ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ପୋଷ୍ଟ କରାଯିବା ଦିନାଙ୍କ:
07 APR 2020 1:50PM by PIB Bhubaneswar
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ନିମ୍ନରେ ପ୍ରଦତ୍ତ କରାଯାଇଛି ।
“ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ, ଆମେ ସମସ୍ତେ ପରସ୍ପରର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଶରୀର ପାଇଁ ପ୍ରାର୍ଥନା କରିବା ସହିତ କୋଭିଡ-19 ଭଳି ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ନିର୍ଭିକତାର ସହ ନେତୃତ୍ୱ ନେଇ ସଂକ୍ରମିତ ଲୋକଙ୍କୁ ସେବା ଯୋଗାଉଥିବା ସମସ୍ତ ଡାକ୍ତର, ନର୍ସ, ଚିକିତ୍ସା କର୍ମଚାରୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ନିଜର କୃତଜ୍ଞତା ପୁନର୍ବାର ଜଣାଇବାର ଆବଶ୍ୟକତା ମଧ୍ୟ ରହିଛି ।
ଏହି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମେ ସାମାଜିକ ଦୂରତ୍ୱ ରକ୍ଷା କରିବା ଭଳି ମାନଦଣ୍ଡକୁ ନିରନ୍ତର ଭାବେ ପାଳନ କରିବା ଯାହା ଆମ ନିଜ ସହିତ ଅନ୍ୟମାନଙ୍କର ଜୀବନକୁ ସୁରକ୍ଷା ପ୍ରଦାନ କରିପାରିବ । ମୁଁ ଏହା କାମନା କରୁଛି ଯେ ଏହି ବିଶେଷ ଦିବସ ଆମକୁ ବର୍ଷସାରା ନିଜର ସୁସ୍ଥତା ଉପରେ ସଂପୂର୍ଣ୍ଣ ଧ୍ୟାନ ରହିବା ପାଇଁ ପ୍ରେରିତ କରୁ ଯାହା ଆମର ସଂପୂର୍ଣ୍ଣ ସ୍ୱାସ୍ଥ୍ୟକୁ ଉତ୍ତମ କରିବାରେ ସହାୟକ ହେବ ।
**********
(ରିଲିଜ ଆଡି: 1612022)
ପରିଦର୍ଶକ କାଉଣ୍ଟର : 231
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Urdu
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam