ରେଳ ମନ୍ତ୍ରଣାଳୟ

କୋଭିଡ-19ର ଆହ୍ୱାନମୂଳକ ପରିସ୍ଥିତି ସତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ଭାରତୀୟ ରେଳବାଇ ଏହାର ମାଲ ପରିବହନ ପଥକୁ ସଦାସର୍ବଦା କାର୍ଯ୍ୟକ୍ଷମ ରଖିଛି

• ତିନିଦିନ ମଧ୍ୟରେ ଏହା 7,195 ଖାଦ୍ୟଶସ୍ୟ ବାଗନ, 64,567 କୋଇଲା ବାଗନ, 3,314 ଇସ୍ପାତ ବାଗନ ଓ 3,838 ପେଟ୍ରୋଲିୟମ ବାଗନର ପରିବହନ କରିଛି
• ଗତ ତିନିଦିନ ମଧ୍ୟରେ 1,43,458 ବାଗନ ମାଲ ପରିବହନ କରିଛି

Posted On: 02 APR 2020 1:43PM by PIB Bhubaneshwar

ଦେଶବ୍ୟାପୀ ଲକଡାଉନ ଥିଲେ ମଧ୍ୟ କରୋନା ସଂକ୍ରମଣ କାଳରେ ଭାରତୀୟ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରଖିଛି ।

ଭିତ୍ତିଭୂମି ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟର ହିତକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସମୟୋଚିତ ଭାବେ ସାଧାରଣ ଜିନିଷପତ୍ର ପହଂଚାଇବା କାର୍ଯ୍ୟ କରିଛି । ଏହାର ମାଲ ପରିବହନ ପଥକୁ ସମ୍ପୂଣ୍ଣ କାର୍ଯ୍ୟକ୍ଷମ ରଖି ଉଭୟ ଘରୋଇ ଓ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଦିଗରେ ସକ୍ଷମ ହୋଇଛି ।

ଗତ ତିନିଦିନ ମଧ୍ୟରେ ରେଳବାଇ ପକ୍ଷରୁ 7,195 ଖାଦ୍ୟଶସ୍ୟ ବାଗନ, 64,567 କୋଇଲା ବାଗନ, 3,314 ଇସ୍ପାତ ବାଗନ, 3,838 ପେଟ୍ରେଲିୟମ ବାଗନ ଏହିପରି ସର୍ବୋମୋଟ 1,43,458 ବାଗନ ମାଲ ପରିବହନ କରିଛି ।

ପୂର୍ବରୁ ବିଭିନ୍ନ ସ୍ଥାନରେ ମାଲ ଖଲାସ ଓ ବୋଝେଇ ନେଇ ରେଳବାଇ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରମାନଙ୍କ ସାହ ମିଶି ବିଭିନ୍ନ ତ୍ରୁଟି ବିଚ୍ୟୁତର ସମାଧାନର ସୂତ୍ର ଭାରତୀୟ ରେଳବାଇ ବାହାର କରିପାରିଛି ।

 

**********



(Release ID: 1610497) Visitor Counter : 169