ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

Updates on COVID-19

Posted On: 21 APR 2020 5:47PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ ବିଭିନ୍ନ ରାଜ୍ୟର ତଥା କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖି ରକ୍ତ ଭଣ୍ଡାରରେ ଯଥେଷ୍ଟ ପରିମାଣରେ ରକ୍ତ ମହଜୁଦ କରି ରଇବା ଲାଗି ପରାମର୍ଶ ଦେଇଛନ୍ତି। ଥାଲାସେମିଆ, ରକ୍ତହୀନତା ଏବଂ ହେମୋଫିଲିଆ ଆଦି ରକ୍ତ ଜନିତ ରୋଗରେ ପୀଡ଼ିତ ରୋଗୀଙ୍କୁ ନିୟମିତ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ରକ୍ତ ମହଜୁଦ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରତ୍ୟେକ ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧତା ଜାଣିବା ଲାଗି ‘ଇ ରକ୍ତ କୋଷ’ ଅନଲାଇନ ପୋର୍ଟାଲ ଉପଯୋଗ କରିବା ଲାଗି ସେ ମତ ବ୍ୟକ୍ତ କରିଛନ୍ତି। କୋଭିଡ-19 ମୁକାବିଲା ପାଇଁ ଏକ ସହଯୋଗୀ ଆଭିମୁଖ୍ୟ ନେଇ ଭାରତୀୟ ରେଡ କ୍ରସ ପକ୍ଷରୁ ଦିଲ୍ଲୀରେ ରକ୍ତ ସେବା ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହାର ନମ୍ବର ହେଉଛି:   011-23359379, 93199 82104, 93199 82105.

ମାନବ ସମ୍ବଳ ଏବଂ ସାମର୍ଥ୍ୟ ବିକାଶ ପାଇଁ ଗଠନ କରାଯାଇଥିବା କ୍ଷମତାପ୍ରାପ୍ତ ସମିତି-4 ପକ୍ଷରୁ ଏକ କୋଭିଡ ଓ୍ବାରିଅର୍ସ ଡ୍ୟାଶବୋର୍ଡ ଗଠନ କରାଯାଇଛି। ଏଥରେ ୨୦ଟି ବର୍ଗ ଓ ୪୯ଟି ଉପବର୍ଗର ମାନବ ସମ୍ବଳ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଏମବିବିଏସ ଡାକ୍ତର, ଆୟୁଷ ଡାକ୍ତର, ନର୍ସ ତଥା ସରକାରଙ୍କ ବିଭିନ୍ନ ଯୋଜନା ପିଏମକେଭିଓ୍ବାଇ, ଡିଡିୟୁ ଜିକେଓ୍ବାଇ, ଡିଏଓ୍ବାଇ-ଏନୟୁଏଲଏମ ଆଦି ସରକାରୀ ଯୋଜନାରେ ତାଲିମ ପାଇଥିବା ଆଶା, ଅଙ୍ଗନଓ୍ବାଡ଼ି, ସ୍ବାସ୍ଥ୍ୟ କର୍ମୀ ଆଦି ଅଗ୍ରଣୀ କର୍ମୀ। ଏନସିସି, ଏନଓ୍ବାଇକେଏସ, ଏନଏସଏସ, ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବର୍ତ୍ତମାନସୁଦ୍ଧା ଏହି ଡ୍ୟାଶବୋର୍ଡରେ 1.24 କୋଟି ମାନବ ସମ୍ବଳଙ୍କ ଡାଟା ଏହି ଡ୍ୟାଶବୋର୍ଡରେ ରହିଛି ଏବଂ ଏହାକୁ ନୂଆ ବର୍ଗ ଏବଂ ଉପବର୍ଗ ଯୋଗ କରି ନିୟମିତ ଅପଡେଟ କରାଯାଉଛି। ପ୍ରତ୍ୟେକ ଗ୍ରୁପରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ମାନବ ସମ୍ବଳ ତଥ୍ୟ ସହିତ ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲାର ନୋଡାଲ ଅଧିକାରୀଙ୍କ ଠିକଣା ରହିଛି।

ଏହି ପ୍ଲାଟଫର୍ମ ଜରିଆରେ ଯେକୌଣସି ସମୟରେ ଯେକୌଣସି ଠାରେ ମୋବାଇଲ, ଲାପଟପ ଓ ଡେସ୍କଟପ ଜରିଆରେ ଅନସାଇଟ ପ୍ରଶିକ୍ଷଣ ଉପକରଣ, ମଡ୍ୟୁଲ ଉପଲବ୍ଧ କରାଯାଉଛି। ଏହି ପ୍ଲାଟଫର୍ମରେ 14ଟି ପାଠ୍ୟକ୍ରମ ସହିତ 53ଟି ମଡ୍ୟୁଲ ରହିଛି। ଏଥିରେ   113ଟି ଭିଡିଓ ସହିତ 29 ଡକ୍ୟମେଣ୍ଟ ରହିଛି।

