ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ବିରୋଧୀ ଯୁଦ୍ଧରେ ପୋର୍ଟ ବ୍ଲେୟାରରେ ସହାୟତା ଯୋଗାଇ ଦେଉଛି ଭାରତୀୟ ନୌସେନା

Posted On: 12 APR 2020 11:20AM by PIB Bhubaneshwar

କୋଭିଡ-19 ସଂକଟ ସମୟରେ ନାଭାଲ ଏୟାର ଷ୍ଟେସନ(ଏନଏଏସ) ଉତ୍କର୍ଷ ଏବଂ ସାମଗ୍ରୀ ସଂଗଠନ(ପୋର୍ଟ ବ୍ଲେୟାର) ଅସହାୟ ଲୋକଙ୍କ ନିକଟରେ ପହଂଚି ପୋର୍ଟ ବ୍ଲେୟାରରେ ଖାଦ୍ୟ ବିତରଣ କରିଛନ୍ତି । ଏନଏଏସ ଉତ୍କର୍ଷ, ଏୟାର ଷ୍ଟେସନର ଭତ୍ତିଭୂମି ଉନ୍ନୟନ କାର୍ଯ୍ୟରେ ନିୟୋଜିତ 155 ଶ୍ରମିକଙ୍କ ପାଇଁ ଖାଦ୍ୟ ବିତରଣ ଶିବିର ଆୟୋଜନ କରିଥିଲା । ଶ୍ରମିକମାନେ ଏବେ ଏୟାର ଷ୍ଟେସନର ଆଖପାଖ ଅଂଚଳରେ ରହୁଛନ୍ତି ।

ଏମଓ(ପିବିଆର)ର ଏକ ଦଳ ବନବାସୀ କଲ୍ୟାଣ ଆଶ୍ରମ ଗସ୍ତ କରି ପିଲା ଓ କର୍ମଚାରୀମାନଙ୍କୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବିତରଣ କରିଥିଲେ । ବନବାସୀ କଲ୍ୟାଣ ଆଶ୍ରମ ଏକ ଅଣ ଲାଭକାରୀ ସଂସ୍ଥା ଯାହା ଆଦିବାସୀ ପିଲାମାନଙ୍କୁ ଭୋଜନ ଏବଂ ଆଶ୍ରୟ ପ୍ରଦାନ କରୁଛି । ସଂଗଠନର ଏକ ଶାଖା ପୋର୍ଟ ବ୍ଲେୟାରରେ ରହିଛି ଯାହା 38 ଜଣ ପିଲାଙ୍କୁ ଆଶ୍ରୟ ଯୋଗାଇ ଦେଇଛି । ପୋର୍ଟ ବ୍ଲେୟାରକୁ ଚିକିତ୍ସା ପାଇଁ ଆସୁଥିବା ଗରିବ ଆଦିବାସୀ ପରିବାରଗୁଡିକୁ ସଂଗଠନ ରହିବାର ସୁବିଧା ଯୋଗାଇ ଦେଉଛି । ଏହି ଟିମ୍ କୋଭିଡ-19 ମହାମାରୀର ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ସତର୍କତା ଓ ସାବଧାନତା ଅବଲମ୍ବନ ନିମନ୍ତେ କର୍ମଚାରୀ ଓ ପିଲାମାନଙ୍କୁ ସଚେତନ କରାଇଥିଲେ ।

 

**********



(Release ID: 1613708) Visitor Counter : 121