ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

ଲକଡାଉନ ଜାରି ହେବା ପରେ ସଂକ୍ରମଣ ମାମଲା ଦ୍ଵିଗୁଣିତ ହେବା ହାରରେ ସୁଧାର

Posted On: 20 APR 2020 5:29PM by PIB Bhubaneshwar

ଦେଶରେ କୋଭିଡ-19 ସଂକ୍ରମଣର ନିରାକରଣ, ପ୍ରତିରୋଧ ଏବଂ ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ସରକାରୀ କାର୍ଯ୍ୟାଳୟ ପରିଚାଳନା ଲାଗି 20 ଏପ୍ରିଲ, 2020ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ଦିଶାନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ଅଧିକାରୀ ଏବଂ ଏବଂ କର୍ମଚାରୀମାନଙ୍କୁ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି

  • ପୁନଃବ୍ୟବାରକ୍ଷମ/କପଡ଼ା ମୁହଁଘୋଡ଼ା ବ୍ୟବହାର କରିବା ଉଚିତ
  • ବିଶୋଧନ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ
  • ନିୟମିତ ଭାବେ ସାବୁନ ଓ ପାଣିରେ ହାତ ଧୋଇବା ଉଚିତ କିମ୍ବା ଆଲକହଲଯୁକ୍ତ ହ୍ୟାଣ୍ଡରବ ଓ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ
  • ପରସ୍ପର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବା ଉଚିତ
  • 5ରୁ ଅଧିକ ଲୋକଙ୍କ ସମାବେଶ କରିବା ଅନୁଚିତ

ବିଗତ 7 ଦିନର ସଂକ୍ରମଣ ମାମଲାକୁ ଆଧାର କରି କୋଭିଡ-19 ସଂକ୍ରମଣ ମାମଲା ଦୁଇ ଗୁଣ ହେବାର ହାର ଆକଳନ କରାଯାଇଛି। ଏଥିରୁ ଜଣାଯାଇଛି ଯେ ଲକଡାଉନ ଜାରି ହେବା ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣିତ ହେବା ମାମଲାର ହାର 3.4 ଦିନ ଥିବା ସମୟରେ 19 ଏପ୍ରିଲ, 2020 ସୁଦ୍ଧା ଶେଷ ସାତ ଦିନରେ ଏହି ହାରରେ ସୁଧାର ଆସି 7.5 ଦିନରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣିତ ହେବା କ୍ଷେତ୍ରରେ 18ଟି ରାଜ୍ୟ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଜାତୀୟ ହାର ଠାରୁ ଏମାନଙ୍କ ସ୍ଥିତିରେ ସୁଧାର ଆସିଛି ଏହି ରାଜ୍ୟଗୁଡ଼ିକ ହେଲେ:

ଦ୍ଵିଗୁଣିତ ହାର : 20 ଦିନରୁ କମ ସମୟ-

  • ଦିଲ୍ଲୀ (କେନ୍ଦ୍ର ଶାସିତ ପ୍ରଦେଶ)-8.5 ଦିନ
  • କର୍ଣ୍ଣାଟକ-9.5 ଦିନ

o ତେଲଙ୍ଗାନା- 9.4 ଦିନ

o ଆନ୍ଧ୍ରପ୍ରଦେଶ- 10.6 ଦିନ

o ଜମ୍ମୁ ଓ କଶ୍ମୀର (କେନ୍ଦ୍ର ଶାସିତ ପ୍ରଦେଶ)- 11.5 ଦିନ

o ପଞ୍ଜାବ- 13.1 ଦିନ

o ଛତିଶଗଡ଼ - 13.3 ଦିନ

o ତାମିଲନାଡ଼ୁ- 14 ଦିନ

o ବିହାର- 16.4 ଦିନ

o ଦୁଇଗୁଣିତ ହେବା ହାର : 20 ଦିନରୁ 30 ଦିନ ମଧ୍ୟରେ :

o ଆଣ୍ଡାମାନ ଓ ନିକୋବର (କେନ୍ଦ୍ରଶାସିତ ପ୍ରଦେଶ) - 20.1 ଦିନ

o ହରିୟାଣା - 21 ଦିନ

o ହିମାଚଳ ପ୍ରଦେଶ - 24.5 ଦିନ

o ଚଣ୍ଡିଗଡ଼ (କେନ୍ଦ୍ର ଶାସିତ ପ୍ରଦେଶ)- 25.4 ଦିନ

o ଆସାମ - 25.8 ଦିନ

o ଉତ୍ତରାଖଣ୍ଡ - 26.6 ଦିନ

o ଲଦାଖ (UT) - 26.6 ଦିନ

o ଦ୍ଵିଗୁଣିତ ହେବା ହାର : 30 ଦିନରୁ ଅଧିକ :

o ଓଡ଼ିଶା - 39.8 ଦିନ

o କେରଳ - 72.2 ଦିନ

ଗୋଆର ସମସ୍ତ କୋଭିଡ-19 ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି ଏବଂ ଏବେ ଗୋଆରେ ଜଣେ ହେଲେ ସକ୍ରିୟ ସଂକ୍ରମିତ ନାହାନ୍ତି।  ତିନୋଟି ଜିଲ୍ଲା ପୁଡୁଚେରୀର ମାହେ, କର୍ଣ୍ଣାଟକର କୋଡ଼ାଗ୍ଗୁ ଓ ଉତ୍ତରାଖଣ୍ଡର ପୌରୀ ଗଡ଼ଓ୍ବାଲରେ ଗତ 28 ଦିନ ମଧ୍ୟରେ ଗୋଟିଏ ହେଲେ ସଂକ୍ରମିତ ମାମଲା ସାମ୍ନାକୁ ଆସିନାହିଁ। ବିଗତ 14 ଦିନ ମଧ୍ୟରେ 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 59ଟି ଜିଲ୍ଲା ଆଦୌ ନୂଆ ସଂକ୍ରମିତ ମାମଲା ନଥିବା ଜିଲ୍ଲା ତାଲିକାରେ ସାମିଲ ହୋଇଛନ୍ତି ଏହି ତାଲିକାରେ 6ଟି ନୂଆ ଜିଲ୍ଲା ଯୋଡ଼ି ହୋଇଛି :

  • ରାଜସ୍ଥାନର ଡୁଙ୍ଗରପୁର ଓ ପାଲି
  • ଗୁଜରାଟର ଜାମନଗର ଓ ମୋରବି
  • ଗୋଆର ଉତ୍ତର ଗୋଆ
  • ତ୍ରିପୁରାର ଗୋମତୀ

ଦେଶରେ ମୋଟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 17,265ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ 14.75 ପ୍ରତିଶତ ଅର୍ଥାତ 2547 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା କୋଭିଡ-19ରେ 543 ଜଣଙ୍କର ପ୍ରାଣହାନି ଘଟିଛି।

 କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

**********

 

 



(Release ID: 1616558) Visitor Counter : 199