ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇପିଏଫଓ ସଦସ୍ୟଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସଂଶୋଧନ କରିବା ନିମନ୍ତେ ସାନି ନିର୍ଦ୍ଦେଶ

Posted On: 05 APR 2020 3:47PM by PIB Bhubaneshwar

କରୋନା ସଂକ୍ରମଣ କାଳରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସଦସ୍ୟମାନଙ୍କୁ ଅନଲାଇନ୍ ସେବା ଯୋଗାଣକୁ ଅଧିକ ସଫଳ ଓ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଇଛି । ତଦନୁସାରେ ଇପିଏଫଓ ସଦସ୍ୟମାନଙ୍କ ରେକର୍ଡଭୁକ୍ତ ହୋଇଥିବା ଜନ୍ମ ତାରିଖରେ ଯଦି  କିଛି ତ୍ରୁଟି ଥାଏ ତାହାର ସଂଶୋଧନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ସଂଶୋଧନ ସଂପୃକ୍ତ ସଦସ୍ୟମାନେ ଅନଲାଇନରେ କରିପାରିବେ । ତେବେ ସେଥିପାଇଁ ସେମାନଙ୍କର ୟୁଏଏନ୍(UAN) କେୱାସି ଅନୁକୂଳ ହୋଇଥିବା ଆବଶ୍ୟକ ।

ଜନ୍ମ ତାରିଖର ସଂଶୋଧନ ପାଇଁ ଏବେ ଆଧାର କାର୍ଡରେ ଉଲ୍ଲେଖ ହୋଇଥିବା ତଥ୍ୟ, ଜନ୍ମ ତାରିଖ, ମାସ ଓ ବର୍ଷକୁ ପ୍ରମାଣ ଭାବେ ଗ୍ରହଣ କରାଯିବ । ତେବେ  ଏକ୍ଷେତ୍ରରେ ଦୁଇ ତାରିଖ ମଧ୍ୟରେ ପାର୍ଥକ୍ୟ ତିନି ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଅର୍ଥାତ୍ ଇପିଏଫରେ ପଞ୍ଜିକୃତ ଜନ୍ମ ତାରିଖ, ମାସ ଓ ବର୍ଷ ଏବଂ ଆଧାର କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ, ମାସ ଓ ବର୍ଷ ମଧ୍ୟରେ ତଫାତ୍ ତିନି ବର୍ଷରୁ ଅଧିକ ହୋଇନଥିବ । ଇପିଏଫଓ ସଦସ୍ୟ ଏହି ସଂଶୋଧନ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ସଂଶୋଧିତ ତଥ୍ୟ ପାଇବା ପରେ ଇପିଏଫଓ କର୍ତ୍ତୃପକ୍ଷ ତାହାକୁ ତତ୍କାଳ ୟୁଆଇଡିଏଆଇ ସହ ଅନଲାଇନରେ ପଞ୍ଜିକୃତ କରି ବୈଧ କରିବେ । ଏହାଦ୍ୱାରା ପ୍ରୋସେସିଂ ସମୟର ହ୍ରାସ ବୃଦ୍ଧି ସଂକ୍ରାନ୍ତ ପରିବର୍ତ୍ତନ ନିମନ୍ତେ ଆବେଦନକାରୀ ସୁଯୋଗ ପାଇ ପାରିବେ ।

ଅନଲାଇନରେ ହେଉଥିବା ଏସବୁ ଆବେଦନର ତୁରନ୍ତ ସମାଧାନ କରିବାକୁ ଇପିଏଫଓ ଫିଲଡ୍ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହାଦ୍ୱାରା ସହଜରେ  ଅଣଫେରସ୍ତ ଯୋଗ୍ୟ ଅଗ୍ରିମ ଉଠାଇବାରେ ସକ୍ଷମ ହେବେ । କୋଭିଡ-19ର ମୁକାବିଲା ପାଇଁ ସରକାର ଯେଉଁସବୁ ସୁବିଧା ଶ୍ରମିକ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି, ସେଥିରେ ଇପିଏଫଓ ସଦସ୍ୟଙ୍କୁ ଅଣଫେରସ୍ତ ଅଗ୍ରିମ ନିଜ ଭବିଷ୍ୟନିଧି ପାଣ୍ଠିରୁ ଉଠାଇବାର ବ୍ୟବସ୍ଥା ରହିଛି ।

 

**********

 


(Release ID: 1611499) Visitor Counter : 223