ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
                
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଉଜ୍ଜ୍ଵଳା ହିତାଧିକାରୀଙ୍କୁ 1.51 କୋଟି ମାଗଣା ସିଲିଣ୍ଡର ବଣ୍ଟା ଯାଇଛି
                    
                    
                        •	ଘରେ ଘରେ ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତିମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଅଭିହିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ   
                    
                
                
                    Posted On:
                16 APR 2020 7:29PM by PIB Bhubaneshwar
                
                
                
                
                
                
                ଚଳିତ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 1.51 କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର 8 କୋଟି ହିତାଧିକାରୀଙ୍କୁ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ 3ଟି ଗ୍ୟାସ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା ରହିଛି । ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଗ୍ରାହକମାନଙ୍କ ବ୍ୟାଙ୍କ ଖାତାକୁ ଅଗ୍ରୀମ ପଇସା ପଠାଇ ଦେଇଛନ୍ତି । ଏହି ଅର୍ଥକୁ ସେମାନେ ଏଲପିଜି ସିଲିଣ୍ଡର ପାଇଁ ବ୍ୟବହାର କରିପାରିବେ । ଦିନକୁ ତୈଳ ବିପଣନ କମ୍ପାନୀଗୁଡ଼ିକ 50 ରୁ 60 ଲକ୍ଷ ସିଲିଣ୍ଡର ଯୋଗାଉଥିବା ବେଳେ ସେଥିରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ 18 ଲକ୍ଷ ମାଗଣା ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି ।
ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଲିଣ୍ଡର ଘରେ ପହଞ୍ଚାଉଥିବା 800 ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ଏଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କରୋନା ମହାମାରୀ ସଂଗ୍ରାମର ଜଟିଳ ପରିସ୍ଥିତିରେ ଏମାନେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ ତୁଲାଉଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସେମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରି ମନ୍ତ୍ରୀ କହିଥିଲେ ଯେ, ସେମାନେ ଦିନକୁ 60 ଲକ୍ଷ ପର୍ଯ୍ୟନ୍ତ ସିଲିଣ୍ଡର ଘରେ ଘରେ ପହଞ୍ଚାଉଛନ୍ତି । କଠିନ ପରିସ୍ଥିତିରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ସେମାନେ ସମାଜରେ ସ୍ଵତନ୍ତ୍ର ସମ୍ମାନର ପାତ୍ର ହେବା ସହ ଗରିବଙ୍କ ଆଶୀର୍ବାଦ ପାଉଛନ୍ତି ବୋଲି କହିଥିଲେ । ଘରେ ଘରେ ଏଲପିଜି ସିଲିଣ୍ଡର ପହଞ୍ଚାଉଥିବା ଏହି ବ୍ୟକ୍ତିମାନେ ନିଜର ଅଭିଜ୍ଞତା ମଧ୍ୟ ବଖାଣିଥିଲେ । କମ୍ପାନୀ ସେମାନଙ୍କୁ ସାବୁନ, ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ଭଳି ନିରପତ୍ତା କିଟ ପ୍ରଦାନ କରିଛି ବୋଲି ପ୍ରକାଶ କରିଥିଲେ । ସିଲିଣ୍ଡରଗୁଡିକୁ ଘରେ ପହଞ୍ଚାଇବା ବେଳେ ସେମାନେ ସିଲିଣ୍ଡରକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି କହିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ଵ, ଆରୋଗ୍ୟ ସେତୁ ଆପର ଉପକାରିତା ଏବଂ ଅନଲାଇନ ଜରିଆରେ ଦେୟ ପ୍ରଦାନର ଉପକାରିତା ବୁଝାଇଥିଲେ । ସରକାର ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ସେମାନଙ୍କ ବୀମା ବ୍ୟବସ୍ଥା କରିଥିବାରୁ ସେମାନେ ଏଥିନେଇ କୃତଜ୍ଞତା ପ୍ରକାଶ କରିଥିଲେ । କେତେକ ପ୍ରଧାନମନ୍ତ୍ରୀଙ୍କ ରିଲିଫ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରିବା ସହ ଗରିବ ଓ ବୟସ୍କ ଲୋକମାନଙ୍କୁ ଆବଶ୍ୟକସ୍ଥଳେ ସହାୟତା କରୁଥିବା ପ୍ରକାଶ କରିଥିଲେ । 
 
*********
 
                
                
                
                
                
                (Release ID: 1615185)
                Visitor Counter : 247
                
                
                
                    
                
                
                    
                
                Read this release in: 
                
                        
                        
                            Telugu 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada