ରାଷ୍ଟ୍ରପତିଙ୍କ ସଚିବାଳୟ

ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହିତ କୋଭିଡ-19 ନେଇ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

Posted On: 03 APR 2020 4:55PM by PIB Bhubaneshwar

ରାଷ୍ଟ୍ରପତି କରୋନା ମହାମାରୀର ମୁକାବିଲା ଦିଗରେ ଦେଶବାସୀ ଦେଖାଇଥିବା ଦୃଷ୍ଟାନ୍ତମୂଳକ ସାହସ, ଶୃଙ୍ଖଳା ଓ ଦୃଢ ମନୋବଳର ପ୍ରଶଂସା କରିଛନ୍ତି ଆନନ୍ଦ ବିହାରଠାରେ ଦାଦନ ଶ୍ରମିକ ଏବଂ ନିଜାମୁଦ୍ଦିନରେ ତବ୍ଲିଗର ସମାବେଶ ଏହି ଉଦ୍ୟମରେ ବ୍ୟାଘାତ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ଆଜି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସରକାର କୋଭିଡ-19ର ମୁକାବିଲା ନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ଆଲୋଚନା କରିଥିଲେ । ଲକଡାଉନ କାଳରେ ଯେପରି କେହିହେଲେ ଭୋକିଲା ନରୁହନ୍ତି ତାହାକୁ ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରପତି ଗୂରୁତ୍ଵାରୋପ କରିଥିଲେ ।

ଗତ ମାସ 27 ତାରିଖ ଦିନ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହିତ ହୋଇଥିବା ଭିଡିଓ କନଫରେନ୍ସର ବିଷୟବସ୍ତୁର ପରିଣାମକୁ ନେଇ ଏହି ସମ୍ମିଳନୀ ହୋଇଥିଲା 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳମାନେ ଗତ ମାସ 27 ତାରିଖରେ ହୋଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ୱୟନ ନେଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । କୋଭିଡ-19 ଭଳି ଅଦୃଶ୍ୟ ଶତ୍ରୁର ମୁକାବିଲା ଦିଗରେ କୌଣସି କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ ବୋଲି ସମସ୍ତେ ଏକମତ ହୋଇଥିଲେ । ଏହି ସମ୍ମିଳନୀରେ ରାଷ୍ଟ୍ରପତି, କେତେକ ରାଜ୍ୟରେ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିଥିଲେ । ଆସନ୍ତା ରବିବାର ଦିନ ରାତି 9ଟା ବେଳେ ଘରର ସମସ୍ତ ବିଜୁଳି ବତିକୁ ଲିଭାଇ ଦେଇ ମୋବାଇଲ ଲାଇଟ, ମହମବତୀ ବା ଦୀପ ଜାଳି କାରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ ଲାଗି ଏକଜୁଟ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନର ସଂପୂର୍ଣ୍ଣ ସମର୍ଥନ କରିଥିଲେ । ତେବେ ସାମାଜିକ ଦୁରତ୍ଵକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଲୋକମାନଙ୍କୁ ଚେତାଇ ଦେଇଥିଲେ ।

ପ୍ରଥମେ ରାଷ୍ଟ୍ରପତି ଗତ ମାସ 27 ତାରିଖରେ ହୋଇଥିବା ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାରେ ବକ୍ତବ୍ୟ ରଖିଥିଲେ । ଗତ ସମ୍ମିଳନୀର ବିଭିନ୍ନ ରାଜ୍ୟ କିପରି ଅବସରପ୍ରାପ୍ତ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ମନସ୍ତତ୍ଵବିତ୍ତମାନଙ୍କ ମୂଲ୍ୟବାନ ପରାମର୍ଶ ଓ ରିଲିଫ ଇତ୍ୟାଦି ବିଷୟ ରାଜ୍ୟମାନେ ହାତକୁ ନେଇଥିବା ପ୍ରକାଶ କରିଥିଲେ ।

