ଶକ୍ତି ମନ୍ତ୍ରଣାଳୟ

ଲକଡାଉନ ସତ୍ୱେ ନିରବଚ୍ଛିନ୍ନ ଭାବେ ଶକ୍ତି ଯୋଗାଇ ଦେଉଛି ଏନଟିପିସି

ସବୁ ପ୍ଲାଣ୍ଟରେ ସାମାଜିକ ଦୂରତ୍ୱ ରକ୍ଷା ନିର୍ଦ୍ଦେଶାବଳୀ ପାଳିତ ହେଉଛି

Posted On: 25 APR 2020 3:31PM by PIB Bhubaneshwar

ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି) କରୋନା ମୁକାବିଲା ଜନିତ ଲକଡାଉନ କାଳରେ ନିରବଚ୍ଛିନ୍ନ ଭାବେ ଦେଶକୁ ବିଜୁଳି ଯୋଗାଇ ଚାଲିଛି । ମହାମାରୀ ଜନିତ କଟକଣା ଓ ପ୍ରତିବନ୍ଧକ ଏହି ରାଷ୍ଟ୍ରାୟତ୍ତ ନିଗମର ଉତ୍ସର୍ଗୀକୃତ ଭାବନାକୁ ପ୍ରଭାବିତ କରିବାରେ ବିଫଳ ହୋଇଛି । ମହାରତ୍ନ ମାନ୍ୟତା ପ୍ରାପ୍ତ ଏହି ନିଗମ ଅଧୀନରେ ଥିବା ସମସ୍ତ ଶକ୍ତି ଉତ୍ପାଦନ ପ୍ଳାଣ୍ଟ ନିଜନିଜର ଧାର୍ଯ୍ୟ ଉତ୍ପାଦନ କ୍ଷମତାର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ଆର. କେ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଦେଶରେ ଏସବୁ ପ୍ଳାଣ୍ଟ ଚାଲିଛି ।

କରୋନା ମହାମାରୀ ଏବଂ ଲକଡାଉନ ଭଳି ଏକ ଅତି ଜଟିଳ ସମୟରେ ବିଜୁଳି ଶକ୍ତିର ଆବଶ୍ୟକତା ଓ ଗୁରୁତ୍ୱ ଅପରିହାର୍ଯ୍ୟ ଏହି ସମୟରେ ବିଭିନ୍ନ କ୍ଷେତ୍ରର ଅତ୍ୟାବଶ୍ୟକ ସେବାକୁ ସୁରୁଖୁରୁରେ ସଂଚାଳନ ପାଇଁ ବିଜୁଳି ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ଏନଟିପିସିରେ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଛି । ଏହି ସମୟରେ ଏନଟିପିସି ମଧ୍ୟ ନିଜ ପ୍ଳାଣ୍ଟ ସମୂହର କୋଇଲା ଯୋଗାଣ ଓ ବ୍ୟବହାରକୁ ଦକ୍ଷତା ଓ ସଫଳତାର ସହ ପରିଚାଳିତ କରିଛି ।

ସବୁ ପ୍ଳାଣ୍ଟରେ ଏହାର କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହ ଲକଡାଉନ ନିୟମକୁ ପାଳନ କରୁଛନ୍ତି । ନିଗମର କର୍ମଚାରୀ ଓ ଅଧିକାରୀମାନେ ସମ୍ମୁଖଭାଗରେ ରହି ଶକ୍ତିଯୋଗାଣ ବ୍ୟବସ୍ଥାକୁ ନିରନ୍ତର କରିବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ଏନଟିପିସି ଅସୁବିଧାରେ ଥିବା ଲୋକ ଓ ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ ବାବଦରେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ନିଜର ସାମଜିକ ଦାୟିତ୍ୱ ନିର୍ବାହ କରୁଛି । ଅସୁବିଧାରେ ପଡିଥିବା ଲୋକଙ୍କୁ ରାଶନ ଓ ସ୍ୱାସ୍ଥ୍ୟ  ସହାୟକ ଯୋଗାଇ ଦିଆଯାଉଛି ।

ଏହାସହିତ ଦେଶର କୌଣସି ଅଂଚଳ ଓ ଭାଗ ଯେପରି ଏ ସମୟରେ ଉପଯୁକ୍ତ ବିଜୁଳି ପାଇବାରୁ ବଂଚିତ ନହୁଏ ସେଥିପାଇଁ ନିମଗର ପରିଚାଳନା ମଣ୍ଡଳୀ ସତର୍କ ଦୃଷ୍ଟି ରଖିଛନ୍ତି ।

ବିନ୍ଧ୍ୟାଞ୍ଚଳ ଶକ୍ତି କେନ୍ଦ୍ର ଏନଟିପିସିର ସର୍ବବୃହତ ପ୍ଳାଣ୍ଟ ଚଳିତ ମାସ 13 ତାରିଖରେ ଏହି ପ୍ଳାଣ୍ଟ ତାହାର ଶତ ପ୍ରତିଶତ ଉତ୍ପାଦନ କ୍ଷମତାର ଉପଯୋଗ କରିବାରେ ସଫଳ ହୋଇଛି । ସେହିଭଳି ଏନଟିପିସିର ଖରଗୋନସ୍ଥିତ ପ୍ରଥମ ଅଲଟ୍ରା ସୁପରକ୍ରିଟିକାଲ ପାୱାର ଷ୍ଟେସନର 660 ମେଗାୱାଟ କ୍ଷମତା ବିଶିଷ୍ଟ ଦ୍ୱିତୀୟ ୟୁନିଟ ଏହି ଲକଡାଉନ ସମୟରେ କାର୍ଯ୍ୟକ୍ଷମ ହୋଇଛି । ଏହି ୟୁନିଟର ବୈଷୟିକ ଉତ୍ପାଦନ ଦେଶର ବିଜୁଳି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଛି ।

ଏନଟିପିସିର ମୋଟ ଶକ୍ତି ଉତ୍ପାଦନ କ୍ଷମତା 62110 ମେଗାୱାଟ ଦେଶର ବିଭିନ୍ନ ସ୍ଥାନରେ ଏହି ନିଗମର 70ଟି  ଶକ୍ତି ଉତ୍ପାଦନ  କେନ୍ଦ୍ର  ରହିଛି । ସେଥିମଧ୍ୟରୁ 24 ଟି କୋଇଲା ଦ୍ୱାରା ଚାଳିତ ହେଉଥିବାବେଳେ 7ଟି ଉଭୟ ଗ୍ୟାସ/ଇଂନ୍ଧନରେ ମିଳିତ ଭାବେ ଚାଲୁଛି । ଏହାଛଡା ଏହା ଅଧୀନରେ ଗୋଟିଏ ଜଳ ବିଦ୍ୟୁତ, 13ଟି ଅକ୍ଷୟଶକ୍ତି ଓ 25ଟି କେଭି (ମିଳିତ ଉପଯୋଗ) ଶକ୍ତି ଉତ୍ପାଦନ କେନ୍ଦ୍ର କାର୍ଯ୍ୟ କରୁଛି ।

 

**********

 



(Release ID: 1618281) Visitor Counter : 189