ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ଇପିଏଫ ଏବଂ ଇପିଏସ ଉପଭୋକ୍ତାମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ ନିମନ୍ତେ ଇପିଏଫଓ ଦ୍ୱାରା ଅନଲାଇନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ

3 ମାସ ପାଇଁ ଏହି ଯୋଜନାରୁ ପ୍ରାୟ 79 ଲକ୍ଷ ଇପିଏଫ ଆକାଉଣ୍ଟଧାରୀ ଏବଂ 3.8 ଲକ୍ଷ ପ୍ରତିଷ୍ଠାନ ପାଖାପାଖି 4800 କୋଟି ଟଙ୍କାର ଲାଭ ପାଇବେ

Posted On: 11 APR 2020 2:31PM by PIB Bhubaneshwar

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱନିୟନ୍ତ୍ରିତ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା 26.03.2020 ତାରିଖ ଦିନ ଗରିବ ଲୋକମାନଙ୍କୁ ବୈଶ୍ୱିକ ମହାମାରୀ କରୋନା ବିରୋଧରେ ସଂଗ୍ରାମ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ପ୍ରଦାନ ସକାଶେ ଯେଉଁ ପ୍ୟାକେଜ ଘୋଷଣା କରାଯାଇଥିଲା ଇପିଏଫ ଏବଂ ଇପିଏସ ନମ୍ବରଧାରୀ କର୍ମଚାରୀମାନଙ୍କର ଆକାଉଣ୍ଟକୁ ସେହି ଅର୍ଥ ପ୍ରଦାନ ନିମନ୍ତେ ଏକ ଇଲେକ୍ଟ୍ରୋନିକ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରିଲିଫ୍‌ ଅନୁସାରେ ଏହି ସହାୟତା ପାଇବା ପାଇଁ ଯୋଗ୍ୟ ସଂସ୍ଥା/ ପ୍ରତିଷ୍ଠାନମାନେ ଇଲେକ୍ଟ୍ରୋନିକ୍‌ ଚାଲାନ-କମ୍‌ ରିଟର୍ଣ୍ଟ ( ଇସିଆର) ଫାଇଲ୍‌ କରି ତାହା ଦାବି କରିପାରିବେ । କର୍ମନିଯୁକ୍ତି ଦେଇଥିବା ପ୍ରତିଷ୍ଠାନ ଓ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ମିଳିବାକୁ ଥିବା ଅର୍ଥ ଇସିଆରରେ ଇପିଏଫ ଏବଂ ଇପିଏସରେ (ବେତନର 24%) ବୋଲି ପ୍ରତିଫଳିତ ହେଉଥିବ ଯାହାକି କେନ୍ଦ୍ର ସରକାର  କଣ୍ଟ୍ରିବ୍ୟୁଟୋରୀ ଇପିଏଫ ସଦସ୍ୟଙ୍କ ୟୁଏଏନରେ ତିନିମାସ ପାଇଁ ହସ୍ତାନ୍ତର କରିବେ । ସେଭଳି ଇପିଏଫ ସଦସ୍ୟମାନଙ୍କ ମାସିକ ମଜୁରି 15000 ଟଙ୍କାରୁ କମ୍‌ ହୋଇଥିବ ଓ ସେମାନେ କାର୍ଯ୍ୟ କରୁଥିବା ସଂସ୍ଥା/ କାରଖାନା ଇପିଏଫ ପରିସରଭୁକ୍ତ ହୋଇଥିବେ ତଥା ସେହି ସଂସ୍ଥା 100 ଜଣ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିଯୁକ୍ତ କରିଥିବେ ଓ ସେମାନଙ୍କ ମଧ୍ୟରୁ 90% କିମ୍ବା ତଦୁର୍ଦ୍ଧ କର୍ମଚାରୀ ମାସିକ 15000 ଟଙ୍କାରୁ କମ୍‌ ବେତନ ପାଉଥିବା ଆବଶ୍ୟକ । ପ୍ରାୟ 79 ଲକ୍ଷ କର୍ମଚାରୀ ଓ ପାଖାପାଖି 3.8 ଲକ୍ଷ ପ୍ରତିଷ୍ଠାନ ଏହି ପ୍ୟାକେଜରୁ ଉପକୃତ ହୋଇପାରିବେ । ଏଥିପାଇଁ ତିନି ମାସ ମଧ୍ୟରେ ସରକାର 4800 କୋଟି ଟଙ୍କାର ସବସିଡ଼ି ପ୍ରଦାନ କରିବେ ।

 ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର 26.03.2020 ତାରିଖ ଦିନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ)ର ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଗରିବ ଲୋକମାନଙ୍କୁ କରୋନା ବିରୋଧରେ ଲଢ଼େଇ କରିବା ଲାଗି ସହାୟତା ପ୍ରଦାନ । ସ୍ୱଳ୍ପ ବେତନଭୋଗୀ ଇପିଏଫ ସଦସ୍ୟଙ୍କୁ ସେମାନଙ୍କର ନିଯୁକ୍ତିରେ ଯେପରି କୌଣସି ବାଧା ନପହଞ୍ଚେ ଏବଂ ଯୋଗ୍ୟ ଇପିଏଫ ପ୍ରତିଷ୍ଠାନମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ହେଉଛି ପିଏମଜିକେୱାଇ ପ୍ୟାକେଜର ମୂଳ ଉଦ୍ଦେଶ୍ୟ

