କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        କୋଭିଡ-19 ମୁକାବିଲା ସମ୍ପର୍କରେ ପୂର୍ବତନ ପ୍ରଶାସକମାନଙ୍କ ସହିତ ବିସ୍ତୃତ ଆଲୋଚନା କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ
                    
                    
                        
                    
                
                
                    Posted On:
                25 APR 2020 6:37PM by PIB Bhubaneshwar
                
                
                
                
                
                
                କୋଭିଡ-19 ବିରୋଧରେ ଭାରତର ଲଢ଼େଇ ଏବଂ ଲକଡାଉନରୁ ବାହାରିବାର ଯୋଜନା ସମ୍ପର୍କରେ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଆଜି ପୂର୍ବତନ ପ୍ରଶାସକମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ଭିଡିଓ କନଫରେନ୍ସ ଆଲୋଚନାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସୁଧୀର ଭାର୍ଗବ, ଶ୍ରୀ ରାମ ସୁନ୍ଦରମ, ଶ୍ରୀ ରାକେଶ କୁମାର ଗୁପ୍ତା, ଶ୍ରୀ ସତ୍ୟାନନ୍ଦ ମିଶ୍ରା, ଶ୍ରୀ ପି. ପନ୍ନିରଭେଲ ଏବଂ ଶ୍ରୀ କେ.ଭି ଇପେନ, ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ସଙ୍ଗୀତା ଗୁପ୍ତା, ଶିଲା ସାଙ୍ଗଓ୍ବାନ ପ୍ରମୁଖ ଯୋଗ ଦେଇଥିଲେ। ମହାମାରୀକୁ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଡ. ଜିତେନ୍ଦ୍ର ସିଂ ସେମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ, ଅଧିକ ସକ୍ରିୟ ପଦକ୍ଷେପ ଜରିଆରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା କ୍ଷେତ୍ରରେ ଅଧିକାଂଶ ବିକଶିତ ରାଷ୍ଟ୍ର ତୁଳନାରେ ଭାରତ ଢେର ଆଗରେ ରହିଛି।
ଅଧିକାରୀମାନେ ମହାମାରୀକୁ ପ୍ରତିହତ କରିବା ଲାଗି ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଲକଡାଉନରୁ ବାହାରିବା ଓ ଅର୍ଥବ୍ୟବସ୍ଥାକୁ ପୁନଃପ୍ରଚଳନ କରିବା ଉଦ୍ଦେଶ୍ୟରେ ସମ୍ଭାବ୍ୟ ପ୍ରସ୍ଥାନ ଯୋଜନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଭିଡିଓ ଆଲୋଚନା ସମୟରେ ପର୍ଯ୍ୟାୟକ୍ରମେ ଲକଡାଉନ ପ୍ରତ୍ୟାହାର କରିବା, ଇ-ଅଫିସ ଭଳି ପ୍ରଶାସନିକ କ୍ଷେତ୍ରରେ ଅଧିକ ପ୍ରଯୁକ୍ତିର ଉପଯୋଗ, ଭିଟାମିନ-ସି ଗ୍ରହଣ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାର ଗୁରୁତ୍ବ, ଅର୍ଥବ୍ୟବସ୍ଥାକୁ ପୁନଃସକ୍ରିୟ କରିବା ଲାଗି ଆର୍ଥିକ ସହାୟତା, ଗରିବମାନଙ୍କୁ ଆର୍ଥିକ ସୁରକ୍ଷା, ଶିକ୍ଷାବର୍ଷକୁ ଉପଯୋଗ କରିବା ଲାଗି ଅଧିକ ଅନଲାଇନ ପାଠ୍ୟକ୍ରମ ଓ ପରୀକ୍ଷାର ଉପଯୋଗ କରିବା, ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା, ମେକ ଇଣ୍ଡିଆ ପ୍ରୟାସକୁ ସଫଳ କରିବା ଲାଗି ସ୍ବଦେଶୀ ଟିକା ଓ ପରୀକ୍ଷଣ କିଟ ବିକଶିତ କରିବା ଆଦି ବିଷୟରେ ଅବସରପ୍ରାପ୍ତ ଅଧିକାରୀମାନେ ସେମାନଙ୍କ ପରାମର୍ଶ ଦେଇଥିଲେ।
ମୂଲ୍ୟବାନ ବିଷୟଗତ ପରାମର୍ଶ ନିମନ୍ତେ ପ୍ରଶାସକମାନଙ୍କୁ ଡ. ଜିତେନ୍ଦ୍ର ସିଂ ଧନ୍ୟବାଦ ଜଣାଇଥିଲେ ଏବଂ କରୋନା ମହାମାରୀ ମୁକାବିଲା ଲାଗି ଉପାୟ ଖୋଜିବାକୁ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଭବିଷ୍ୟତରେ ଏଭଳି ଆଲୋଚନା କରାଯିବ ବୋଲି  କହିଥିଲେ।
 
***********
                
                
                
                
                
                (Release ID: 1618308)
                Visitor Counter : 171
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam