ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀ କାରବାର କରିବାକୁ ଅନୁମତି

• ଇ-କମର୍ସ ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳକୁ ରାଜ୍ୟ ସରକାର ସୁନିଶ୍ଚିତ କରିବେ

Posted On: 19 APR 2020 6:45PM by PIB Bhubaneshwar

କୋଭିଡ-19 ଲକଡାଉନ କାଳରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କେତେକ କାର୍ଯ୍ୟକଳାପ ଛାଡ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛି । ଆଜି ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଇ-କମର୍ସ ସମନ୍ଵିତ ସଂଶୋଧିତ ନିର୍ଦ୍ଦେଶାବଳୀର ଧାରା 14(ଭି) ବଳରେ କେତେକ କମ୍ପାନୀଙ୍କୁ ବାଦ ଦିଆଯାଇଛି । ଏ ସଂକ୍ରାନ୍ତରେ ପୁଣି ସ୍ପଷ୍ଟିକରଣ ଦିଆଯାଉଛି ଯେ, ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ଵାରା ଜରୁରୀ ନଥିବା ସାମଗ୍ରୀର ପରିପହନ ନିଷିଦ୍ଧ କରାଯାଇଥିଲେ ମଧ୍ୟ ସେମାନଙ୍କୁ ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ପରିବହନ ପାଇଁ ଧାରା 13(1) ଅଧିନରେ ଅନୁମତି ଦିଆଯାଇଛି । ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଜଣାଇ ଦେଇଛି । ଏଥିସହ ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ଏସମ୍ପର୍କରେ ସବିଶେଷ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି ।

 

**********



(Release ID: 1616196) Visitor Counter : 222