ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ପ୍ରାଥମିକ ସ୍ତର ପାଇଁ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ

Posted On: 23 APR 2020 1:39PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଦ୍ୱାରା ଉଚ୍ଚ ପ୍ରାଥମିକ ନିମନ୍ତେ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁଁ ଘରେ ରହିଥିବା ପିଲାମାନେ ନିଜର ପିତାମାତା, ଶିକ୍ଷକ ଓ ଅଭିଭାବକମାନଙ୍କ ସହାୟତାରେ କିପରି ନିଜର ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରଖିବେ ତାହାକୁ ଦୃଷ୍ଟିରେ ରଖି ଏହି ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଉର୍ଦ୍ଦିଷ୍ଟ । ଏହା ପୂର୍ବରୁ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ପାଇଁ ଏଭଳି ଏକ ବିକଳ୍ପ କ୍ୟାଲେଣ୍ଡର ଶ୍ରୀ ନିଶଙ୍କଙ୍କ ଦ୍ୱାରା ଏପ୍ରିଲ 16 ତାରିଖରେ ଉନ୍ମୋଚିତ ହୋଇଥିଲା ।

ଆଜି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ଉକ୍ତ କ୍ୟାଲେଣ୍ଡରରେ ସାମାଜିକ ଗଣ ମାଧ୍ୟମର ବିଭିନ୍ନ ଉପକରଣ (ଟୁଲ୍ସ) ବ୍ୟବହାର କରି ପିଲାମାନଙ୍କୁ କିପରି ଅଧିକ ଆକର୍ଷଣୀୟ ଓ ଆମୋଦଦାୟକ ଢଂଗରେ ଶିକ୍ଷାଦାନ କରି ହେବ ସେ ବିଷୟରେ ଶିକ୍ଷକମାନଙ୍କ ପାଇଁ ଦିଗଦର୍ଶନ ରହିଛି । ଶିକ୍ଷକଙ୍କ ସମେତ ପିଲାଏ ଓ ସେମାନଙ୍କର ପିତାମାତା ମଧ୍ୟ ଘରେ ବସି ଏହା ମାଧ୍ୟମରେ ଜ୍ଞାନଅର୍ଜନ କରି ପାରିବେ ଏଥିରେ ଟିଭି, ରେଡିଓ, ଏସଏମଏସ୍, ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡିଆ ସ୍ଥାନ ପାଇଛି । ଶ୍ରୀ ନିଶଙ୍କ କହିଛନ୍ତି ଆମ ସମସ୍ତଙ୍କ ପାଖରେ ଇଂଟରନେଟ ସେବା ନ ଥିବାରୁ ଆମେ ୱାଟ୍ସଆପ୍, ଫେସବୁକ, ଟୁଇଟର, ଗୁଗୁଲ ଆଦିର ବ୍ୟବହାର ସୁବିଧା ପାଉନଥିଲେ ମଧ୍ୟ ଏହି କ୍ୟାଲେଣ୍ଡର ମାଧ୍ୟମରେ ଶିକ୍ଷକମାନେ ଏସଏମଏସ ଓ ଭଏସ୍ କଲ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଦିଗ୍ ଦର୍ଶନ ଦେଇପାରିବେ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ୍ ଶୀଘ୍ର ଦଶମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବିକଳ୍ପ କ୍ୟାଲେଣ୍ଡର ପ୍ରବର୍ତ୍ତନ କରାଯିବ ।  ଦିବ୍ୟାଙ୍ଗ  ଛାତ୍ରଛାତ୍ରୀଙ୍କ ପାଇଁ ଅଡିଓବୁକ, ରେଡିଓ ପ୍ରୋଗ୍ରାମ ଓ ଭିଡିଓ ପ୍ରୋଗ୍ରାମର ସୁବିଧା କରାଯିବା ଘେନି ସେ ସୂଚନା ଦେଇଛନ୍ତି ।

