PIB Headquarters

କୋଭିଡ-19 ସମ୍ପର୍କରେ ଦୈନିକ ପିଆଇବି ବୁଲେଟିନ

Posted On: 05 APR 2020 7:09PM by PIB Bhubaneshwar

 

  • ବର୍ତ୍ତମାନସୁଦ୍ଧା ଦେଶରେ 3374 କୋଭିଡ-19 ସଂକ୍ରମିତଙ୍କ ମଧ୍ୟରୁ ୭୯ ଜଣ ପ୍ରାଣ ହରାଇଥିବାର ରିପୋର୍ଟ ହସ୍ତଗତ ହୋଇଛି।
  • ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉତ୍ପାଦନ ସୁନିଶ୍ଚିତ କରିବା ଲାଗି ଔଷଧ କାରଖାନାଗୁଡ଼ିକର ସୁପରିଚାଳନା ଉପରେ ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ କ୍ୟାବିନେଟ ସଚିବଙ୍କ ନିର୍ଦ୍ଦେଶ
  • ସହମତି ଭିତ୍ତିରେ ଏବଂ ପ୍ରଭାବୀ ଢଙ୍ଗରେ କୋଭିଡ-19 ମୁକାବିଲା ନିମନ୍ତେ ସହମତ ହେଲେ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତି
  • ପାଠ୍ୟକ୍ରମ ପରିଚାଳନା ଲାଗି ଅନଲାଇନ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ କରିବା ନିମନ୍ତେ ବିଶ୍ବବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ
  • ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କର୍ମଚାରୀ ସଂସ୍ଥାନ/ବ୍ୟାଙ୍କଗୁଡ଼ିକ ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ 430 କୋଟି ଟଙ୍କା ଦାନ

ତାରିଖ : 5.4.20

 

 

ଗତ ୨୪ ଘଣ୍ଟା ମଧ୍ୟରେ ପିଆଇବି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଏବଂ ଫ୍ୟାକ୍ଟ ଚେକର ତାଲିକା

 

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

 

କୋଭିଡ-19 ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ସୂଚନା

ବର୍ତ୍ତମାନସୁଦ୍ଧା ଦେଶରେ ୩୩୭୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭୯ ଜଣ ପ୍ରାଣ ହରାଇଛନ୍ତି। ୨୬୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶର ମୋଟ 274ଟି ଜିଲ୍ଲା କୋଭିଡ-19 ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛନ୍ତି। ଔଷଧ ଏବଂ ଚିକିତ୍ସା ଉତ୍ପାଦନ କାରଖାନାଗୁଡ଼ିକର ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

https://pib.gov.in/PressReleseDetail.aspx?PRID=1611416

 

ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତ୍ତା

ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ଉପରେ ଜୋର ଦେଇ ବୈଶ୍ବିକ ସଂକଟର ମିଳିତ ଭାବେ ମୁକାବିଲା ନିମନ୍ତେ ଆମେରିକା ପ୍ରତି ଭାରତର ସହଯୋଗକୁ ଦୋହରାଇଥିଲେ। କୋଭିଡ-19କୁ ସହମତି ଭିତ୍ତିରେ ଏବଂ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି ଭାରତ-ଆମେରିକା ଭାଗୀଦାରୀର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବିନିଯୋଗ କରିବା ନିମନ୍ତେ ଦୁଇ ନେତା ରାଜି ହୋଇଥିଲେ।.https://pib.gov.in/PressReleseDetail.aspx?PRID=1611211

ପ୍ରଧାନମନ୍ତ୍ରୀ ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତ୍ତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଜୈର ମେସାସ ବୋଲସୋନାର୍କେ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଦୁଇ ନେତା ବିଶ୍ବରେ କୋଭିଡ-19 ମହାମାରୀ ବ୍ୟାପିବା କାରଣରୁ ଦେଖାଦେଇଥିବା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

