ରେଳ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲାରେ ରେଳବାଇର ଅଗ୍ରଣୀ ଭୂମିକା

• 6 ଲକ୍ଷ ପୁନଃ ବ୍ୟବହାରଯୋଗ୍ୟ ମାସ୍କ ଓ 40 ହଜାର ଲିଟର ସାନିଟାଇଜର ଉତ୍ପାଦିତ

Posted On: 09 APR 2020 1:33PM by PIB Bhubaneshwar

କରୋନା ମହାମାରୀରୁ ଦେଶକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଅନ୍ୟତମ ସମ୍ମୁଖ ଯୋଦ୍ଧା ଭାବେ ତାହାର ଲଢେଇ ଅବ୍ୟାହତ ରଖିଛି । ରେଳବାଇ ପକ୍ଷରୁ ଇତିମଧ୍ୟରେ 6 ଲକ୍ଷ ପୁନଃ ବ୍ୟବହାରଯୋଗ୍ୟ ଫେସ ମାସ୍କ ଏବଂ 40 ହଜାର ଲିଟର ଅଧିକ ହ୍ୟାଣ୍ଡ ସାନିଟାଇଜର ତିଆରି କରାଯାଇଛି । ଏହି କାର୍ଯ୍ୟରେ ରେଳବାଇର ସବୁ ଜୋନ୍, ଉତ୍ପାଦନ ୟୁନିଟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିୟୋଜିତ ହୋଇଛନ୍ତି ।

ପଶ୍ଚିମ, ଉତ୍ତର କେନ୍ଦ୍ରୀୟ, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ-ପଶ୍ଚିମ, କେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ  ରେଳଜୋନ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ରେଳବାଇ ପକ୍ଷରୁ ନିଜସ୍ୱ ଉତ୍ପାଦିତ ସାନିଟାଇଜର ଓ ମାସ୍କ ନିଜର କର୍ତ୍ତର୍ବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି । ଏହାଛଡା ସବୁ ରେଳବାଇ ହସପିଟାଲ, ୱାର୍କସପ୍ ଏବଂ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ସରକାରୀ ସଂସ୍ଥା ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ଭାରତୀୟ ରେଳବାଇର ନିଜର ସାନିଟାଇଜର ଓ ମାସ୍କ ଚାହିଦା ପୂରଣରେ ଆତ୍ମନିର୍ଭରଶୀଳ ହୋଇ ପାରିଛି ।

କରୋନାର ମୁକାବିଲା ପାଇଁ ରେଳବାଇ ବିଭିନ୍ନ ସ୍ଥାନକୁ ସାମଗ୍ରୀ ଯୋଗାଣ ଅବ୍ୟାହତ କରିଥିବା ବେଳେ ନିଜର କର୍ମଚାରୀଙ୍କ ନିରାପଦ ଓ ସୁସ୍ଥ ରଖିବାକୁ ସବୁ  ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରିଛି ।  ସବୁ ରେଳବାଇର ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପରିଚ୍ଛନ୍ନତା ରକ୍ଷା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କରୋନା ମାର୍ଗଦର୍ଶିତାକୁ ରେଳବାଇ ସଂପୂର୍ଣ୍ଣଭାବେ କାର୍ଯ୍ୟକାରୀ କରୁଛି ।

 

**********



(Release ID: 1612701) Visitor Counter : 177