କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଖଣ୍ଡପୀଠର କାର୍ଯ୍ୟ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ରହିବ

ପୋଷ୍ଟ କରାଯିବା ଦିନାଙ୍କ: 21 APR 2020 3:00PM by PIB Bhubaneshwar

ଗତ 14 ତାରିଖ ଦିନ ଏକ ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଖଣ୍ଡପୀଠର କାର୍ଯ୍ୟ ଆସନ୍ତା 20 ତାରିଖ ପରେ ପରିସ୍ଥିତିର ସମ୍ଭାବନାକୁ ନେଇ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା ସରକାର ଲକଡାଉନ କୋହଳ ସହ କେତେକ କ୍ଷେତ୍ରରେ କଟକଣାକୁ କୋହଳ କରିବା ପାଇଁ ଘୋଷଣା କରିଥିଲେ । ସେଗୁଡିକ ମଧ୍ୟରେ ଅତ୍ୟାବଶକ୍ୟ ସାମଗ୍ରୀର ପରିବହନ, ଗରିବ ଲୋକଙ୍କ ଜୀବନଜୀବିକା ବିଷୟ ଅନ୍ତର୍ଭୁକ୍ତ ଥିଲା । କେତେକ କାର୍ଯ୍ୟାଳୟ ସାମାଜିକ ଦୂରତ୍ଵ ରକ୍ଷାକରୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ବର୍ତ୍ତମାନର ସୂଚନା ଅନୁସାରେ ହାଇକୋର୍ଟଗୁଡିକ କାର୍ଯ୍ୟ କରୁନଥିଲେ ମଧ୍ୟ କେତେକ ବିଶେଷ ମାମଲା ଭିଡିଓ କନଫରେନ୍ସ ଜରିଆରେ କରାଯାଉଛି । ପ୍ରାୟ ଅଧିକାଂଶ ଜାଗାରେ ଖଣ୍ଡପୀଠଗୁଡିକ ହଟସ୍ପଟ ଅଞ୍ଚଳ ମଧ୍ୟରେ ଅବସ୍ଥିତ ରହିଛି । ଏଭଳି ପରିସ୍ଥିତିରେ ବାର ପ୍ରତିନିଧିମାନେ ମଧ୍ୟ ମାମଲା ପରିଚାଳନା ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।

ସେ ଦୃଷ୍ଟିରୁ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣଗୁଡିକର କାର୍ଯ୍ୟ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ରଖିବାକୁ ସ୍ଥିର ହୋଇଛି । ଛୁଟି ଓ ଅନ୍ୟାନ୍ୟ ଦିନରେ ଖଣ୍ଡପୀଠ କାର୍ଯ୍ୟ କରିବା ନେଇ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ।

 

**********


(ରିଲିଜ ଆଡି: 1616786) ପରିଦର୍ଶକ କାଉଣ୍ଟର : 226