ଏହି ପ୍ୟାକେଜକୁ ପ୍ରବର୍ତ୍ତନ କରିବା ସକାଶେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପରବର୍ତ୍ତୀ ସମୟରେ ଏହି ଯୋଜନାର ଉଦ୍ଦେଶ୍ୟ, ଯୋଗ୍ୟତା ସର୍ତ୍ତାବଳୀ, ପ୍ରବର୍ତ୍ତନ ଅବଧି, ପ୍ରକିୟା ଓ କେଉଁଭଳି ଭାବେ ଏଥିରୁ ରିଲିଫ୍‌ ପାଇହେବ ସେ ସଂପର୍କରେ ବିଜ୍ଞପ୍ତି ଜାରି କରିଥିଲେ ।

ଇଲେକ୍ଟ୍ରୋନିକ୍‌ ଚାଲାନ- କମ୍‌- ରିଟର୍ଣ୍ଣ (ଇସିଆର) ଫାଇଲିଂ ବିଭିନ୍ନ ସଂସ୍ଥାନମାନଙ୍କୁ ସେମାନଙ୍କର ରିଲିଫ ପାଇବା ସହ ସେମାନଙ୍କ ସଂସ୍ଥାରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀମାନଙ୍କୁ  ରିଲିଫ ପ୍ରଦାନ ସହଜସାଧ୍ୟ ହୋଇପାରିବ ।

କୌଣସି ଯୋଗ୍ୟ ସଂସ୍ଥାନ ସଂପର୍କୀତ କର୍ମନିଯୋକ୍ତା ତାଙ୍କ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ତାଙ୍କର ମାସିକ ବେତନ ପ୍ରଦାନ କରିବେ ଏବଂ ଇଲେକ୍ଟ୍ରୋନିକ୍‌ ଚାଲାନ କମ୍‌ ରିଟର୍ଣ୍ଣ (ଇସିଆର) ତଥା ଏହି ଯୋଜନା ମାଧ୍ୟମରୁ ସୁବିଧା ପାଇବା ଲାଗି ଆବଶ୍ୟକ ସାର୍ଟିଫିକେଟ ଓ ଘୋଷଣାପତ୍ର ପୈଠ କରିବେ ।

ଇସିଆର ଅପ୍‌ଲୋଡ଼ ହୋଇସାରିବା ଏବଂ ସେଭଳି ସଂସ୍ଥାନ ଓ କର୍ମଚାରୀମାନଙ୍କ ଯୋଗ୍ୟତାକୁ ସଠିକ ବୋଲି ବିବେଚନା କରାଯିବା ପରେ, ସେହି ଚାଲାନରେ ପୃଥକ୍‌ ଭାବେ କର୍ମଚାରୀ ତଥା କର୍ମନିଯୋକ୍ତାଙ୍କ ଅବଦାନ (କଣ୍ଟ୍ରିବ୍ୟୁସନ) ଦର୍ଶାଯିବ ଯାହାକି କେନ୍ଦ୍ର ସରକାର ଯୋଗ୍ୟ କର୍ମଚାରୀଙ୍କ ପାଇଁ ରିଲିଫ ଆକାରରେ ପ୍ରଦାନ କରିବେ ଓ ଅବଶିଷ୍ଟ ପରିମାଣ କର୍ମନିଯୋକ୍ତାଙ୍କ ଦ୍ୱାରା ପୈଠ କରାଯିବ ।

କର୍ମନିଯୋକ୍ତା ତାଙ୍କ ଦ୍ୱାରା ଅନ୍ୟ କର୍ମଚାରୀମାନଙ୍କ ପାଇଁ ଦେବାକୁ ଥିବା ରାଶି  ପ୍ରଦାନ କରିବା ପରେ, ଯାହାକି ଚାଲାନରେ ପ୍ରତିଫଳିତ ହୋଇଥିବ, ଇପିଏଫ ଏବଂ ଇପିଏସ କଣ୍ଟ୍ରିବ୍ୟୁସନ୍‌ ସେଭଳି ପ୍ରତିଷ୍ଠାନର ଯୋଗ୍ୟ କର୍ମଚାରୀମାନଙ୍କ ଭବିଷ୍ୟନିଧି ଜମାଖାତାକୁ ସିଧାସଳଖ କେନ୍ଦ୍ର ସରକାରଙ୍କ ଦ୍ୱାରା ପଠାଇ ଦିଆଯିବ ।

ଏହି ଯୋଜନାର ବିସ୍ତୃତ ବିବରଣୀ ଏବଂ ଏଫଏକ୍ୟୁ ଯେଉଁଥିରେ କି ଏହି ପ୍ୟାକେଜର ବିଭିନ୍ନ ପ୍ରସଙ୍ଗ ଉପରେ ସ୍ପଷ୍ଟୋକ୍ତିମାନ ରହିଛି ତାହା ଇପିଏଫଓ ୱେବସାଇଟର ହୋମପେଜ୍‌ରେ ଟ୍ୟାବ୍‌   “COVID-19”ରେ ଉପଲବ୍ଧ ।

 

**********



(Release ID: 1613449) Visitor Counter : 198