ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜୁମ୍‌ ମିଟିଂ ପ୍ଲାଟଫର୍ମ ନିରାପତ୍ତା ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉପଦେଶିକା ଜାରି

Posted On: 16 APR 2020 4:30PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍‌ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାଯେ କୁହାଯାଇଛି ଯେ ସରକାରୀ ଅଧିକାରୀ/ କର୍ମଚାରୀମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟ ପାଇଁ ଏହା ବ୍ୟବହାରଯୋଗ୍ୟ ନୁହେଁ ।

ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌ (ସେର୍ଟ-ଇନ୍‌) ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଉପଦେଶାବଳୀ ମର୍ମରେ ଏହି ଉପଦେଶିକାକୁ ବିବେଚନା କରାଯିବ । ଜୁମ୍‌ ଏକ ନିରାପଦ ପ୍ଲାଟଫର୍ମ ନୁହେଁ ବୋଲି ଏଥିରେ ସ୍ପଷ୍ଟ ଭାବେ ସୂଚୀତ କରାଯାଇଛି । ଘରୋଇ ବ୍ୟକ୍ତିବିଶେଷ ଯେଉଁମାନେ ତଥାପି ନିଜର ବ୍ୟକ୍ତିଗତ କାର୍ଯ୍ୟ ସକାଶେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ନିରାପତ୍ତା ସକାଶେ ଏଭଳି ଗାଇଡ଼ଲାଇନ୍‌ ଜାରି କରାଯାଇଛି ।

ଏଭଳି ଉପଦେଶିକାର ମୋଟାମୋଟି ଉଦ୍ଦେଶ୍ୟ ହେଲା ଜୁମ୍‌ ସମ୍ମିଳନୀ କକ୍ଷକୁ ଏହାର ଅସ୍ୱୀକୃତ ପ୍ରବେଶକୁ ରୋକାଯାଇପାରିବ ଏବଂ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ବ୍ୟବହାରକାରୀଙ୍କ ଟର୍ମିନାଲକୁ ଅଣସ୍ୱୀକୃତ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ସେମାନଙ୍କର ହୀନ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ବ୍ୟବହାରରୁ ସୁରକ୍ଷିତ ରଖାଯାଇପାରିବ ।

ଏହାର ପ୍ରତିଷେଧମୂଳକ ବ୍ୟବସ୍ଥାର ବିସ୍ତୃତ ବିବରଣୀ ଯାହାକି ବ୍ୟକ୍ତିବିଶେଷ ସଂପୃକ୍ତ ନଥିରୁ ପାଇପାରିବେ, ତାହା  ଲିଙ୍କସହ ସଂଯୋଗ କରାଯାଇଛି ।

 

**********

 

 



(Release ID: 1615187) Visitor Counter : 236