କ୍ୟାବିନେଟ

କୋଭିଡ-19 ପରିଚାଳନା ଲାଗି 2 ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ସ୍ଥଗିତ ରଖିବାକୁ କ୍ୟାବିନେଟ ଅନୁମୋଦନ

Posted On: 06 APR 2020 5:23PM by PIB Bhubaneshwar

କୋଭିଡ-19ର ବ୍ୟାପକତାକୁ ରୋକିବା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇ ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦମାନଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିକୁ (ଏମପି ଲାଡ) ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦେଶରେ କୋଭିଡ-19ର ପରିଚାଳନା ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ସରକାରଙ୍କର ପ୍ରୟାସକୁ ସୁଦୃଢ କରିବା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ ।

 

************



(Release ID: 1611800) Visitor Counter : 203