ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ(ନିଶଙ୍କ)ଙ୍କ ଦ୍ୱାରା ୟୁକ୍ତି(YUKTI) ୱେବ ପୋର୍ଟାଲର ଶୁଭାରମ୍ଭ

• ଏହି ପୋର୍ଟାଲ ଦ୍ୱାରା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୋଭିଡ-19 ମହାମାରୀ କାଳରେ ନେଇଥିବା ବିଭିନ୍ନ ଯୋଜନାର ତଦାରଖ କରିପାରିବ

Posted On: 12 APR 2020 2:27PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ (ନିଶଙ୍କ) ଆଜି ନୂଆଦିଲ୍ଲୀଠାରେ ୟୁକ୍ତି (YUKTI) ୱେବ ପୋର୍ଟାଲର ଶୁଭାରମ୍ଭ କରିଛନ୍ତିମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟର ତଦାରଖ ଏହି ପୋର୍ଟାଲ ଡାସବୋର୍ଡ କରିପାରିବକୋଭିଡ-19ର ମୁକାବିଲା ନେଇ ନିଆଯାଉଥିବା ପୁଙ୍ଖାନୁପୁଙ୍ଖ ତଦାରଖ କରିବା ସାମର୍ଥ୍ୟ ଏହି ପୋର୍ଟାଲର ରହିଛି

ପୋର୍ଟାଲ ଶୁଭାରମ୍ଭ ଅବସରରେ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ମହାମାରୀ କାଳରେ ଆମ ଶିକ୍ଷାର୍ଥୀମାନେ ବିଶେଷ କରି କିଭଳି ଶାରୀରିକ ମାନସିକ ସ୍ତରରେ ସୁସ୍ଥ ରହିବେ ସେମାନଙ୍କର ନିରନ୍ତର ଶିକ୍ଷାଲାଭ ବଳବତ୍ତର ରହିବ ତାହା ଦେଖିବା ଆମର ପ୍ରଥମ କର୍ତ୍ତବ୍ୟଏଭଳି ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟ ସାଧନ କିଭଳି ସମ୍ଭବ ତାର ତଦାରଖ କରିବା ଏହି ପୋର୍ଟାଲର ଉଦ୍ଦେଶ୍ୟ

ଶ୍ରୀ ପୋଖରିଆଲ ଆହୁରି କହିଛନ୍ତି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି କରୋନା ସଂକ୍ରାନ୍ତରେ ହେଉଥିବା ଗବେଷଣା ସର୍ବୋପରି ଛାତ୍ରଛାତ୍ରୀଙ୍କର କଲ୍ୟାଣ ବିଷୟ ଏହି ପୋର୍ଟାଲରେ ତଦାରଖ ହେବଯେପରି ଗୁଣାତ୍ମକ ସଂଖ୍ୟାତ୍ମକ ମାନଦଣ୍ଡ ବଜାୟ ରହେ ତାହା ଏହି ପୋର୍ଟାଲ ଜରିଆରେ ଆସନ୍ତା 6 ମାସ ପର୍ଯ୍ୟନ୍ତ ତଦାରଖ କରାଯାଇପାରିବ

ଶ୍ରୀ ନିଶଙ୍କ କହିଛନ୍ତି ଯେ, ଏହି ପୋର୍ଟାଲ ବଳରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଉତ୍ତମ ଯୋଗସୂତ୍ର ରହିବ, ଯାହା ଫଳରେ କି ମନ୍ତ୍ରଣାଳୟ ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନଗୁଡିକୁ ସିଠିକ ମାର୍ଗରେ ପରିଚାଳିତ କରିପାରିବଏହି ୱେବ ପୋର୍ଟାଲ ୟୁକ୍ତି ତାହାର ନାମକୁ ସାକାର କରିବା ସହ ଦେଶର ଗବେଷଣା ସର୍ବୋପରି ନାଗରିକମାନଙ୍କ ହିତସାଧନ କରିପାରିବ

 

*************



(Release ID: 1613622) Visitor Counter : 243