https://pib.gov.in/PressReleseDetail.aspx?PRID=1611212

ପ୍ରଧାନମନ୍ତ୍ରୀ ଏବଂ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ପେନ ସରକାରଙ୍କ ଅଧ୍ୟକ୍ଷ (ପ୍ରଧାନମନ୍ତ୍ରୀଙ୍କ ସହ ସମକକ୍ଷ) ମହାମହିମ ପେଡ୍ରୋ ସାଞ୍ଚେଜ ପେରେଜ କାଷ୍ଟଜନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। କୋଭିଡ-19 ମହାମାରୀ ଜନିତ ବୈଶ୍ବିକ ଆହ୍ବାନ ସମ୍ପର୍କରେ ଦୁଇ ନେତା ଆଲୋଚନା କରିଥିଲେ।

https://pib.gov.in/PressReleseDetail.aspx?PRID=1611208

ଜୀବନ ରେଖା ଉଡ଼ାନ ବିମାନ ଜରିଆରେ ସାରା ଦେଶରେ 161 ଟନ ମାଲ ପରିବହନ

ଜୀବନ ରେଖା ଉଡ଼ାନ ଅନ୍ତର୍ଗତ, 116ଟି ବିମାନ ଜରିଆରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ 161 ଟନ ମାଲ ପରିବହନ କରାଯାଇଛି। ଅନ୍ତର୍ଜାତୀୟ କ୍ଷେତ୍ରରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ଚୀନ ସହିତ ଏକ ବିମାନ ମାଲ ପରିବହନ ସେତୁ ସ୍ଥାପନ ପାଇଁ କାର୍ଯ୍ୟ କରୁଛି ଏହା ଜରିଆରେ ଦୁଇ ଦେଶ ମଧ୍ୟରେ ଜରୁରି ଚିକିତ୍ସା ସାମଗ୍ରୀ ପରିବହନ କରାଯିବ।

https://pib.gov.in/PressReleseDetail.aspx?PRID=1611355

ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ସଂସ୍ଥାନ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ/ଉଦ୍ୟୋଗର ଅଧିକାରୀ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 430 କୋଟି ଟଙ୍କାର ଦାନ ଦେଲେ

ଦରମାରୁ 228.84 କୋଟି ଏବଂ 201.79 କୋଟି ସିଏସଆର ଏବଂ ଅନ୍ୟ ଉତ୍ସରୁ ଯୋଗଦାନ। https://pib.gov.in/PressReleseDetail.aspx?PRID=1611363

ଅଣଚିକିତ୍ସା କର୍ମୀଙ୍କ ପାଇଁ ପ୍ରଶିକ୍ଷଣ ପୋଷାକ ଡିଜାଇନ କଲା ଦକ୍ଷିଣ ନୌକମାଣ୍ଡ

ଦକ୍ଷିଣ ନୌସେନା କମାଣ୍ଡର କୋଭିଡ କୋର କାର୍ଯ୍ୟକାରୀ ଦଳ ପକ୍ଷରୁ ଏକ ପ୍ରଶିକ୍ଷଣ ପୋଷାକ ପ୍ରସ୍ତୁତ କରାଯାଇଛି। ଏହାକୁ ଆପାତକାଳିନ ସ୍ଥିତିରେ କାର୍ଯ୍ୟ ସମ୍ବଳ ଭାବେ କାମ କରିବାକୁ ଥିବା ଅଣଚିକିତ୍ସା କର୍ମଚାରୀମାନଙ୍କୁ ତାଲିମ ଦେବା ସମୟରେ ବ୍ୟାଟଲ ଫିଲ୍ଡ ନର୍ସିଂ ଆସିଷ୍ଟାଣ୍ଟ (ବିଏଫଏନଏ)ମାନେ ପରିଧାନ କରିବେ।

https://pib.gov.in/PressReleseDetail.aspx?PRID=1611157

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା

ପାଠପଢ଼ା କାର୍ଯ୍ୟକ୍ରମ ଜାରି ରଖିବା ନିମନ୍ତେ ଶିକ୍ଷକ ଛାତ୍ରଛାତ୍ରୀମାନେ  ସ୍ବୟମ ଏବଂ ସ୍ବୟଂ ପ୍ରଭା ସମେତ ଅନ୍ୟାନ୍ୟ ଅନଲାଇନ ଡିଜିଟାଲ ମାଧ୍ୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର କୁଳପତିମାନଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଅନଲାଇନ ପରୀକ୍ଷା କରିବା ସଂକ୍ରାନ୍ତରେ ପରାମର୍ଶ ଦେବା ଲାଗି ଏକ ସମିତି ଗଠନ କରାଯାଇଛି ଏଥିରେ ଇଗ୍ନୋର କୁଳପତି ପ୍ରଫେସର ନାଗେଶ୍ବର ରାଓ ଅଧ୍ୟକ୍ଷ ରହିଛନ୍ତି

https://pib.gov.in/PressReleseDetail.aspx?PRID=1611200

 

ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କଲେ ଡ. ହର୍ଷ ବର୍ଦ୍ଧନ

ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟ କରିବ । ଏଥିରେ 300 ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ ତ୍ବରିତ ଅତ୍ୟାଧୁନିକ ଚିକିତ୍ସା ସୁନିଶ୍ଚିତ କରିବ।

https://pib.gov.in/PressReleseDetail.aspx?PRID=1611392

ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସରଞ୍ଜାମ ସମେତ ନିୟମିତ ବିମାନ ଯୋଗେ ମାଲ ପରିବହନ ଉତ୍ତର ପୂର୍ବାଞ୍ଚଳକୁ ଜାରି ରହିଛି : . ଜିତେନ୍ଦ୍ର ସିଂ

ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଲକଡାଉନ ଘୋଷଣା ହେବା ପରଠାରୁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଜମ୍ମୁ ଓ କଶ୍ମୀର, ଲଦାଖ କେନ୍ଦ୍ର ଶାସିତ ପ୍ରଦେଶ ସମେତ ଦୂରବର୍ତ୍ତୀ ଇଲାକା ଓ ଦ୍ବୀପାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ମାଲବାହୀ ବିମାନରେ ପରିବହନ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

https://pib.gov.in/PressReleseDetail.aspx?PRID=1611384

ପ୍ରଧାନମନ୍ତ୍ରୀ କେୟାର୍ସ ରିଲିଫ ପାଣ୍ଠିକୁ ସିଏସଓଆଇର 25 ଲକ୍ଷ ଟଙ୍କାର ଯୋଗଦାନ

https://pib.gov.in/PressReleseDetail.aspx?PRID=1611124

 

କୋଭିଡ-19 ସଂକ୍ରାନ୍ତ ମୁକାବିଲା ନିମନ୍ତେ ଘରୋଇ କ୍ଷେତ୍ର, ସ୍ବେଚ୍ଛାସେବୀ ସଂଗଠନ ଏବଂ ଅନ୍ତର୍ଜାତୀୟ ସଂଗଠନ ସହିତ ସମନ୍ବୟ ଲାଗି କ୍ଷମତାପ୍ରାପ୍ତ ଗୋଷ୍ଠୀର ୬ବୈଠକ ଅନୁଷ୍ଠିତ

ଶିଳ୍ପ ସଂଗଠନ, ଅନ୍ତର୍ଜାତୀୟ ସଂଗଠନ ଏବଂ ସିଏସଓଗୁଡ଼ିକ ସହିତ ମାର୍ଚ୍ଚ 30ରୁ ଏପ୍ରିଲ 3 ତାରିଖ ମଧ୍ୟରେ କ୍ଷମତାପ୍ରାପ୍ତ ଗୋଷ୍ଠୀର ୬ଟି ବୈଠକ ଅନୁଷ୍ଠିତ ହୋଇଯାଇଛି ମୁକାବିଲା କ୍ଷେତ୍ରରେ ସେମାନଙ୍କ ଯୋଗଦାନ, ପରବର୍ତ୍ତୀ ସପ୍ତାହଗୁଡ଼ିକ ପାଇଁ ସେମାନଙ୍କ ଯୋଜନା, ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସରକାରଙ୍କ ଠାରୁ ସେମାନଙ୍କ ଆଶା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି

https://pib.gov.in/PressReleseDetail.aspx?PRID=1611246

 

କୋଭିଡ-19 ମୁକାବିଲା ଲାଗି ଆଗେଇ ଆସିଲେ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଓଏଫବି

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ଡିପିଏସୟୁ) ଏବଂ ଗୋଳାବାରୁଦ କାରଖାନା ବୋର୍ଡ (ଓଏଫବି) କୋଭିଡ-19 ମୁକାବିଲା ଦିନରେ ଯୋଗଦାନ ପାଇଁ ଆଗେଇ ଆସିଛନ୍ତି।

https://pib.gov.in/PressReleseDetail.aspx?PRID=1611253

 

