PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

Posted On: 11 APR 2020 6:59PM by PIB Bhubaneshwar

ତାରିଖ : 11.4.2020

 

· ଗତକାଲି ପରଠାରୁ ଦେଶରେ 1035ଟି ସୁନିଶ୍ଚିତ ସଂକ୍ରମିତ ମାମଲା ଚିହ୍ନଟ ; ମୋଟ ମୃତକଙ୍କ ସଂଖ୍ୟା 239କୁ ବୃଦ୍ଧି

· ରାଜ୍ୟଗୁଡ଼ିକୁ ଜରୁରି ସାମଗ୍ରୀର ନିରନ୍ତର ଯୋଗାଣ ସୁନିଶ୍ଚିତ କରୁଛନ୍ତି ସରକାର

· କୋଭିଡ-19 ମୁକାବିଲା ଲାଗି ପରବର୍ତ୍ତୀ ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

· ଲକଡାଉନ କଟକଣାରୁ ସାମୁଦ୍ରିକ ମାଛଧରା/ଜଳଜ କୃଷି ଉଦ୍ୟୋଗକୁ ଛାଡ଼ କଲା ଗୃହ ମନ୍ତ୍ରଣାଳୟ

· ବିଭିନ୍ନ ବାଧା ସତ୍ତ୍ବେ ଖରାଟିଆ ଫସଲ ବୁଣାରେ ସନ୍ତୋଷଜନକ ଅଗ୍ରଗତି

  • ଏଫସିଆଇ କର୍ମଚାରୀ ଏବଂ ଖାଦ୍ୟଶସ୍ୟ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଅନୁକମ୍ପାମୂଳକ ଆର୍ଥିକ କ୍ଷତିପୂରଣ ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରି

 


ବିଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରାନ୍ତରେ ଜାରି ପ୍ରେସ ବିଜ୍ଞପ୍ତି ଫ୍ୟାକ୍ଟ ଚେକ

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଗତକାଲି ଠାରୁ ଭାରତରେ 1035ଟି କୋଭିଡ-19 ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ 855ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି ବର୍ତ୍ତମାନ ସୁଦ୍ଧା ଦେଶରେ 239 ଜଣ ମୃତ୍ୟୁବରଣ କରିଛନ୍ତି ସେହିପରି 642 ଜଣ ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି ବର୍ତ୍ତମାନସୁଦ୍ଧା ଦେଶରେ 7447ଟି ସୁନିଶ୍ଚିତ ସଂକ୍ରମଣ ମାମଲାର ରିପୋର୍ଟ ଆସିଛି ଭାରତ ସରକାର ନିଜର ନିରନ୍ତର ପ୍ରୟାସକ୍ରମେ ଏକ ପର୍ଯ୍ୟାୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦେଶର ପ୍ରତ୍ୟେକ ରାଜ୍ୟରେ ଯେପରି ପିପିଇ, ଏନ-95 ମାସ୍କ, ଟେଷ୍ଟିଂ କିଟ, ଔଷଧ, ଭେଣ୍ଟିଲେଟରର ଅଭାବ ନରୁହେ ତାହା ସୁନିଶ୍ଚିତ କରୁଛନ୍ତି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613367

 

କୋଭିଡ-19 ମୁକାବିଲା ଲାଗି ଭବିଷ୍ୟତର ରଣନୀତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ମୁକାବିଲା ଲାଗି ଭବିଷ୍ୟତର ରଣନୀତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ କାରଣରୁ କୋଭିଡ-19 ପ୍ରଭାବକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇପାରିଛି, ତେବେ ପରିସ୍ଥିତି ଦିନ ଦିନ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାରୁ ନିରନ୍ତର ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି ଲକଡାଉନ ଉଚ୍ଛେଦ ସମ୍ପର୍କରେ ଯୋଜନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆହୁରି ଦୁଇ ସପ୍ତାହ ପାଇଁ ଲକଡାଉନ ବଢ଼ାଇବା ଲାଗି ଅଧିକାଂଶ ରାଜ୍ୟ ମତବ୍ୟକ୍ତ କରିଛନ୍ତି

