ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଲକଡାଉନ ସମୟରେ ସାରା ଦେଶରେ ଲାଇଫଲାଇନ ଉଡ଼ାନ ଯୋଜନାରେ 684 ଟନରୁ ଊର୍ଦ୍ଧ୍ବ ଜରୁରି ଓ ଚିକିତ୍ସା ସରଞ୍ଜାମ ପରିବହନ
ପୋଷ୍ଟ କରାଯିବା ଦିନାଙ୍କ:
26 APR 2020 7:32PM by PIB Bhubaneshwar
କୋଭିଡ-19 ମୁକାବିଲା ଲାଗି ପ୍ରୟାସ ସ୍ବରୂପ ଦେଶର ଉପାନ୍ତ ଅଞ୍ଚଳକୁ ଲାଇଫ ଲାଇନ ଉଡାନ ବିମାନ ଜରିଆରେ ଜରୁରି ଏବଂ ଚିକିତ୍ସା ସରଞ୍ଜାମ ପରିବହନ କରାଯାଇଛି। ଏଥିପାଇଁ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଏବଂ ଘରୋଇ ବିମାନ ପରିବହନକାରୀ ସଂସ୍ଥାନ ପକ୍ଷରୁ 383ଟି ବିମାନ ଚଳାଚଳ କରିଛି। କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଜରିଆରେ 604.08 ଟନ ମାଲ ପରିବହନ କରାଯାଇଛି। ଲାଇଫ ଲାଇନ ଉଡ଼ାନ ବିମାନ ବର୍ତ୍ତମାନସୁଦ୍ଧା ଆକାଶମାର୍ଗରେ 3,76,952 କିମି ଅତିକ୍ରମ କରିଛି।
ଜମ୍ମୁ ଓ କଶ୍ମୀର, ଲଦାଖ, ଦ୍ଵୀପାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଉପାନ୍ତ କ୍ଷେତ୍ରକୁ 25 ଏପ୍ରିଲ ସୁଦ୍ଧା 1.99 ଟନ ମାଲ ପରିବହନ କରାଯାଇଛି। ଏସବୁ କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ବାରୋପ କରାଯାଇ ଜରୁରି ଚିକିତ୍ସା ସାମଗ୍ରୀ ପରିବହନ କରାଯାଇଛି।
ଏହାଛଡ଼ା ଅନ୍ତର୍ଜାତୀୟ କ୍ଷେତ୍ରରେ ପୂର୍ବ ଏସିଆକୁ ଔଷଧ, ଚିକିତ୍ସା ସରଞ୍ଜାମ ଓ କୋଭିଡ-19 ରିଲିଫ ସାମଗ୍ରୀ ପରିବହନ ଲାଗି ଆକାଶମାର୍ଗରେ ଏକ ସେତୁ ପ୍ରତିଷ୍ଠା କରାଯାଇଛି। 25ଏପ୍ରିଲ 2020 ସୁଦ୍ଧା ଏୟାର ଇଣ୍ଡିଆ ପକ୍ଷରୁ 554 ଟନ ଚିକିତ୍ସା ସାମଗ୍ରୀ ପରିବହନ କରାଯାଇଛି । ସେହିପରି ଘରୋଇ କ୍ଷେତ୍ରର ବିମାନ କମ୍ପାନୀମାନେ ଶାଙ୍ଘାଇ, ହଂକଂ ଓ ସିଙ୍ଗାପୁରରୁ ଜରୁରି ଚିକିତ୍ସା ସରଞ୍ଜାମ ଆଣି ଭାରତରେ ପହଞ୍ଚାଇଛନ୍ତି।
*********
(ରିଲିଜ ଆଡି: 1618540)
ପରିଦର୍ଶକ କାଉଣ୍ଟର : 210
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada