ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2020 3:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହୀମ ନୁୟେନ ସୁଆନ ଫୁକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତିଦୁଇ ନେତା କୋଭିଡ-19 ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ତତଜନିତ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ

କୋଭିଡ-19ର ମୁକାବିଲା ଲାଗି ଦ୍ୱିପାକ୍ଷିକ ସହଯୋଗ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେଉଭୟ ନିଜ ନିଜ ରାଷ୍ଟ୍ରରେ ରହିଥିବା ଅପରପକ୍ଷର ନାଗରିକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେଉଭୟ ନେତା ଭାରତ ଏବଂ ଭିଏତନାମ ମଧ୍ୟରେ ରଣନୀତିକ ସହଭାଗିତାର ଗୁରୁତ୍ୱ ଏବଂ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେସେମାନେ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ

ଆଗାମୀ ଦିନରେ କରୋନା ମହାମାରୀର ମୁକାବିଲା ଲାଗି ଉଭୟ ରାଷ୍ଟ୍ରର ବୈଷୟିକ ଟିମ ଯୋଗାଯୋଗରେ ରହି ମିଳିତ ପ୍ରୟାସ ଜାରି ରଖିବେ ବୋଲି ଉଭୟ ନେତା ଏକମତ ହୋଇଥିଲେ

ସାଂପ୍ରତିକ ପରିସ୍ଥିତିରେ ଭିଏତନାମର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ

 

**********


(ରିଲିଜ ଆଡି: 1613963) ପରିଦର୍ଶକ କାଉଣ୍ଟର : 285