ବର୍ତ୍ତମାନସୁଦ୍ଧା 15ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ପ୍ରଦେଶରେ 14995 ଜଣ ଆୟୁଷ ପେସାଦାରଙ୍କୁ ନିୟୋଜିତ କରାଯାଇସାରିଲାଣି। ସେହିପରି 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ପ୍ରଦେଶରେ 3492 ଜଣ ଏନସିସି କ୍ୟାଡେଟ ଓ 553 ଜଣ ଏନସିସି କର୍ମଚାରୀଙ୍କୁ ନିୟୋଜିତ କରାଯାଇସାରିଛି। 47,000ରୁ ଅଧିକ କ୍ୟାଡେଟଙ୍କୁ ତାଲିମ ଦିଆଯାଇସାରି ନିୟୋଜିତ କରିବା ଲାଗି ପ୍ରସ୍ତୁତ ରଖାଯାଇଛି। ସୈନିକ ବୋର୍ଡ ଦ୍ବାରା 1,80,000 ଅବସରପ୍ରାପ୍ତ ସୈନିକଙ୍କୁ ଚିହ୍ନଟ କରାଯାଇଛି। ଦେଶର 550ରୁ ଊର୍ଦ୍ଧ୍ବ ଜିଲ୍ଲାରେ 40,000ରୁ ଅଧିକ ରେଡକ୍ରସ ସ୍ବେଚ୍ଛାସେବୀ କୋଭିଡ-19 ସଂକ୍ରାନ୍ତ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି। ଏନଓ୍ବାଇକେଏସ ଏବଂ ଏନଏସଏସର 27 ଲକ୍ଷ ସ୍ବେଚ୍ଛାସେବୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ-19 ସଂକ୍ରାନ୍ତ କାର୍ଯ୍ୟରେ ସାଧାରଣ ପ୍ରଶାସନକୁ ସହଯୋଗ କରୁଛନ୍ତି।

ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ କିଛି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଣକୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀ କରୋନା ଦ୍ବାରା ସଂକ୍ରମିତ ହେଉଛନ୍ତି। ଏଥିଯୋଗୁ ବିଭିନ୍ନ ଡାକ୍ତରଖାନା ବନ୍ଦ ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଣ-କୋଭିଡ ଡାକ୍ତରଖାନାରେ ଏପରି ମାମଲା ଚିହ୍ନଟ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ:

https://www.mohfw.gov.in/pdf/GuidelinestobefollowedondetectionofsuspectorconfirmedCOVID19case.pdf ରେ ଉପଲବ୍ଧ।

ଡାକ୍ତରଖାନାଗୁଡ଼ିକରେ ଏପରି ମାମଲା ଅନୁଧ୍ୟାନ ପାଇଁ ଡାକ୍ତରଖାନା ସଂକ୍ରମଣ ନିୟନ୍ତ୍ରଣ ସମିତି ଦାୟୀ ରହିବ। ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଏହି ସମିତି ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ସଂକ୍ରାନ୍ତରେ ପ୍ରଶିକ୍ଷଣ ଦେବ। ନିମ୍ନ ଅନୁସାରେ କେତେକ ଗାଇଡଲାଇନ ପାଳନ କରାଯିବ:

  • ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚନା ଦେବା ଏବଂ ରୋଗୀଙ୍କୁ କୋଭିଡ-19 ଚିକିତ୍ସା ପାଇଁ ତୁରନ୍ତ ପୃଥକ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା।
  • ଏଭଳି ରୋଗୀ ମାସ୍କ ପିନ୍ଧିବା ଆବଶ୍ୟକ ଏବଂ କେବଳ ଜଣେ ସମର୍ପିତ ସ୍ବାସ୍ଥ୍ୟ କର୍ମୀ ନିମ୍ନୋକ୍ତ ସତର୍କତାମୂଳକ ପଦକ୍ଷେପ ସହିତ ହିଁ ତାଙ୍କୁ ଚିକିତ୍ସା କରିବା ଉଚିତ-:
  • ଚିକିତ୍ସା ସ୍ଥିତି ଅନୁଯାୟୀ, ରୋଗୀଙ୍କୁ ତୁରନ୍ତ କେତେକ ସତର୍କତାମୂଳକ ପଦକ୍ଷେପ ସହିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ଉଚିତ।
  • ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରିବା ଉଚିତ।
  • ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ପୃଥକ ରଖାଯିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ଉଚିତ।
  • ଏହି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୭ ସପ୍ତାହ ପାଇଁ ଏଚସିକ୍ୟୁରେ ରଖାଯିବା ଉଚିତ ଏବଂ ଏଚସିକ୍ୟୁର ପ୍ରତିକ୍ରିୟାକୁ ମଧ୍ୟରେ ଧ୍ୟାନରେ ରଖାଯିବା ଉଚିତ।

ଗୁରୁତର କୋଭିଡ-19 ରୋଗୀଙ୍କ ମୃତ୍ୟୁହାର ହ୍ରାସ ନିମନ୍ତେ ପ୍ରଭାବୀ ଔଷଧ ମୂଲ୍ୟାୟନ ନିମନ୍ତେ ଭାରତୀୟ ଔଦ୍ୟୋଗିକ ଏବଂ ବୈଜ୍ଞାନିକ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷଣୁ ଏକ ରାଣ୍ଡୋମାଇଜ୍ଡ, ବ୍ଲାଇଣ୍ଡେଡ ଦୁଇ ବାହୁ ବିଶିଷ୍ଟ ସକ୍ରିୟ ତୁଳନାତ୍ମକ-ନିୟନ୍ତ୍ରିତ ଚିକିତ୍ସା ପ୍ରୟୋଗ ଆରମ୍ଭ କରାଯାଇଛି  କୋଭିଡ-19 ରୋଗରେ ପୀଡ଼ଇତ ରୋଗୀଙ୍କ ଚିକିତ୍ସା ବିଶେଷତ୍ବ ଏବଂ ଗ୍ରାମ ନେଗେଟିଭ ସେପ୍ସିଲ ମଧ୍ୟରେ ରହିଥିବା ସମାନତାକୁ ଦୃଷ୍ଟିରେ ରଖି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ପକ୍ଷରୁ ଏହି ପରୀକ୍ଷଣକୁ ଅନୁମତି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ବିଭିନ୍ନ ଡାକ୍ତରଖାନାରେ ଆରମ୍ଭ ହେବ।

  • ସ୍ବାସ୍ଥ୍ୟସେବା ଆହ୍ବାନର ମୁକାବିଲା କରିବା ଲାଗି ଚିକିତ୍ସା ସରଞ୍ଜାମ, ଥେରାପି, ଔଷଧ ଓ ଯିକା ପ୍ରସ୍ତୁତ କରିବା ନିମନ୍ତେ କୋଭିଡ-19 କନସୋର୍ଟିଅମରେ ଜୈବପ୍ରଯୁକ୍ତି ବିଭାଗ ପକ୍ଷରୁ ଆବେଦନ ଆହ୍ବାନ କରାଯାଇଛି। ନିମ୍ନୋକ୍ତ ଉଦ୍ଦେଶ୍ୟ ପାଇଁ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି:
  • ଜାତୀୟ ବାୟୋଫର୍ମା ମିଶନ ଅନ୍ତର୍ଗତ ବିଭିନ୍ନ ପ୍ଲାଟଫର୍ମ ଉପଯୋଗ କରୁଥିବା ତଥା ବିକାଶର ବିଭିନ୍ନ ସ୍ତରରେ ଥିବା ଟିକା ପ୍ରସ୍ତୁତିକୁ ଆହୁରି ତ୍ବରାନ୍ବିତ କରାଯିବ।
  • ବର୍ତ୍ତମାନର ଟିକା ପ୍ରସ୍ତୁତି ଏବଂ ନୋଭେଲ ଟିକା ପ୍ରସ୍ତୁତିକୁ ପାଣ୍ଠି ଯୋଗାଣ ନିମନ୍ତେ ସୁପାରିସ କରାଯାଇଛି।
  • କୋଭିଡ-19 ପ୍ରତିହତକାରୀ ଡିଏନଏ ଟିକା ବିକଶିତ କରିବା, ନିଷ୍କ୍ରିୟ ଜଳାନ୍ତକ ରୋଗବାହକ ଉପଯୋଗକାରୀ ଟିକା, ପୁନଃସଂଯୋଜକ ବିସିଜି ଟିକାର ପର୍ଯ୍ୟାୟ-3 ମାନବୀୟ ପ୍ରୟୋଗକୁ ସମର୍ଥନ ଯୋଗାଇ ଦିଆଯିବ।
  • ମଲିକୁଲାର ଏବଂ ରାପିଡ ଡାଇଗ୍ନୋଷ୍ଟିକ କିଟର ସ୍ବଦେଶୀ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ।

 

ଗତ 28 ଦିନ ମଧ୍ୟରେ ପୁଡୁଚେରୀର ମାହୋ, କର୍ଣ୍ଣାଟକର କୋଡ଼ଗୁ, ଉତ୍ତରାଖଣ୍ଡର ପୌରି ଗଡ଼ଓ୍ବାଲ ଏବଂ ରାଜସ୍ଥାନର ପ୍ରତାପଗଡ଼ରେ ଗୋଟିଏ ହେଲେ ସଂକ୍ରମଣ ମାମଲା ଆସିନାହିଁ। ଗତ 14 ଦିନ ମଧ୍ୟରେ ଆଦୌ ସଂକ୍ରମଣ ମାମଲା ନଥିବା ଜିଲ୍ଲା ତାଲିକାରେ 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 61ଟି ଅତିରିକ୍ତ ଜିଲ୍ଲା ଯୋଡ଼ି ହୋଇଛନ୍ତି। ଏଥିରେ ମହାରାଷ୍ଟ୍ରର ୪ଟି ଜିଲ୍ଲା ଲାଟୁର, ଓସମାନାବାଦ, ହିଙ୍ଗୋଲି ଓ ଓ୍ବାଶିମ ଯୋଡ଼ି ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 18,601 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମୋଟ ମାମଲାର 17.48 ପ୍ରତିଶତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ଏବେସୁଦ୍ଧା କୋଭିଡ-19ରେ 590 ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

************

 



(Release ID: 1616875) Visitor Counter : 194