ଏହି ଫସି ରହିଥିବା ଲୋକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଅନୁମତି ଦେଇଛନ୍ତି ସମ୍ପୃକ୍ତ ରାଜ୍ୟଗୁଡ଼ିକ ପରସ୍ପର ସହିତ ପରାମର୍ଶ କରି ଏବଂ ଆପୋସ ସହମତି ପରେ ଫସି ରହିଥିବା ଲୋକମାନଙ୍କୁ ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସ୍ଥାନାନ୍ତର କରିବା ଲାଗି ଅନୁମତି ଦିଆଯିବ।

ଏଥିପ୍ରତି ଗୁରୁତ୍ବାରୋପ କରାଯାଇଛି ଯେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ ଏପରି ଲୋକମାନଙ୍କର ସ୍ଵାସ୍ଥ୍ୟ ଯାଞ୍ଚ ସ୍ଥାନୀୟ ଚିକିତ୍ସା ଅଧିକାରୀମାନେ କରିବେ ସେମାନଙ୍କୁ ଗୃହ ସଙ୍ଗରୋଧ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯିବ। ଏହାବ୍ୟତୀତ, ସେମାନଙ୍କର ସମୟ ବ୍ୟବଧାନରେ ଚିକିତ୍ସା ଯାଞ୍ଚ ମଧ୍ୟ କରାଯିବ।

ଏହି ଉଦ୍ଦେଶ୍ୟ ଲାଗି, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି ଯେ ଏପରି ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ ଉପଯୋଗ କରିବା ନିମନ୍ତେ କୁହାଯାଉ। ଯାହା ମାଧ୍ୟମରେ ସେମାନଙ୍କର ସ୍ଵାସ୍ଥ୍ୟ ଉପରେ ନଜର ରଖାଯାଇପାରିବ ଓ ଆବଶ୍ୟକ ହେଲେ ସେମାନଙ୍କୁ ଚିହ୍ନଟ କରାଯାଇପାରିବ।

 

***********

 


(रिलीज़ आईडी: 1619392) आगंतुक पटल : 363
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam