ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଆଜିଠାରୁ ପିଆଇବିର କୋଭିଡ19 ଫାକ୍ଟଚେକ ୟୁନିଟ କାର୍ଯ୍ୟକ୍ଷମ
Posted On:
02 APR 2020 2:13PM by PIB Bhubaneshwar
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ19 ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ19 ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ କୌଣସି ଖବର ବା ତଥ୍ୟ ଯଦି ମିଥ୍ୟା ବା ଗୁଜବ ଲାଗେ , ତେବେ pibfactcheck[at]gmail[dot]com ରେ ଇମେଲ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ । ଏକ ଧାର୍ଯ୍ୟ ସମୟ ମଧ୍ୟରେ ୟୁନିଟ ଆପଣଙ୍କୁ ସଠିକ ତଥ୍ୟ ପ୍ରଦାନ କରିବ । ପିଆଇବିର ମହାନିର୍ଦ୍ଦେଶକ ଶ୍ରୀ ନିତିନ ୱାକାଙ୍କର ଏହି ୟୁନିଟର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।
***
(Release ID: 1610321)
Visitor Counter : 165