ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ମୁକାବିଲା ନିମନ୍ତେ ସାର, ରାସାୟନିକ ଏବଂ ଔଷଧ ଉପଲବ୍ଧତାରେ ସୁଧାର ଆଣିବାକୁ ସବୁମତେ ଉଦ୍ୟମ କରାଯାଉଛି : ଗୌଡ଼ା

Posted On: 21 APR 2020 7:08PM by PIB Bhubaneshwar

କୋଭିଡ-19 ମହାମାରୀ ମୁକାବିଲା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଛନ୍ତି । ଦେଶରେ ଔଷଧ, ସାର ଓ ବିଶୋଧକ ରାସାୟନିକ ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବା ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏକ ଟ୍ଵିଟ ଯୋଗେ ଶ୍ରୀ ଗୌଡ଼ା କହିଛନ୍ତି ଯେ କୃଷକଙ୍କ ପାଇଁ ସାର, ସାଧାରଣ ଲୋକ ଓ ସ୍ଵାସ୍ଥ୍ୟ ସେବା ପାଇଁ ଔଷଧ ଏବଂ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଶୋଧକ ରାସାୟନିକ ଉପଲବ୍ଧତାରେ ସୁଧାର ଆଣିବା ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଇଛି । ସେ ଏ ସଂକ୍ରାନ୍ତରେ ତାଙ୍କ ମନ୍ତ୍ରଣାଳୟର 3ଟି ବିଭାଗ-ସାର, ଔଷଧ ଏବଂ ରାସାୟନିକ ଓ ପେଟ୍ରୋକେମିକାଲ୍ସ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

 ବାଧାମୁକ୍ତ ଭାବେ ଜରୁରି ସାମଗ୍ରୀର ଯୋଗାଣ ନିମନ୍ତେ ମନ୍ତ୍ରଣାଳୟ ମଧ୍ୟରେ ଏବଂ ଅନ୍ୟ ମନ୍ତ୍ରଣାଳୟ ସହିତ ସମନ୍ବୟ ପ୍ରତିଷ୍ଠା କରିବା ନିମନ୍ତେ ଅଧିକାରୀମାନଙ୍କୁ ଶ୍ରୀ ଗୌଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଖରିଫ ଋତୁ ଲାଗି ଯଥେଷ୍ଟ ପରିମାଣରେ ସାର ଚାଷୀ ସମୁଦାୟଙ୍କୁ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସାର କମ୍ପାନୀଗୁଡ଼ିକ ସହିତ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ସେହିପରି ଯଥେଷ୍ଟ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକୁଇନ ଭଳି ଜରୁରି ଔଷଧ ପ୍ରସ୍ତୁତ କରିବା ଲାଗି ଔଷଧ ଉଦ୍ୟୋଗ ଏହାର ସମସ୍ତ ପ୍ରୟାସ ନିୟୋଜିତ କରିଛି । ଭାରତ ବିଶ୍ବର ସର୍ବାଧିକ ହାଇଡ୍ରୋକ୍ସି କ୍ଲୋରୋକୁଇନ ଉତ୍ପାଦକ। ଏହା ଘରୋଇ ଚାହିଦା ପୂରଣ କରିବା ସହିତ ବଳକା ଔଷଧ ବିଦେଶକୁ ପଠାଉଛି । ବିଶୋଧକ ଭାବେ ବ୍ୟବହାର କରାଯାଉଥିବା ଜରୁରି ରାସାୟନିକ ଉତ୍ପାଦନ ଓ  ଯୋଗାଣ ମଧ୍ୟ ସନ୍ତୋଷଜନକ ରହିଛି ।

********



(Release ID: 1616865) Visitor Counter : 212