ଆୟୁଷ

ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ

• ମନୋନୀତ ଗବେଷକଙ୍କୁ 10 ଲକ୍ଷର ଆର୍ଥିକ ସହାୟତା

प्रविष्टि तिथि: 24 APR 2020 12:10PM by PIB Bhubaneshwar

କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା ତଥା ମୂଲ୍ୟାୟନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛିଯେଉଁସବୁ ହସ୍ପିଟାଲ ପ୍ରତିଷ୍ଠାନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ପରିଚାଳନା କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ଏହି ସ୍କିମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛିଏହା ମୁଖ୍ୟତଃ ଆୟୁଷ ମନ୍ତ୍ରଣାଳୟ ବାହାରର କରୋନା ଚିକିତ୍ସା ବ୍ୟବସ୍ଥାରେ ସଂପୃକ୍ତ ବିଶେଷଜ୍ଞମାନଙ୍କ ପାଇଁ ଉଦ୍ଦିଷ୍ଟସେମାନେ ଚାହିଁଲେ କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ପଦ୍ଧତି ଏହାର ଔଷଧପତ୍ରର ବ୍ୟବହାର ଉପରେ ସ୍ୱଳ୍ପମିଆଦୀ ଗବେଷଣା କରିପାରିବେ

ଏହି ଗବେଷଣାର ସମୟସୀମା ମାସ ଧାର୍ଯ୍ୟ କରାଯାଇଛିମନୋନୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ପରୀକ୍ଷା ନିରୀକ୍ଷା ଖର୍ଚ୍ଚ ବାବଦରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଯୋଗାଇ ଦିଆଯିବସେମାନେ ଆୟୁଷ ମନ୍ତ୍ରଣାଳୟର ବିଶେଷଜ୍ଞ, ଟେକନିସିଆନଙ୍କ ସହାୟତା ତଥା ପରୀକ୍ଷାଗାର ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଯୋଗ କରିପାରିବେ

ଆବେଦନ ପ୍ରଣାଳୀ ସର୍ବଶେଷ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ଆୟୁଷ ମନ୍ତ୍ରଣାଳୟର ୱେବସାଇଟ ayush.gov.in ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛିଆବେଦନର ଶେଷ ତାରିଖ 2020 ମେ ପହିଲା ରଖାଯାଇଛି ଆବେଦନ କେବଳ ଇ-ମେଲ emrayushcovid19[at]gmail[dot]com. ମାଧ୍ୟମରେ କରିବାକୁ ପଡିବ

 

*****************


(रिलीज़ आईडी: 1617793) आगंतुक पटल : 281
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada