ଅର୍ଥ ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ସମୟରେ ଟିକସଦାତାଙ୍କୁ ସହାୟତା ଲାଗି ସିବିଡିଟିର ପ୍ରୟାସ

ଗୋଟିଏ ସପ୍ତାହ ମଧ୍ୟରେ 4,250 କୋଟି ଟଙ୍କାର 10.2 ଲକ୍ଷ ରିଫଣ୍ଡ ଜାରି

Posted On: 15 APR 2020 5:42PM by PIB Bhubaneshwar

କୋଭିଡ-19 ମହାମାରୀ ମୁକାବିଲା ଲାଗି ଟିକସଦାତାଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ଜାରି କରିବା ନିମନ୍ତେ ସରକାର ନିଷ୍ପତି ନେଇଥିଲେ ସମ୍ପର୍କରେ ଗତ 8 ତାରିଖରେ ଏକ ପ୍ରେସ ବିବୃତି ଜାରି କରାଯାଇଥିଲା 14 ଏପ୍ରିଲ 2020 ସୁଦ୍ଧା 4,250 କୋଟି ଟଙ୍କାର ପ୍ରାୟ 10.2 ଲକ୍ଷ ରିଫଣ୍ଡ ଜାରି କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି ଏହାବ୍ୟତୀତ 31ମାର୍ଚ୍ଚ 2020 ସୁଦ୍ଧା 2.50 କୋଟି ରିଫଣ୍ଡ 2019-20 ଆର୍ଥିକ ବର୍ଷ ପାଇଁ ପୂର୍ବରୁ ଜାରି କରାଯାଇସାରିଛି ସର୍ବମୋଟ 1.84 ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇସାରିଥିବା ଏଥିରେ କୁହାଯାଇଛି

ସିବିଡିଟି ପକ୍ଷରୁ ଆହୁରି କୁହାଯାଇଛି ଯେ ଚଳିତ ସପ୍ତାହରେ ଆହୁରି ପାଖାପାଖି 1.75 ଲକ୍ଷ  ରିଫଣ୍ଡ ଜାରି କରିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି ଏସବୁ ରିଫଣ୍ଡ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ 5-7 ବ୍ୟବସାୟ ଦିନରେ ଜାରି କରାଯିବ ତେବେ ବକେୟା ଟିକସ ଦାବି ନିମନ୍ତେ ଟିକସଦାତାଙ୍କ ଇମେଲ ଉତରକୁ ଅପେକ୍ଷା କରାଯାଇଛି ଏଥିପାଇଁ ସେମାନଙ୍କୁ ସୂଚିତ କରାଯାଇଛି ସେମାନେ 7 ଦିନ ମଧ୍ୟରେ ଜବାବ ଦାଖଲ କଲେ ରିଫଣ୍ଡ ଜାରି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବ

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟକର ବିଭାଗ ପକ୍ଷରୁ ଟିକସଦାତାଙ୍କ ଲାଭ ନିମନ୍ତେ ଏସବୁ ରିମାଇଣ୍ଡର ଇମେଲ ପଠାଯାଇଛି ଏଥିରେ ସେମାନଙ୍କ ଠାରୁ ବକେୟା ରିଫଣ୍ଡ ଦାବି, ବ୍ୟାଙ୍କ ଆକାଉଣ୍ଟ ଏବଂ ତ୍ରୁଟି/ଭୁଲର ସଂଶୋଧନ ନିମନ୍ତେ ଆବଶ୍ୟକତ ତଥ୍ୟ ମଗାଯାଇଛି ଏହାପରେ ରିଫଣ୍ଡ ଜାରି କରାଯିବ

ତୁରନ୍ତ ଏପରି ଇମେଲର ଜବାବ ଦେବାକୁ ସିବିଡିଟି ପକ୍ଷରୁ ଟିକସଦାତାମାନଙ୍କୁ ନିବେଦନ କରାଯାଇଛି ଯଦ୍ଦ୍ୱାରା ତୁରନ୍ତ ରିଫଣ୍ଡ ଜାରି କରାଯାଇପାରିବ ଟିକସଦାତାମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିଜର -ମେଲ ଏବଂ -ଫାଇଲିଂ ଆକାଉଣ୍ଟରେ ଲଗଇନ କରି ଆୟକର ବିଭାଗକୁ ତୁରନ୍ତ ଜବାବ ଦିଅନ୍ତୁ

ରିଫଣ୍ଡ ଜାରି କରିବା ନିମନ୍ତେ ସିବିଡିଟିକୁ 7 ଦିନ ମଧ୍ୟରେ ଜବାବ ଦାଖଲ କରିବା ସମ୍ପର୍କରେ ଟିକସଦାତାଙ୍କ ପାଖକୁ ଯାଇଥିବା -ମେଲ ସମ୍ପର୍କରେ କେତେକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କ୍ଷେତ୍ରରେ ଏହା ସ୍ପଷ୍ଟ କରାଯାଉଛି ଯେ ଏସବୁ ଦରକାରୀ ନିୟମିତ ପ୍ରକ୍ରିୟା ଏହା ଅନ୍ତର୍ଗତ ତ୍ରୁଟିପୂର୍ଣ୍ଣ ଆୟକର ରିଟର୍ଣ୍ଣ, ପ୍ରାଥମିକ ଆଡଜଷ୍ଟମେଂଟ ଏବଂ କେତେକ ଦାବି ସୁନିଶ୍ଚିତ କରିବା ଲାଗି ଟିକସଦାତାଙ୍କ ଠାରୁ ତଥ୍ୟ ଲୋଡ଼ା ଯାଇଥାଏ ଏପରି କ୍ଷେତ୍ରରେ ଟିକସଦାତା ତୁରନ୍ତ ଜବାବ ଦାଖଲ କଲେ ଆଇଟି ବିଭାଗ ପକ୍ଷରୁ ସେମାନଙ୍କର ରିଫଣ୍ଡ ଜାରି କରାଯାଇଥାଏ

 

***********

 


(Release ID: 1614836)