ଉନ୍ମୋଚିତ ଏହି ବିକଳ୍ପ କ୍ୟାଲେଣ୍ଡରରେ ସପ୍ତାହକର ପାଠ୍ୟ ଯୋଜନା ରହିଛି । ଏଥିରେ ବହୁ ଆମୋଦଦାୟୀ ଓ ଆହ୍ୱାନମୂଳକ କାର୍ଯ୍ୟ ସ୍ଥାନ ପାଇଛି । ପଢା ବହିର ଥିମ୍  ଚାପ୍ଟର ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ଯାହା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ, ଏହାଛଡା ପାଠ୍ୟକ୍ରମ ଓ ପଢା ବହି ବାହାରୁ ଅନେକ ବିଷୟ ଏଥିରେ ସ୍ଥାନ ପାଇଛି । କଳାଶିକ୍ଷା, ଶାରୀରିକ ବ୍ୟାୟମ, ଯୋଗ, ପ୍ରାକ୍ ଧନ୍ଧାମୂଳକ ଦକ୍ଷତା ଆଦି ବିଷୟ ଏଥିରେ ରହିଛି । ଏଥିରେ ହିନ୍ଦି, ସଂସ୍କୃତ, ଇଂରାଜୀ ଓ ଉର୍ଦ୍ଦୁ ଏପରି ଚାରୋଟି ଭାଷାର ବିଷୟ ରହିଛି । ଏହାଛଡା ଆଂଚଳିକ ବା ଅନ୍ୟ ପ୍ରବେଶିକା ଭାଷାର ପାଠପଢାର ସୁବିଧା ଅଛି । ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକଙ୍କ ଚାପମୁକ୍ତ କରିବା ପାଇଁ ଏହି କ୍ୟାଲେଣ୍ଡରର ପାଠ୍ୟକ୍ରମ ଓ କାର୍ଯ୍ୟାବଳୀ ତିଆରି କରାଯାଇଛି ।  ପ୍ରତ୍ୟେକ ଚାପ୍ଟର ପାଇଁ ଇ-ଲିଙ୍କ ଥିବାବେଳେ ଇ-କନେଟେଟ ରହିଛି । ସେସବୁ ଭାରତ ସରକାରଙ୍କ ଇ-ପାଠଶାଳା, ଏନ୍ଆରଓଇଆର ଓ ଦୀକ୍ଷା ଚ୍ୟାଲେନରେ ଉପଲବ୍ଧ ।

କ୍ୟାଲେଣ୍ଡରର ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତାବନା ମୂଳକ ଓ ଏହାର କ୍ରମ ବାଧ୍ୟତାମୂଳକ ନୁହେଁ. ଯାହାକୁ ଯେଉଁ ବିଷୟ ଭଳ ଲାଗିବ ସେ ତାହା ପଢି ପାରିବ ବା ଦେଖିପାରିବ । ସ୍ୱୟଂପ୍ରଭା(କିଶୋରମଂଚ) ଟିଭି ଚ୍ୟାନେଲରେ ଇତି ମଧ୍ୟରେ ଏନସିଇଆରଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକଙ୍କ ସହ ଏକ ଇଂଟର ଆକ୍ଟିଭ ସେସନ ଆୟୋଜନ କରିସାରିଛି । ବିଭିନ୍ନ  ସରକାରୀ ଶୈକ୍ଷିକ ସଂଗଠନ ଓ ସ୍କୁଲଗୁଡିକୁ ଭିଡିଓ କନଫେରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ସଂକ୍ରମଣ ଜନିତ ସ୍ଥିତିରେ ପିଲାମାନେ କିପରି ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରି ନିଜକୁ ପରିସ୍ଥିତି ସହ ଖାପ ଖୁଆଇବେ ତାହା ଏହି କ୍ୟାଲେଣ୍ଡରର ଉଦ୍ଦେଶ୍ୟ ।

 

**********



(Release ID: 1617624) Visitor Counter : 225