ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

प्रविष्टि तिथि: 05 APR 2020 2:15PM by PIB Bhubaneshwar

ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ 18ଟି ବୈଷୟିକ କେନ୍ଦ୍ର ଏଥିରେ ବ୍ୟାପକ ଯୋଗଦାନ କରିଛନ୍ତି ମେଡିକାଲ ପୋଷାକ ଓ ମାସ୍କ ସିଲେଇ ପାଇଁ ବ୍ୟବହୃତ ମେସିନ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଜୋତା ତାଲିମ ପ୍ରତିଷ୍ଠାନ (ସିଏଫଟିଆଇ) ଯୋଗାଇ ଦେଉଛି ଚେନ୍ନାଇ ଶ୍ରୀ ହେଲ୍ଥ କେୟାର ସଂସ୍ଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦିତ ଯୋଗାଣକାରୀର ମାନ୍ୟତା ପାଇଛି । ଏପ୍ରିଲ 4 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦନ ବୃଦ୍ଧି ପାଇଁ  ସିଏଫଟିଆଇ ଦୁଇଟି ଅଧିକ ମେସିନ ଆଣିବ

ହାଇଦ୍ରାବାଦସ୍ଥିତ ଏମଏସଏମଇ ବୈଷୟିକ କେନ୍ଦ୍ର ଭେଣ୍ଟିଲେଟରର ଆଉ ଏକ ବିକଳ୍ପ ପ୍ରସ୍ତୁତ କରିଛନ୍ତି ସମ୍ବେଦୀ ଯନ୍ତ୍ର ଦ୍ଵାରା ପରିଚାଳିତ ଏହି ଇଲେକ୍ଟ୍ରୋ ମେକାନିକାଲ ଭେଣ୍ଟିଲେଟର ଖୁବ ଶୀଘ୍ର ତିଆରି ହେବ ଔରଙ୍ଗାବାଦସ୍ଥିତ ଏସଏମଇ ଟିସି 3ଡି ମାସ୍କର ବିକଳ୍ପ ବିକଶିତ  କରିଛି ଏହାର ଉପଯୋଗ ପାଇଁ ସଂସ୍ଥା ପକ୍ଷରୁ ସ୍ଥାନୀୟ ହସ୍ପିଟାଲଗୁଡିକ ସହ ଯୋଗାଯୋଗ କରାଯାଇଛି ।

କୋଲକାତାର କେନ୍ଦ୍ରୀୟ ଯନ୍ତ୍ରାଂଶ କକ୍ଷ ଓ ତାଲିମ କେନ୍ଦ୍ର ସାଗରଦତ୍ତ ସୁପର ସ୍ପେଶିଆଲିଟି ହସ୍ପିଟାଲର ସହାୟତାରେ ଏକ ସ୍ୱଳ୍ପ ମୂଲ୍ୟ ଭେଣ୍ଟିଲେଟର ପ୍ରସ୍ତୁତ କରି ଏହାର ପ୍ରାୟଗାତ୍ମକ ଦିଗ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛି । ଏହି ବିକଳ୍ପର ଚୁଡାନ୍ତ ପ୍ରସ୍ତୁତି ପାଇଁ କେତେକ ଆବଶ୍ୟକ ଉପକରଣକୁ ଅପେକ୍ଷା କରାଯାଇଛି ମାତ୍ର 15 ରୁ 20 ଟଙ୍କା ମୂଲ୍ୟରେ ଏହି ମୁଖା ମାସକୁ 20 ହଜାର ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିବ ।  କନୌଜସ୍ଥିତ ଏମଏସଏମଇ ବୈଷୟିକ କେନ୍ଦ୍ର ଆଲକହଲଯୁକ୍ତ ସାନିଟାଇଜର ପ୍ରସ୍ତୁତ କରି ଫାରୁଖାବାଦ ଜିଲ୍ଲା ପ୍ରଶାସନିକକୁ ଯୋଗାଇଛି । ରେଳବାଇ ଓ ଅନ୍ୟାନ୍ୟ ସଙ୍ଗଠନକୁ ମଧ୍ୟ ଏହା ପର୍ଯ୍ୟାୟକ୍ରମେ ଯୋଗାଇବ ସେହିପରି ଆଇଡିଇଏମଆଇ ମଧ୍ୟ ଆୟନଯୁକ୍ତ ସାନିଟାଇଜର  ପ୍ରସ୍ତୁତି ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛି ।

ଭୁବନେଶ୍ଵର, ହାଇଦ୍ରାବାଦ ଓ ଜାମସେଦପୁରରେ ଥିବା ଏମଏସଏମଇ ବୈଷୟିକ କେନ୍ଦ୍ରଗୁଡ଼ିକ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ତିଆରି କରିବେ ଏହାର ପ୍ରଥମ ପର୍ଯ୍ୟାୟ ଖୁବ ଶୀଘ୍ର ଭୁବନେଶ୍ଵରରେ ଶେଷ ହେବ ଏହା ସଫଳ ହେଲେ ଅନ୍ୟାନ୍ୟ କେନ୍ଦ୍ରଗୁଡିକରୁ ମଧ୍ୟ ଆରମ୍ଭ ହେବ ।

ଏଏମଟିଜେଡ ଭେଣ୍ଟିଲେଟର ପାଇଁ ପ୍ରାୟ 10 ହଜାର ଯନ୍ତ୍ରାଂଶ ଆବଶ୍ୟକ କରୁଛି । ଏହିସବୁର ଆବଶ୍ୟକତା ପୂରଣ ପାଇଁ ଭୁବନେଶ୍ଵର କେନ୍ଦ୍ର ଲୁଧିଆନା, ଔରଙ୍ଗାବାଦ, କୋଲକାତା ଓ ଜାମସେଦପୁରଠାରେ ଥିବା କେନ୍ଦ୍ରଗୁଡ଼ିକୁ କାର୍ଯ୍ୟାଦେଶ ଦେଇଛି ଆଗ୍ରାସ୍ଥିତ ପିପିଡିସି ଓ ଇନ୍ଦୋରର ଆଇଜିଟିଆର ମିଳିତଭାବେ ହସ୍ପିଟାଲ ଉପକରଣ ତିଆରି ପାଇଁ ଯୋଜନା କରିଛନ୍ତି

***********


(रिलीज़ आईडी: 1611444) आगंतुक पटल : 302
इस विज्ञप्ति को इन भाषाओं में पढ़ें: English , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada , Malayalam