ବିବରଣୀ ପାଇଁ: https://pib.gov.in/PressReleseDetail.aspx?PRID=1613317

କୋଭିଡ-19 ମୁକାବିଲା ନିମନ୍ତେ ଲାଗୁ ହୋଇଥିବା ଲକଡାଉନ କଟକଣାରୁ ସାମୁଦ୍ରିକ ମାଛ ଧରା/ଜଳଜ କୃଷି ଉଦ୍ୟୋଗ ଏବଂ ଏହାର ଶ୍ରମିକମାନଙ୍କୁ ବାଦ ଦେବା ଲାଗି ପଞ୍ଚମ ପରିଶିଷ୍ଟ ଜାରି କଲା ଗୃହ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ସଂକ୍ରାନ୍ତରେ ସମସ୍ତ ମନ୍ତ୍ରଣାଳୟ/ବିଭାଗକୁ ଜାରି ହୋଇଥିବା ଏକତ୍ରିତ ନିର୍ଦ୍ଦେଶାବଳୀରେ ଏକ ପରିଶିଷ୍ଟ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ   ଏହି ପଞ୍ଚମ ପରିଶିଷ୍ଟରେ ମାଛଧରା (ସାମୁଦ୍ରିକ), ଜଳଜ କୃଷି ଉଦ୍ୟୋଗକୁ ଲକଡାଉନ କଟକଣାରୁ ବାଦ ଦିଆଯାଇଛି ଖାଦ୍ୟ ଯୋଗାଣ ଏବଂ ରକ୍ଷଣାବେକ୍ଷଣ, ମାଛ ଚାଷ, ପ୍ରକ୍ରିୟାକରଣ, ପ୍ୟାକେଜିଂ, କୋଲ୍ଡ ଚେନ, ବିକ୍ରୟ ଓ ବିପଣ; ହାଚେରୀ, ଫିଡ ପ୍ଲାଣ୍ଟ, ବାଣିଜ୍ୟିକ ଜଳଜ କୃଷି, ମାଛ/ଚିଙ୍ଗୁଡ଼ି ଓ ମତ୍ସ୍ୟ ଉତ୍ପାଦର ପରିବହନ, ମାଛ ଯାଆଁଳ/ଖାଦ୍ୟ ଏବଂ ଏ ସମସ୍ତ କାର୍ଯ୍ୟକଳାପରେ ନିୟୋଜିତକର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613150

କୋଭିଡ-19 ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟଗୁଡ଼ିକ ସହିତ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କଲେ ଡ. ହର୍ଷ ବର୍ଦ୍ଧନ

କରୋନା ମହାମାରୀ ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି ଆସନ୍ତା କିଛି ସପ୍ତାହ ଅତ୍ୟନ୍ତ ଜରୁରି। ଏହାକୁ ଆଖି ଆଗରେ ରଖି ଡ. ହର୍ଷ ବର୍ଦ୍ଧନ ସମସ୍ତ ରାଜ୍ୟଗୁଡ଼ିକୁ ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ସୁନିଶ୍ଚିତ କରିବା ଲାଗି ସଚେତନତା ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଛନ୍ତି ଏହା କୋଭିଡ-19 ବିରୋଧରେ ସଂକଳ୍ପବଦ୍ଧ ଏବଂ ମିଳିତ ମୁକାବିଲାକୁ ସୁନିଶ୍ଚିତ କରିବ କୋଭିଡ-19 ବିରୋଧୀ ଲଢ଼େଇରେ ଦେଶବାସୀଙ୍କୁ ଏକଜୁଟ କରିବା ଲାଗି ଆରୋଗ୍ୟ ସେତୁ ମୋବାଇଲ ଆପକୁ ପ୍ରୋତ୍ସାହିତ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613065

 

କୋଭିଡ-19 କାରଣରୁ ମୃତ୍ୟୁ ଘଟିଲେ ଏକ ଲକ୍ଷରୁ ଅଧିକ ଏଫସିଆଇ କର୍ମଚାରୀଙ୍କୁ ଅନୁକମ୍ପା ମୂଳକ ସହାୟତା ଦେବା ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ

କରୋନା ଭୂତାଣୁ ମହାମାରୀ ବ୍ୟାପିବା ସମୟରେ ସାରା ଦେଶକୁ ଦିନରାତି 24 ଘଣ୍ଟା କାର୍ଯ୍ୟ କରୁଥିବା ଭାରତୀୟ ଖାଦ୍ୟ ନିଗମର 80, 000 ଶ୍ରମିକଙ୍କ ସମେତ 1,08,714 ଜଣ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613082

ଲକଡାଉନ ସମୟରେ କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ

ଲକଡାଉନ ଅବଧି ସମୟରେ କୃଷକ ଏବଂ କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ ନିମନ୍ତେ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଅଧିକ ବିବରଣୀ ନିମନ୍ତେ : https://pib.gov.in/PressReleseDetail.aspx?PRID=1613032

ଲକଡାଉନ କଟକଣା ସତ୍ତ୍ବେ ଖରାଟିଆ ଫସଲ ବୁଣା ସ୍ବାଭାବିକ ଭାବେ ଜାରି

କରୋନା ଭୂତାଣୁ ମହାମାରୀ ବ୍ୟାପିବା ଏବଂ 21 ଦିନିଆ ଲକଡାଉନର ପ୍ରଭାବ ଜନିତ ବାଧା ସତ୍ତ୍ବେ ଖରାଟିଆ ଫସଲ ବୁଣା ସ୍ବାଭବିକ ଭାବେ ଜାରି ରହିଥିବା ଜଣାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ 11.64 ପ୍ରତିଶତ ଜମିରେ ଖରାଟିଆ ଫସଲ (ଚାଉଳ, ଡାଲି, କଠିନ ଶସ୍ୟ ଏବଂ ତୈଳ ବୀଜ) ବୁଣା ହୋଇଛି।

ଅଧିକ ବିବରଣୀ ପାଇଁ,  https://pib.gov.in/PressReleseDetail.aspx?PRID=1613208

କରୋନା ମହାମାରୀ କାରଣରୁ ସୃଷ୍ଟ ସମସ୍ୟାର ମୁକାବିଲା ନିମନ୍ତେ ରପ୍ତାନିକାରୀମାନଙ୍କୁ ବିଭିନ୍ନ ରିହାତି, ଧାର୍ଯ୍ୟ ସମୟ ସୀମା ବୃଦ୍ଧି ସୁବିଧା ପ୍ରଦାନ କଲା ବାଣିଜ୍ୟ ବିଭାଗ

କରୋନା ମହାମାରୀ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଛି। ଏହାଦ୍ବାରା ପ୍ରଭାବିତ ଲୋକମାନଙ୍କୁ ରିହାତି ଦେବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗ ପକ୍ଷରୁ ଏହାର ବିଭିନ୍ନ ଯୋଜନା ଓ କାର୍ଯ୍ୟକଳାପ ଅଧୀନରେ ଅନୁପାଳନ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ରିହାତି ଏବଂ ଧାର୍ଯ୍ୟ ସମୟସୀମା ବୃଦ୍ଧି ସୁବିଧା ପ୍ରଦାନ କରିଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1613365

କୋଭିଡ-19 ମହମାରୀର ମୁକାବିଲା ନିମନ୍ତେ 2000ରୁ ଅଧିକ ଏନସିସି କ୍ୟାଡେଟ ନିୟୋଜିତ ଏବଂ 50000ରୁ ଅଧିକ ସ୍ବେଚ୍ଛାସେବୀ ଆଗକୁ ସାମିଲ ହେବେ

କୋଭିଡ-19 ମହାମାରୀ ମୁକାବିଲା ଲାଗି ଏପ୍ରିଲ ପହିଲା 2020 ଠାରୁ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) କ୍ୟାଡେଟମାନେ ନିୟୋଜିତ ହୋଇଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଏନସିସି ଯୋଗଦାନ ଅଭ୍ୟାସ ଅନ୍ତର୍ଗତ ପ୍ରଶାସନ, ପ୍ରତିରକ୍ଷା ଏବଂ ପୋଲିସ କର୍ମଚାରୀଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ବିଭିନ୍ନ ଯୋଗଦାନ ଦେଉଛନ୍ତି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613310

ଭାରତୀୟ ରେଳପଥ ଦ୍ବାରା ଅସହାୟ ଲୋକମାନଙ୍କୁ 10 ଲକ୍ଷରୁ ଅଧିକ ରନ୍ଧା ଖାଦ୍ୟ ବିତରଣ

ଭାରତୀୟ ରେଳପଥର ବିଭିନ୍ନ ସଂଗଠନ ଯଥା ଆଇଆରସିଟିସି, ଆରପିଏଫ, କ୍ଷେତ୍ରୀୟ ରେଳପଥର କର୍ମଚାରୀ ଏବଂ ଅନ୍ୟମାନେ ଅବିଶ୍ରାନ୍ତ ଭାବେ କୋଭିଡ-19 ଲକଡାଉନ ସମୟରେ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ସେମାନେ ନିଃସ୍ବାର୍ଥପର ଏବଂ ସ୍ବେଚ୍ଛାକୃତ ଭାବେ ସାମାଜିକ ସେବା ଯୋଗାଇ ଦେଇ ରେଳପଥର ପ୍ରତିବଦ୍ଧତାକୁ ବଜାୟ ରଖିଛନ୍ତି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1613272

କୋଭିଡ 19 ସଂକଟ ସମୟରେ ଆତ୍ମ ସୁରକ୍ଷା ପାଇଁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ପରାମର୍ଶ

ଆୟୁର୍ବେଦର ବିଭିନ୍ନ ପରୀକ୍ଷିତ ମାର୍ଗରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କ ପ୍ରୟାସରେ ଯୋଗଦାନ ଦେବା ନିମନ୍ତେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1613129

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ଇପିଏଫ ଏବଂ ଇପିଏସ ଆକାଉଣ୍ଟରେ ଟଙ୍କା ଜମା କରିବା ନିମନ୍ତେ ଅନଲାଇନ ବ୍ୟବସ୍ଥା ଉପଯୋଗ କଲା ଇପିଏଫଓ

 କରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ 26.03.2020ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଯୋଜନାର ପ୍ୟାକେଜ ଅନୁଯାୟୀ ନିଜର ଉପଭୋକ୍ତାମାନଙ୍କ ଇପିଏଫ ଏବଂ ଇପିଏସ ଆକାଉଣ୍ଟରେ ଅର୍ଥ ପଇଠ କରିବା ନିମନ୍ତେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷଣୁ ଏକ ଇଲେକ୍ଟ୍ରୋନିକ ବ୍ୟବସ୍ଥାର ଅବଲମ୍ବନ କରାଯାଇଛି।

ଅଧିକ ବିବରଣୀ ପାଇଁ , https://pib.gov.in/PressReleseDetail.aspx?PRID=1613208

କରୋନା ଭୂତାଣୁ ସକ୍ରମଣରୁ ପ୍ରାଥମିକ ସୁରକ୍ଷା ନିମନ୍ତେ ଟ୍ରାଇଫେଡ କଳାକାର/ଏସଏଚଜି, ବନଧନ ହିତାଧିକାରୀ ଏବଂ ଏନଜିଓଗୁଡ଼ିକ ଦ୍ବାରା ପ୍ରସ୍ତୁତି ମାସ୍କ ଯୋଗାଣ ନିମନ୍ତେ ପ୍ରସ୍ତାବ ଦେଲା ଟ୍ରାଇଫେଡ

ଏସବୁ ଯୋଗାଣକାରୀଙ୍କ ଦ୍ବାରା ମାସ୍କ ଯୋଗାଣ ଫଳରେ ସେମାନଙ୍କ ନିରାପତ୍ତା ସୁନିଶ୍ଚିତ ହେବା ସହିତ ସେମାନଙ୍କୁ ଜୀବିକା ଅର୍ଜନର ସୁବିଧା ମିଳିବ।

ଅଧିକ ବିବରଣୀ ପାଇଁ , https://pib.gov.in/PressReleseDetail.aspx?PRID=1613267

କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ପ୍ରେସ ବିଜ୍ଞପ୍ତି

ଅଧିକ ବିବରଣୀ ପାଇଁ,

https://pib.gov.in/PressReleseDetail.aspx?PRID=1613188

ହୋମିଓପାଥି ଚିକିତ୍ସକମାନଙ୍କ ପାଇଁ ଟେଲିମେଡ଼ିସିନ ଗାଇଡଲାଇନକୁ ମଞ୍ଜୁରି

ବିଶ୍ବ ହୋମିଓପାଥି ଦିବସ ଅବସରରେ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଅନ୍ତର୍ଜାତୀୟ ୱେବିନାର୍କୁ ଉନ୍ମୋଚନ କରିଛନ୍ତି। ଏଥିରେ ଅଧିକାଂଶ ବକ୍ତା କୋଭିଡ-19 ମୁକାବିଲା କ୍ଷେତ୍ରରେ ହୋମିଓପାଥିରେ ରହିଥିବା ସମ୍ଭାବନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଏବଂ ଏହି ତଥ୍ୟ ଦର୍ଶାଇଥିଲେ ଯେ କୋଭିଡ ରୋଗୀଙ୍କର ସାଧାରଣ ମାନକ ଚିକିତ୍ସା ସହିତ ହୋମିଓପାଥି ଚିକିତ୍ସା ମଧ୍ୟ କରାଯାଇପାରିବ।

ଅଧିକ ବିବରଣୀ ପାଇଁ , https://pib.gov.in/PressReleseDetail.aspx?PRID=1613208

ଷ୍ଟ୍ରାଣ୍ଡେଡ ଇନ ଇଣ୍ଡିଆପୋର୍ଟାଲ ଜରିଆରେ 9 ଏପ୍ରିଲ ସୁଦ୍ଧା 1194 ଜଣ ପର୍ଯ୍ୟଟକଙ୍କୁ ସହାୟତା

ପର୍ଯ୍ୟଟନ ମନ୍ତ୍ରଣାଳୟର ଷ୍ଟ୍ରାଣ୍ଡେଡ ଇନ ଇଣ୍ଡିଆ ପୋର୍ଟାଲ ଜରିଆରେ ପର୍ଯ୍ୟଟକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। 9 ଏପ୍ରିଲ ସୁଦ୍ଧା 1194 ଜଣ ପର୍ଯ୍ୟଯକଙ୍କୁ ଏହା ଅନ୍ତର୍ଗତ ସହାୟତା ଦିଆଯାଇସାରିଛି। ଏହାସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନଂ 1363ରେ 22 ମାର୍ଚ୍ଚରୁ 9 ଏପ୍ରିଲ ମଧ୍ୟରେ 779ଟି କଲ ଆସିଛି।

ଅଧିକ ବିବରଣୀ ପାଇଁ , https://pib.gov.in/PressReleseDetail.aspx?PRID=1613008

ସ୍କ୍ରିନିଂ, ଆଇସୋଲେସନ ଏବଂ କ୍ବାରେଣ୍ଟାଇନ ନିମନ୍ତେ ଦୁଇ ଶଯ୍ୟା ବିଶିଷ୍ଟ ଟେଣ୍ଟ ପ୍ରସ୍ତୁତ କଲା ଓଏଫବି

ଗୋଳାବାରୁଦ କାରଖାନା (ଓଏଫବି) ପକ୍ଷରୁ କୋଭିଡ-19 ମୁକାବିଲା ନିମନ୍ତେ ଏକ ଦୁଇ ଶଯ୍ୟା ବିଶିଷ୍ଟ ଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏଥବରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କ ରହିଛି। ଏହାଛଡ଼ା ଏକ ଧୂମ ବିଶୋଧକ ଏବଂ ହାତଧୂଆ ବ୍ୟବସ୍ଥା ରହିଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1613182

ଆଇଆଇଟି, ବିଏଚୟୁ ପକ୍ଷରୁ ସମ୍ପୂର୍ଣ୍ଣ ଶରୀର ବିଶୋଧନ ପାଇଁ ଉପକରଣ ପ୍ରସ୍ତୁତି

ଏହି ଉପକରଣକୁ ଯେକୌଣସି ସ୍ଥାନରେ ଲଗାଯାଇପାରିବ ଏବଂ ଏହା ସ୍ବୟଂକ୍ରିୟ ଢଙ୍ଗରେ କାର୍ଯ୍ୟ କରିଥାଏ। ଏହା ସେନ୍ସର ଆଧାରିତ ଉପକରଣ ଯାହା ଯେକୌଣସି ପରିସର ବାହାରେ ଲଗାଯାଇପାରିବ। ଏହି ସେନ୍ସର ଆଧାରିତ ମେସିନ ଏହା ସାମ୍ନାକୁ ଆସୁଥିବା ଲୋକକୁ ଠାବ କରିବା ପରେ 15 ସେକେଣ୍ଡ ମଧ୍ୟରେ 10-15 ମିଲି ସାନିଟାଇଜର ସିଞ୍ଚନ କରିବ ଏବଂ ଏହା ଉକ୍ତ ବ୍ୟକ୍ତିର ସମ୍ପୂର୍ଣ୍ଣ ଶରୀର, ପୋଷାକ, ଜୋତା ଆଦିକୁ ସାନିଟାଇଜ କରିଦେବ।

ଅଧିକ ବିବରଣୀ ପାଇଁ :https://pib.gov.in/PressReleseDetail.aspx?PRID=1613077

138, 139 ହେଲ୍ପ ଲାଇନ, ସୋସିଆଲ ମିଡିଆ ଏବଂ ଇମେଲ ଜରିଆରେ ଲକଡାଉନର ପ୍ରଥମ ଦୁଇ ସପ୍ତାହରେ 2,05,000 ପ୍ରଶ୍ନର ଉତ୍ତର ଦେଲେ ରେଳ କର୍ମଚାରୀ

ରେଳଯାତ୍ରୀ ଏବଂ ଅନ୍ୟ ନାଗରିକମାନଙ୍କୁ ସହାୟତା କରିବା ଏବଂ ମାଲ ପରିବହନ ସଂକ୍ରାନ୍ତ ସମସ୍ୟାର ସମାଧାନ ଲାଗି ଭାରତୀୟ ରେଳପଥ ପକ୍ଷରୁ ଲକଡାଉନ ପରେ ହେଲ୍ପଲାଇନ ସୁବିଧା ଆରମ୍ଭ କରାଯାଇ ଏହାକୁ ତ୍ବରାନ୍ବିତ କରାଯାଇଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1613269

 

Fact Check on #Covid19

 

 

 

 

https://pbs.twimg.com/profile_banners/231033118/1584354869/1500x500

 



(Release ID: 1613473) Visitor Counter : 357