ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଭାରତୀୟ ବନ୍ଦରମାନଙ୍କରେ କର୍ମଚାରୀ ପରିବର୍ତ୍ତନ ବ୍ୟବସ୍ଥା ନେଇ ବିଭିନ୍ନ ସଂଗଠନ ସହ ମତ ବିନିମୟ କଲେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟ

• ବିଦେଶରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନାବିକମାନଙ୍କୁ ସ୍ଥିତି ସୁଧୁରିବା ମାତ୍ରେ ସ୍ୱଦେଶ ଫେରାଇ ଆଣିବା ସକାଶେ ଶ୍ରୀ ମାଣ୍ଡଭିୟଙ୍କ ନିର୍ଭର ପ୍ରତିଶ୍ରୁତି

प्रविष्टि तिथि: 28 APR 2020 1:30PM by PIB Bhubaneshwar

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ (ଆଇ/ସି) ଶ୍ରୀ ମନସୁଖ ମାଣ୍ଡଭିୟ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ସିପ୍ ଲାଇନର, ଜାହାଜ ଚଳାଚଳ କମ୍ପାନୀ, ସାମୁଦ୍ରିକ ଜାହାଜ ଚଳାଚଳ ସଂଘ, ନାବିକ ସଂଘମାନଙ୍କ ସହ ଭାରତୀୟ ବନ୍ଦରରେ ଅଟକି ରହିଥିବା ନାବିକମାନଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିଶ୍ୱର ଅନେକ ସ୍ଥାନରେ ସମୁଦ୍ରରେ ଅଟକି ରହିଥିବା ନାବିକମାନଙ୍କ ଦେଖାରଖା ସଂପର୍କୀତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଦେଶରେ କେତେ ଭାରତୀୟ ନାବିକ ଅଟକି ରହିଛନ୍ତି ଯାହାଙ୍କୁ ଭବିଷ୍ୟତରେ ଦେଶକୁ ଫେରାଇ ଅଣାଯିବାର ଅଛି ସେ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ । ଏହି ଅବସରରେ ଶ୍ରୀ ମାଣ୍ଡଭିୟ ବିଭିନ୍ନ ନାବିକ ସଂଗଠନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ଅଟକି ରହିଥିବା ନାବିକମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେଦେଶର ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ସକାଶେ ନାବିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମାଣ୍ଡଭିୟ ସ୍ୱୀକାର କରିବା ସହ ଏବେ ନାବିକମାନେ ସାମନା କରୁଥିବା ଆହ୍ଵାନକୁ ଯଥାଶୀଘ୍ର ସମାଧାନ କରାଯିବ ଏବଂ ଏଭଳି ପରିସ୍ଥିତିରେ ସେମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଛି ।

ଶ୍ରୀ ମାଣ୍ଡଭିୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତୀୟ ବନ୍ଦରମାନଙ୍କରେ ଅଟକି ରହିଥିବା ନାବିକମାନଙ୍କ ସହ ସମସ୍ତ ପ୍ରକାର ସୂଚନା ପ୍ରକ୍ରିୟାକୁ ଜାରି ରଖନ୍ତୁ ଯଦ୍ୱାରା ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ।

ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ଭାରତୀୟ ଜାତୀୟ ଜାହାଜ ମାଲିକ ସଂଘ (ଆଇଏନଏସଏ), ସାମୁଦ୍ରିକ ଜାତୀୟ ସିପିଂ ଏଜେନ୍ସି ଭାରତ (ମାନସ), ଭାରତୀୟ ଜାତୀୟ ନାବିକ ସଂଘ ( ଏନୟୁଏସଆଇ, ଭାରତୀୟ ନାବିକ ନ୍ୟାସ (ଆଇଏମଏଫ), ଭାରତୀୟ ସାମୁଦ୍ରିକ ସଂଗଠନ (ଏମୟୁଆଇ)ର ପ୍ରତିନିଧିମାନେ ସାମିଲ ହୋଇଥିଲେ । ସେହିଭଳି ସାମୁଦ୍ରିକ ଜାହାଜ ମାଲିକ ପରିଚାଳକ ଓ ଏଜେଣ୍ଟ ସଂଘ (ଏମଏଏସଏସଏ) ଆଦିର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

**********

 


(रिलीज़ आईडी: 1619003) आगंतुक पटल : 234
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Bengali , Manipuri , Assamese , Gujarati , Tamil , Telugu , Kannada