ରେଳ ମନ୍ତ୍ରଣାଳୟ

ଟ୍ରେନ ସେବା ଆରମ୍ଭ ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ମିଥ୍ୟା ଓ ଅମୂଳକ

Posted On: 10 APR 2020 1:42PM by PIB Bhubaneshwar

ଟ୍ରେନ ଯାତ୍ରୀଙ୍କ ପାଇଁ ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ଘେନି ଗତ ଦୁଇ ଦିନ ମଧ୍ୟରେ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି । ଏକ ନିର୍ଦ୍ଦିଷ୍ଟ ତାରିଖରୁ କେତେ ସଂଖ୍ୟକ ଟ୍ରେନ ଚଳାଚଳ ଆରମ୍ଭ ହେବାକଥା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଗଣମାଧ୍ୟମର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଏ ସଂପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଏକ ଅସ୍ୱଭାବିକ ସମୟରେ ଏଭଳି କପୋଳକଳ୍ପିତ ଖବର ଜନସାଧାରଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିପାରେ ।

ତେଣୁ ଗଣମାଧ୍ୟମ ଏଭଳି କୌଣସି ଅନାବଶ୍ୟକ, ମନଗଢା ତଥା କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁଷ୍ଟି ହୋଇନଥିବା ରିପୋର୍ଟ ପ୍ରକାଶ ନ କରିବାକୁ ପରାମର୍ଶ ଦିଆଯାଇଛି ।

ସେଥିରେ କୁହାଯାଇଛି ଯେ ଲକଡାଉନ ପରବର୍ତ୍ତୀ କାଳରେ ରେଳଯାତ୍ରା ଘେନି ସବୁ ଯାତ୍ରୀ ଓ ଅନ୍ୟାନ୍ୟ ସମସ୍ତ ସଂଯୁକ୍ତ ପକ୍ଷଙ୍କ ହିତକୁ ଦୃଷ୍ଟିରେ ରଖି ରେଳବାଇ ଉପଯୁକ୍ତ ସମୟରେ ଠିକଣା ନିଷ୍ପତ୍ତି ଗ୍ରହଣ କରିବ । ଏ ସଂପର୍କରେ ଯେତେବେଳେ ନିଷ୍ପତ୍ତି ନିଆଯିବ ତାହା ସମସ୍ତଙ୍କୁ ଅବଗତ କରାଯିବ ।

 

**********



(Release ID: 1613060) Visitor Counter : 135