ଅର୍ଥ ମନ୍ତ୍ରଣାଳୟ

କରୋନା ସଂକ୍ରମଣ ଯୋଗୁ ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ 15 ଯାଏ ବଢ଼ିଲା

ପୋଷ୍ଟ କରାଯିବା ଦିନାଙ୍କ: 16 APR 2020 11:23AM by PIB Bhubaneswar

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ବୀମା ପଲିସିଧାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ପଲିସି ନବୀକରଣ ମିଆଦକୁ ଆସନ୍ତା ମେ 15 ଯାଏ ବଢ଼ାଇ ଦେଇଛନ୍ତିଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛିଯେଉଁ ପଲିସିଧାରୀଙ୍କର ସ୍ୱାସ୍ଥ୍ୟ ମୋଟରଯାନ ତୃତୀୟ ପକ୍ଷ ବୀମା ମିଆଦ ପୂରି ଯାଇଛି ସେମାନେ ଲକଡାଉନ ସମୟରେ ବ୍ୟସ୍ତ ନ ହୋଇ ମେ ମାସ 15 ତାରିଖ ମଧ୍ୟରେ ବାବଦ ଦେୟ ପୈଠ କରି ପଲିସିର ନବୀକରଣ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛିଏହି ଅତିରିକ୍ତ ସମୟ ମଧ୍ୟରେ ପଲିସିଧାରୀଙ୍କୁ କ୍ଲେମ ପେମେଣ୍ଟ ସୁବିଧା ମଧ୍ୟ ମିଳିବମାର୍ଚ୍ଚ 25ରୁ ମେ 3 ମଧ୍ୟରେ ଯେଉଁ ପଲିସିଧାରୀଙ୍କର ବୀମାପତ୍ର ନବୀକରଣ ଲକଡାଉନ ଯୋଗୁ ସମ୍ଭବ ହେବନାହିଁ ଏବଂ ସେମାନଙ୍କର ନବୀକରଣ ଦେୟ ପ୍ରଦାନ ତାରିଖ ଏହା ମଧ୍ୟରେ ପଡୁଛି ସେମାନେ ଏହି ଅତିରିକ୍ତ କୋହଳ ସମୟର ସୁଯୋଗ ନେଇପାରିବେଏଥିପାଇଁ ମେ 15 ତାରିଖ ଯାଏ ସମୟ ଧାର୍ଯ୍ୟ କରାଯାଇଛିଅତିରିକ୍ତ କୋହଳ ସମୟରେ ପଲିସି ନବୀକରଣ କଲେ କ୍ଲେମ ପାଇଁ କୌଣସି ଅସୁବିଧା ରହିବ ନାହିଁ ଏବଂ ବୀମାକୃତ ହୋଇନଥିବା ସମୟକୁ ବୀମାଭୁକ୍ତ ଭାବେ ବିଚାର କରାଯିବ

 

*************


(ରିଲିଜ ଆଡି: 1614982) ପରିଦର୍ଶକ କାଉଣ୍ଟର : 278