ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଗ୍ରାମାଞ୍ଚଳରେ କୋହଳ ହେଲା ଲକଡାଉନ କଟକଣା

• 7 ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଅଣବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସମବାୟ ସମିତି, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଓ ବୃକ୍ଷରୋପଣ ଆଦି କେତେକ କ୍ଷେତ୍ର ଲକଡାଉନ କଟକଣାରୁ ମୁକ୍ତ
• ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ଜାରି

प्रविष्टि तिथि: 17 APR 2020 10:42AM by PIB Bhubaneshwar

ଲକଡାଉନ ସମୟରେ ଦେଶବ୍ୟାପୀ ଲାଗୁ ହୋଇଥିବା ବିଭିନ୍ନ ପ୍ରକାର କଟକଣାକୁ ସରକାର କେତେକ କ୍ଷେତ୍ରରେ କୋହଳ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତିଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବୃକ୍ଷରୋପଣ କାର୍ଯ୍ୟ, ଅଣ ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନ, ସେବା ସମବାୟ ସମିତି ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ନେଇ ଯେଉଁ କଟକଣା ଥିଲା ତାହା ପ୍ରତ୍ୟାହୃତ ହୋଇଛିଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସଂଶୋଧିତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ବିଭାଗକୁ କୁହଯାଇଛି

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଏଣିକି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଅନ୍ୟାନ୍ୟ ବନବାସୀ କାଠକୁ ଛାଡି ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ତତସଂକ୍ରାନ୍ତ କାର୍ଯ୍ୟ କରିପାରିବେବାଉଁଶ, ନଡିଆ, ଗୁଆ, କୋକୋ ମସଲା ଜାତୀୟ ଚାଷ କାମ ଏବଂ ଏହାର ଅମଳ ଉପରେ କଟକଣା ରହିବ ନାହିଁସେମାନେ ଏସବୁ ସାମଗ୍ରୀର ସଂଗ୍ରହ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ପରିବହନ ବିପଣନ ଏଣିକି ଅନାୟାସରେ କରିପାରିବେ

ସେହିଭଳି ଗୃହ ଅର୍ଥଲଗାଣକାରରୀ କମ୍ପାନୀ, ମାଇକ୍ରୋ ଫାଇନାନ୍ସ ଏବଂ ଅନ୍ୟାନ୍ୟ ଅଣ ବ୍ୟାଙ୍କିଂ କମ୍ପାନୀମାନେ ନିଜର ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଏଣିକି କାମ କରିବାର ସୁଯୋଗ ପାଇବେଗ୍ରାମାଞ୍ଚଳରେ ଋଣ ଯୋଗାଣକାରୀ ସମବାୟ ସମିତି, ଗ୍ରାମାଞ୍ଚଳରେ କ୍ଷେତ୍ରୀୟ ନିର୍ମାଣ କାର୍ଯ୍ୟ ଯଥା ଜଳଯୋଗାଣ, ପରିଚ୍ଛନ୍ନତା କାର୍ଯ୍ୟ, ବିଜୁଳି ଲାଇନ ଟଣା ଟ୍ରାନ୍ସଫର୍ମର ସ୍ଥାପନ, କେବଲ ଟେଲିକମ ଅପ୍ଟିକାଲ ଫାଇବର ବିଛାଇବା ଆଦି ଲକଡାଉନ କଟକଣାରୁ ମୁକ୍ତ ହୋଇଛି

 

***************

 


(रिलीज़ आईडी: 1615482) आगंतुक पटल : 228
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam