ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ଼-19 ଚିହ୍ନଟ ପାଇଁ ସିଏସଆଇଆର-ସିଏଫଟିଆରଆଇ ଯୋଗାଇଦେବ ପରୀକ୍ଷଣ ଉପକରଣ

Posted On: 07 APR 2020 10:14AM by PIB Bhubaneshwar

ମହୀଶୂରରେ କୋବିଡ-19ର ପଜିଟିଭ ସଂଖ୍ୟା 28ରେ ପହଂଚିଛି ଏବଂ 24 ଘଂଟା ଭିତରେ ସାତୋଟି ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସଦ୍ୟତମ ମିଡ଼ିଆ ବୁଲେଟିନ ଏହା ଦର୍ଶାଯାଇଛି । ନମୁନା ପରୀକ୍ଷଣ ପାଇଁ ଆବଶ୍ୟକ ଉପକରଣ ଉପଲବ୍ଧ କରାଇ ପାଇଁ ମହୀଶୂରସ୍ଥିତ ସିଏସଆଇଆର କେନ୍ଦ୍ରୀୟ-ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ସିଏସଆଇଆର-ସିଏଫଟିଆରଆଇ) ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛନ୍ତି ।

କୋଭିଡ଼-19 ସଂକ୍ରମଣ ବର୍ତ୍ତମାନ ରିୟଲ ଟାଇମ୍ ପଲିମରେଜ ଚେନ ରିଆକସନ୍ (ପିସିଆର) ବିଧି ନାମକ ଏକ ବହୁତ ହିଁ ଅତ୍ୟାଧୁନିକ ସୁକ୍ଷ୍ମ ଏବଂ ସଠିକ ଟେକ୍ନୋଲୋଜି ଦ୍ୱାରା ଜାଣି ହେଉଛି । ଏହି ପିସିଆର ବିଧିରେ ନମୂନାଗୁଡ଼ିକର ଭୂତାଣୁ ଆରଏନଏର ନିଷ୍କର୍ଷଣ ଏବଂ ଗୋଟିଏ ପିସିଆର ମେସିନର ଉପଯୋଗ କରି ତାହାର ଆମ୍ବଲିଫିକେସନ ସାମିଲ ରହିଛି । ପିସିଆର ପରୀକ୍ଷଣରୁ ଏହାର ଗୋଟିଏ ସ୍ପଷ୍ଟ ଲାଭ ହେଉଛି କି ଏହା କୌଣସି ବ୍ୟକ୍ତିଙ୍କ ଭିତରେ ରହିଥିବା ଭୂତାଣୁ ସମ୍ବନ୍ଧରେ ପ୍ରାରମ୍ଭିକ ଅବସ୍ଥାରେ ହିଁ ସୂଚନା ଦେଇଥାଏ, ଅର୍ଥାତ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିଥାଏ ।

ଚାରୋଟି ହଟ୍ ସ୍ପଟ୍ ଜିଲ୍ଲା ମଧ୍ୟରୁ ମହୀଶୂର ଜିଲ୍ଲାକୁ ଚିହ୍ନଟ କରାଯାଇଛି, ଯେଉଁଠାରେ ବହୁତ ବଡ଼ ସଂଖ୍ୟାରେ ସନ୍ଦିଗ୍ଧ ରହିଛନ୍ତି । ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ସେମାନଙ୍କ ଶରୀରରେ ଭୂତାଣୁର ଉପସ୍ଥିତି ପାଇଁ ସଙ୍ଗରୋଧର ଅବଧି ପୂର୍ବରୁ ଏବଂ ପରେ ପରୀକ୍ଷଣ କରିବାର ଆବଶ୍ୟକତା ରହିଛି, ଯଦିଓ ସେମାନଙ୍କଠାରେ ରୋଗର ଲକ୍ଷଣ ଦେଖାଯାଇ ଥାଉ କିମ୍ବା ନ ଥାଉ ।  

ସିଏସଆଇଆର-ସିଏଫଟିଆରଆଇ ଦୁଇଟି ପିସିଆର ମେସିନ ଏବଂ ଗୋଟିଏ ଆରଏନଏ ନିଷ୍କର୍ଷଣ ୟୁନିଟ ଆବଶ୍ୟକୀୟ ରାସାୟନିକ ପଦାର୍ଥ ସହିତ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ଫଳରେ ଜିଲ୍ଲାରେ ଅଧିକ ସଂଖ୍ୟାରେ ନମୁନା ଗୁଡ଼ିକର ପରୀକ୍ଷଣ କରାଯାଇ ପାରିବ ।

ସିଏସଆଇଆର-ସିଏଫଆରଆଇର ନିର୍ଦ୍ଦେଶକ ଡକ୍ଟର କେଏସଏମଏସ ରାଘବରାଓ କହିଛନ୍ତି- ସମୟର ଆବଶ୍ୟକତା ହେଉଛି ଉପଯୁକ୍ତ ଏବଂ ସଠିକ ପରୀକ୍ଷଣ । ଯେହେତୁ  ପରୀକ୍ଷଣ ବହୁତ ଅତ୍ୟାଧୁନିକ ସୁକ୍ଷ୍ମ ଏବଂ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଦ୍ୱାରା ପରୀକ୍ଷଣ ପାଇଁ ଅନୁମୋଦିତ କିଛି ନିର୍ଦ୍ଦିଷ୍ଟ କେନ୍ଦ୍ରଗୁଡ଼ିକରେ କରାଯାଉଛି, ଆମେ କ୍ଷମତା ସଂପ୍ରସାରଣ କରିବାର ଉପାୟକୁ ସମର୍ଥନ କରୁଛୁଉପକରଣ ସମେତ ଜିଲ୍ଲା ପ୍ରଶାସନ ସମୟ ଅନୁସାରେ ଆବଶ୍ୟକ କରୁଥିବା ଦୁଇ ଜଣ କୁଶଳୀ ଟେକ୍ନିସିଆନ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ପିସିଆର ମେସିନଗୁଡ଼ିକୁ ଅପ୍ରେଲ ମାସ 5 ତାରିଖ 2020ରେ ହସ୍ତାନ୍ତର କରାଯାଇ ସାରିଛି । ଭୂତାଣୁ ଗଷେଣା ଏବଂ ଡାଇଗ୍ନୋଷ୍ଟିକ୍ସ ଲାବୋରେଟୋରୀ (ବିଆରଡିଏଲ)ର ନୋଡାଲ ଅଧିକାରୀ, ଡକ୍ଟର ଅମୃତା କୁମାରୀ ଏବଂ ମହୀଶୂର ମେଡିକାଲ କଲେଜ ଏବଂ ଗବେଷଣା ପ୍ରତିଷ୍ଠାନର କୋଭିଡ ପରୀକ୍ଷଣ ପ୍ରୟୋଗଶାଳା ମହୀଶୂରର ଇନ୍-ଚାର୍ଜ ଉପକରଣଗୁଡିକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି ଏହାଦ୍ୱାରା କେନ୍ଦ୍ରରେ ପ୍ରତିଦିନ କରାଯାଉଥିବା ପରୀକ୍ଷଣର ସଂଖ୍ୟାକୁ ତିନିଗୁଣା କରିବାରେ ସାହାଯ୍ୟ ମିଳିପାରିବ । ଆରଏନଏ ନିଷ୍କର୍ଷଣ ୟୁନିଟ ଏକ ସପ୍ତାହ ମଧ୍ୟରେ ପହଂଚିଯିବ ।       

 

**********



(Release ID: 1612114) Visitor Counter : 221