ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇ-ଚାଲାଣ-କମ-ରିଟର୍ଣ୍ଣ (ଇସିଆର) ଫାଇଲ କରିବାର ଶେଷ ତାରିଖ 15 ଏପ୍ରିଲ ରୁ 15 ମେ’, 2020କୁ ବୃଦ୍ଧି

• ଲକଡାଉନ କାଳରେ 6 ଲକ୍ଷ ସଂସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ପ୍ରଦାନ

Posted On: 15 APR 2020 5:48PM by PIB Bhubaneshwar

କୋଭିଡ-19ର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଗତ ମାର୍ଚ୍ଚ 24 ତାରିଖ ଦିନ ଲକଡାଉନ ଘୋଷଣା କରିଥିଲେ ସେ ଦୃଷ୍ଟିରୁ ମାର୍ଚ୍ଚ ମାସ ବେତନର ଇସିଆର ଏପ୍ରିଲ 15 ରୁ ମେ’ 15କୁ ବୃଦ୍ଧି କରାଯାଇଛି ।

ସାଧାରଣତଃ ମାର୍ଚ୍ଚ 2020ର ରିହାତି ସମୟ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଥାଏ । ଇପିଏଫ ଓ ଏମପି ଆକ୍ଟ 1952 ଅଧୀନରେ ସଂସ୍ଥାଗୁଡ଼ିକ ଏହି ସମୟଗୁଡ଼ିକ ମଧ୍ୟରେ ସେମାନଙ୍କ ଇସିଆର ଫାଇଲ କରିଥାନ୍ତି

ତେବେ କୋଭିଡ-19 ମହାମାରୀ ଦୃଷ୍ଟିରୁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ରାଶି ବାବ ମାର୍ଚ୍ଚ ମାସରେ ମାଲିକ ଓ କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଦୃଷ୍ଟିରେ ରଖି ରୋଜଗାରରେ ଯେପରି ବ୍ୟାଘାତ ନ

ହୁଏ ଓ କର୍ମଚାରୀଙ୍କର ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହା କରାଯାଇଛି ।

ଇସିଆର ଫାଇଲ କରିବାର ଅବଧି ଘୁଞ୍ଚିବାରୁ ପ୍ରାୟ 6 ଲକ୍ଷ ସଂସ୍ଥାର 5 କୋଟି କର୍ମଚାରୀଙ୍କ ହିତ ସାଧନ ହୋଇପାରିବ । ମାଲିକମାନେ ମାର୍ଚ୍ଚର ବେତନ ମାର୍ଚ୍ଚରେ ଦେବାଲାଗି ଇସିଆରରେ ଘୋଷଣା କରିବାକୁ ହେବ । ସେ ଦୃଷ୍ଟିରୁ ଏହି ରିଟର୍ଣ୍ଣ ବର୍ତ୍ତମାନ ମେ’ 15 ବା ତା’ପୂର୍ବରୁ ପଇଠ କରିବାକୁ ହେବ । ମାଲିକମାନେ ଏହି ଫାଇଲିଂ ଅବଧି ଘୁଞ୍ଚିବା ଯୋଗୁଁ ସୁଧ ଓ ଜରିମାନା ଦେବାରୁ ଅବ୍ୟାହତି ପାଇବେ ।   

 

**********



(Release ID: 1614842) Visitor Counter : 190