ଲକଡାଉନ କାଳରେ ନିରାଶୟ, ବେକାର ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଦିଗରେ ସମ୍ବେଦନଶୀଳ ହେବା ଉପରେ ରାଷ୍ଟ୍ରପତି ମତ ବ୍ୟକ୍ତ କରିଥିଲେ । ଏହି ସମୟରେ ଯେପରି କେହି ଭୋକିଲା ନରୁହନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ସେ ସମ୍ମିଳନୀରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହିଭଳି ଆହ୍ଵାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳମାନେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ରାଷ୍ଟ୍ରପତି ଆଶାପୋଷଣ କରିଥିଲେ । ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେଉଁମାନେ ଚାହୁଞ୍ଚନ୍ତି ସେମାନଙ୍କ ନିକଟରେ ପହଞ୍ଚାଇଲେ ମଧ୍ୟ ସାମାଜିକ ଦୁରତ୍ଵ ରକ୍ଷା ନେଇ କୌଣସି ସାଲିସ ନକରିବାକୁ ସେ ପରାମର୍ଶ ଦେଇଥିଲେ ।

ରାଷ୍ଟ୍ରପତି ପୂର୍ବ ସମ୍ମିଳନୀରେ ରେଡକ୍ରସ ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡ଼ିକର ସାହାଯ୍ୟ ସହଯୋଗ ବିଷୟରେ ଅବତାରଣ କରିବା ସହ ମାନବିକ ଆହ୍ୱାନର ସମ୍ମୁଖୀନ ହେବା ସମୟରେ ସ୍ଵେଚ୍ଛାସେବୀ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥାର ଅଧିକରୁ ଅଧିକ ସହଯୋଗ ଉପରେ ଗୂରୁତ୍ଵାରୋପ କରିଥିଲେ ।

କାଁ ଭାଁ କେତେକ ଛୋଟ ମୋଟ ଘଟଣାକୁ ଛାଡିଦେଲେ ମହାମାରୀର ମୁକାବିଲା ପାଇଁ ଦୃଢ ସଂକଳ୍ପ ନେଇ ଆମେ ଅଗ୍ରସର ହେଉଛୁ ବୋଲି ରାଷ୍ଟ୍ରପତି କହିଥିଲେ । ଦେଶବାସୀଙ୍କ ଧର୍ଯ୍ୟ ଓ ସହଯୋଗକୁ ରାଷ୍ଟ୍ରପତି ସାଧୁବାଦ ଜଣାଇଥିଲେ । ନିଜ ଜୀବନକୁ ପାଣି ଛଡାଇ ଦେଶ ଓ ମାନବ ସେବାରେ ବ୍ରତୀ କରାଇଥିବା ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଥିଲେ । ଦେଶବାସୀ ଦୃଢ ମନୋବଳ ଓ ସଂକଳ୍ପ ନେଇ ସମସ୍ତ ସତର୍କତାର ସହ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମହାମାରୀ ବିରୁଦ୍ଧରେ ସେମାନଙ୍କ ଅଭିଯାନ ଜାରି ରଖିବେ ବୋଲି ସେ ଆଶା ପୋଷଣ କରିଥିଲେ । ସମ୍ମିଳନୀରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ବିଭିନ୍ନ ସାମାଜିକ ସଂଗଠନ, ଭାରତୀୟ ରେଡକ୍ରସର କର୍ମକର୍ତ୍ତାମାନେ ଗରିବ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ଉପରେ ଗୂରୁତ୍ଵାରୋପ କରିଥିଲେ । ଦେଶର ସବୁଠାରୁ ଅବହେଳିତ ଓ ନିରାଶ୍ରୟ ବ୍ୟକ୍ତି ଯେଉଁମାନେ ଲକଡାଉନ ବେଳେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସହାୟତାର ହାତ ବଢାଇବା ପାଇଁ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ସମାଜସେବୀମାନଙ୍କ ସହାୟତା ନେବାକୁ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କୁ ଅନୁରୋଧ କରିଥିଲେ । ଯଦିଓ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂରକରିବାରେ ବହୁବିଧ ପଦକ୍ଷେପମାନ ନେଉଛନ୍ତି ତଥାପି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଦିଗରେ ଯଥେଷ୍ଟ ସହାୟତା ଦେଇପାରିବେ ବୋଲି କହିଥିଲେ ।

ଏଥିରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନେ ଅଂଶଗ୍ରହଣ କରିଥିଲେ ।

 

**********



(Release ID: 1610755) Visitor Counter : 153