କୋଭିଡ-19 ଲକଡାଉନ ସମୟରେ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କର ଦ୍ବିତୀୟ ଭିଡିଓ କନଫରେନ୍ସ

ଉଦ୍ୟୋଗ ସମ୍ମୁଖୀନ ହେଉଥିବା ଛୋଟ ଛୋଟ ସମସ୍ୟାର ସମାଧାନ କରିବା, ଖାଦ୍ୟ ଓ ଔଷଧ ଉପଲବ୍ଧତା ନିମନ୍ତେ ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍ସ ପରିଚାଳନା ସୁନିଶ୍ଚିତ କରିବା ଲାଗି ଏକ ଅଭିଯୋଗ କେନ୍ଦ୍ର ଗଠନ କରାଯାଇଛି, ଏହା ମାଧ୍ୟମରେ 50 ପ୍ରତିଶତ ଅଭିଯୋଗ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ବିଚାର ପ୍ରକ୍ରିୟାରେ ରହିଛି।

https://pib.gov.in/PressReleseDetail.aspx?PRID=1611315

 

କୋଭିଡ-19 ମୁକାବିଲା କ୍ଷେତ୍ରରେ ଏମଏସଏମଇ ପ୍ରଯୁକ୍ତି କେନ୍ଦ୍ରଗୁଡ଼ିକର ବ୍ୟାପକ ଯୋଗଦାନ

ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ଅଧୀନ ସ୍ବାୟତ୍ତ ସଂସ୍ଥା ଆଠଟି କାର୍ଯ୍ୟକ୍ଷମ ପ୍ରଯୁକ୍ତି କେନ୍ଦ୍ର କୋଭିଡ-19 ମୁକାବିଲା କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରୁଛନ୍ତି।

https://pib.gov.in/PressReleseDetail.aspx?PRID=1611318

 

କୋଭିଡ-19 ଲକଡାଉନ ସମୟରେ ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଚିନି, ଲୁଣ ଏବଂ ଖାଇବା ତେଲର ନିରନ୍ତର ଯୋଗାଣ ସୁନିଶ୍ଚିତ କଲା ଭାରତୀୟ ରେଳପଥ

23 ମାର୍ଚ୍ଚରୁ 4 ଏପ୍ରିଲ 2020, ରେଳପଥ ପକ୍ଷରୁ 1342 ଓ୍ବାଗନ ଚିନି, 958 ଓ୍ବାଗନ ଲୁଣ ଏବଂ 378 ଓ୍ବାଗନ/ଟ୍ୟାଙ୍କ ଖାଇବା ତେଲ ପରିବହନ କରାଯାଇଛି।

https://pib.gov.in/PressReleseDetail.aspx?PRID=1611333

ଜନ୍ମ ରେକର୍ଡ ସଂଶୋଧନ ପାଇଁ ପିଏଫ ସଦସ୍ୟମାନଙ୍କୁ ସୁବିଧା ଦେବା ନିମନ୍ତେ ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲା ଇପିଏଫଓ

କୋଭିଡ-19 ମହାମାରୀ ଜନିତ ପ୍ରଭାବ ଯୋଗୁ ଆର୍ଥିକ ଚାପରେ ଥିବା ପିଏଫ ସଦସ୍ୟମାନଙ୍କୁ ନିଜର ପିଏଫ ସଞ୍ଚୟରୁ ଅଣଫେରସ୍ତ ଯୋଗ୍ୟ ଅଗ୍ରୀମ ଉଠାଇବା ଲାଗି ଅନଲାଇନ ଆବେଦନ ସୁବିଧା ଦେବା ସହିତ ସମସ୍ତ ଆବେଦନଗୁଡ଼ିକର ତୁରନ୍ତ ସମାଧାନ କରିବା ଲାଗି କ୍ଷେତ୍ରୀୟ ସ୍ତରର ଅଧିକାରୀମାନଙ୍କୁ ଇପିଏଫଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 

Fact Check on #Covid19

 

https://pbs.twimg.com/profile_banners/231033118/1584354869/1500x500



(Release ID: 1611505) Visitor Counter : 138