ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଜରିଆରେ ବ୍ୟାପକ ଡ଼ିଜିଟାଲ ପେମେଣ୍ଟ ସଂସାଧନର ଉପଯୋଗ ଦ୍ୱାରା ତ୍ୱରିତ ରାଶି ପ୍ରଦାନ ସୁବିଧା

Posted On: 12 APR 2020 7:05PM by PIB Bhubaneshwar

•        ଜନ ଧନ ଜମାଖାତା ତଥା ଅନ୍ୟ ଜମାଖାତାଧାରୀଙ୍କ ଜମାଖାତା ସହ ସେମାନଙ୍କ ମୋବାଇଲ୍‌ ନମ୍ବର ଓ ଆଧାର (ଜନ ଧନ ଆଧାର- ମୋବାଇଲ (ଜାମ୍‌) କୁ ସଂଯୋଗ କରି ଦେଶରେ ଡ଼ିଜିଟାଲ ପେମେଣ୍ଟର ଏକ ବିଶାଳ ପାଇପଲାଇନ୍‌ ସ୍ଥାପନ କରାଯାଇପାରିଛି । ଏଭଳି ପାଇପଲାଇନର ଭିତ୍ତିଭୂମି ଡ଼ିବିଟି ପ୍ରଦାନ ସ୍ରୋତର ମେରୁଦଣ୍ଡ ପାଲଟିଛି ଏବଂ ତାହା ଲୋକମାନଙ୍କୁ ତ୍ୱରିତ ଆବଶ୍ୟକ ସୁବିଧା ଯୋଗାଇ ଦେଉଛି । ସାମାଜିକ ନିରାପତ୍ତା/ ପେନସନ ଯୋଜନା ଇତ୍ୟାଦି ମଧ୍ୟ ଏହି ସୁବିଧାରେ ସାମିଲ । ପ୍ରଧାନମନ୍ତ୍ରୀ ଜନ ଧ ଯୋଜନା (ପିଏମଜେଡ଼ିୱାଇ) 2014 ମସିହା ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିଲା ଏବଂ ବ୍ୟାଙ୍କ ଜମାଖାତା ନଥିବା ଲୋକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ସୁବିଧା ଯୋଗାଇ ଦେବା ହେଲା ଏହାର ମୂଳ ଲକ୍ଷ୍ୟ । ତଦନୁସାରେ 2020 ମାର୍ଚ୍ଚ 20 ତାରିଖ ସୁଦ୍ଧା 126 କୋଟି ସଚଳ କାସାଆକାଉଣ୍ଟ ରହିଛି, ଏବଂ ପିଏମଜେଡ଼ିୱାଇ ଅଧୀନରେ 38 କୋଟିରୁ ଅଧିକ ବ୍ୟାଙ୍କ ଜମାଖାତା ଖୋଲାଯାଇଛି ।

•        ଏହା ଆନ୍ତଃଚଳନଧର୍ମୀ, ତ୍ୱରିତ ତଥା ସଠିକ ଦେଣନେଣକ୍ଷମ:

•        ଏଭଳି ଜମାଖାତାଗୁଡ଼ିକରେ ଉଭୟ ନଗଦ ରାଶି ଏବଂ ଡ଼ିଜିଟାଲ କାରବାର କରାଯିବା ସହ ବ୍ୟାଙ୍କ ଶାଖା, ବ୍ୟବସାୟିକ ଦେଣନେଣ (ବିସି) ପଏଣ୍ଟ, ବ୍ୟବସାୟିକ ସ୍ଥାନରେ ଓ ଇଣ୍ଟରନେଟରେ ଏଭଳି କାରବାର କରାଯାଇଥାଏ । ଏଥିରେ ବାୟୋମେଟ୍ରିକ୍‌ ଆଇଡ଼ି ବ୍ୟବହାର କରି ଅତି ସୁଲଭ ପେମେଣ୍ଟ ସୁବିଧା ଯଥା ଏଇପିଏସ/ ଭୀମ ଆଧାର ପେ, ଉଭୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଖୁଚୁରା ପେମେଣ୍ଟ ପାଇଁ ସୁବିଧା କରାଯାଇଛି ।

•        ଡ଼ିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ନିମ୍ନଲିଖିତ ମୋଡ଼ମାନ ରହିଛି:

-        ଏଇପିଏସ: ଯାହା ଆଧାର ପ୍ରମାଣ ଦେଖାଇ ବ୍ୟାଙ୍କ ଶାଖା/ ବିସି ଲୋକେସନରେ ଟଙ୍କା ଉଠାଣରେ ସହାୟକ ହୋଇଥାଏ ।

-        ଭୀମ୍‌ ଆଧାର ପେ: ଏହା ଆଧାର ପ୍ରମାଣନ ସହ ବ୍ୟବସାୟିକ ପେମେଣ୍ଟ କରିବାକୁ ସକ୍ଷମ ।

-        ରୁପେ ଡେବିଟ୍‌ କାର୍ଡ଼:  2020 ମାର୍ଚ୍ଚ 31 ତାରିଖ ସୁଦ୍ଧା ମୋଟ 60.4 କୋଟି ରୁପେ କାର୍ଡ଼ ବଣ୍ଟନ କରାଯାଇଛି ଯେଉଁଥିରେ 29 କୋଟି କେବଳ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡ଼ିୱାଇ) ଜମାଖାତାଧାରୀଙ୍କୁ ପ୍ରଦାନ କରାଯାଇଛି । ସେହିସବୁ କାର୍ଡ଼କୁ ଏଟିଏମରେ ଟଙ୍କା ଉଠାଣ କାର୍ଡ଼ ଭାବେ ଏବଂ ବିକ୍ରୟ ପଏଣ୍ଟ (ପିଓଏସ) ଓ ଇ- କମର୍ସ ପଏଣ୍ଟରେ ଡ଼ିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରୁଛି ।

-        ୟୁପିଆଇ: ତୁରନ୍ତ ରିଅଲ୍‌ ଟାଇମ୍‌ ପେମେଣ୍ଟ ବ୍ୟସ୍ଥା ଯାହା ଉଭୟ ଜଣେ ବ୍ୟକ୍ତିଙ୍କ ଠାରୁ ଦ୍ୱିତୀୟ ବ୍ୟକ୍ତି (ପିଟୁପି) ଏବଂ ଜଣେ ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ (ପିଟୁଏମ)ଙ୍କୁ ଡ଼ିଜିଟାଲ ମୋଡ଼ରେ ଅର୍ଥ ହସ୍ତାନ୍ତର କରାଯାଇପାରିବ ।

-        ବିବିପିଏସ: ଏହା ୟୁଟିଲିଟି ବିଲ୍‌ କୁ ଇଣ୍ଟରନେଟ ମାଧ୍ୟମରେ ପେମେଣ୍ଟ କରିବାରେ ସହାୟକ ହୋଇଥାଏ ଏବଂ ବିସି ଲୋକେସନରେ ଏହାକୁ ଉଭୟ ନଗଦ ରାଲି ଓ ଡ଼ିଜିଟାଲ ମୋଡ଼ରେ ବ୍ୟବହାର କରାଯାଇପାରୁଛି ।

ଉପରେ ବର୍ଣ୍ଣିତ ଡ଼ିଜିଟାଲ ପେମେଣ୍ଟ ସଂସାଧନ ବ୍ୟବହାର କରି, 30 କୋଟିରୁ ଅଧିକ ଗରିବ ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ 28,256 କୋଟି ଟଙ୍କାର ଆର୍ଥିକ ସହାୟତା ପାଇପାରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 26 ମାର୍ଚ୍ଚ ତାରିଖ ଦିନ କୋଭିଡ-19 ସଂକ୍ରମଣ ଯୋଗୁ ଉତ୍ପନ୍ନ ସ୍ଥିତିରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ସକାଶେ ଏହି ବ୍ୟବସ୍ଥାର ଘୋଷଣା କରିଥିଲେ ।

ହିତାଧିକାରୀମାନଙ୍କ ନିମନ୍ତେ 10 ଅପ୍ରେଲ 2020 ପର୍ଯ୍ୟନ୍ତ ନିମ୍ନଲିଖିତ ରାଶି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ପ୍ରଦାନ କରାଯାଇଛି ।

Scheme

No of beneficiaries

Estimated amount

Support to PMJDY women account holders

19.86 crore (97%)

Rs 9930 crore

Front-loaded payments to farmers under PM-KISAN

6.93 crore (out of 8 crore)

Rs 13,855 crore

Support to NSAP beneficiaries (widows, senior citizens and Divyang)

2.82 crore

Rs 1405 crore

Support to Building and other construction workers

2.16 crore

Rs 3066 crore

Total

31.77 crore

Rs 28,256 crore

 

**********



(Release ID: 1613762) Visitor Counter : 203