ଅର୍ଥ ମନ୍ତ୍ରଣାଳୟ

କେତେଗୋଟି ସାଧାରଣ ପ୍ରଶ୍ନ ଯାହା ବାରମ୍ବାର ଜାଣିବାକୁ ସଭିଏଁ ଇଚ୍ଛୁକ: ମିଆଦୀ ଋଣ ପରିଶୋଧ ଉପରେ ରୋକ (ମୋରାଟୋରିଅମ୍ ) ଘୋଷଣା ପାଇଁ ବ୍ୟାଙ୍କମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ପ୍ରଦାନ

Posted On: 01 APR 2020 12:35PM by PIB Bhubaneshwar

ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ବାକିଥିବା ସମସ୍ତ ଋଣଗ୍ରହୀତାଙ୍କ ମିଆଦୀ ଋଣ ଉପରେ ମୋରାଟୋରିଅମ୍ ପାଇଁ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଅନୁମତି ପ୍ରଦାନ କରିଥିଲେ । ଏଥିସହ ଚଳନ୍ତି ପୁଞ୍ଜି ବ୍ୟବସ୍ଥା ଉପରେ ମଧ୍ୟ ଆରବିଆଇ ସେହିଭଳି ରୋକ ସକାଶେ ଅନୁମତି ଦେଇଥିଲା ।

ଏଭଳି ରୋକର ବୈଷୟିକ ପ୍ରସଙ୍ଗ ଉପରେ ଭାରତୀୟ ବ୍ୟାଙ୍କ୍ ସଂଘ ପକ୍ଷରୁ ସାଧାରଣ ଲୋକଙ୍କ ମନରେ ବାରମ୍ବାର ଉଦ୍ରେକ ହେଉଥିବା କେତେକ ପ୍ରଶ୍ନ ସଂପର୍କରେ ଉତ୍ତର ପ୍ରଦାନ କରାଯାଇଛି ।

ପ୍ରଶ୍ନ -୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଘୋଷଣା କେବେ କରିଥିଲା ଓ ତାହା କ?

ଉତ୍ତର : ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମାର୍ଚ୍ଚ ୧, ୨୦୨୦ ତାରିଖ ସୁଦ୍ଧା ବକେୟା ସମସ୍ତ ପ୍ରକାର ମିଆଦୀ ଋଣ ଉପରେ ତିନି ମାସର ରୋକ ବିଷୟ ଘୋଷଣା କରିଥିଲେ ତଥା ଚଳନ୍ତି ପୁଞ୍ଜି ବ୍ୟବସ୍ଥା ଉପରେ ମଧ୍ୟ ଆରବିଆଇ ଏଭଳି ସୁବିଧା ଘୋଷଣା କରିଛନ୍ତି ।

ପ୍ରଶ୍ନ -୨: ଆରବିଆଇ ଏଭଳି ରିଲିଫ୍ ପ୍ୟାକେଜ୍ କାହିଁକି ଘୋଷଣା କରିଛନ୍ତି?

ଉତ୍ତର : ବୈଶ୍ୱିକ ମହାମାରୀ କୋଭିଡ଼- ୧୯ ଯୋଗୁ ଅର୍ଥ ବ୍ୟବସ୍ଥାର ଋଣ ସେବା କ୍ଷେତ୍ରରେ ଦେଖା ଦେଇଥିବା ସଂକଟକୁ ଟାଳିବା ସକାଶେ ନିୟନ୍ତ୍ରଣ ବ୍ୟବସ୍ଥା ସ୍ୱରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଭଳି ଘୋଷଣା କରିଛନ୍ତି ଏବଂ ଏହା ଦ୍ୱାରା ସମ୍ଭାବ୍ୟ ବ୍ୟବସାୟକୁ ଜାରି ରଖିବାକୁ ସୁନିଶ୍ଚିତ କରିହେବ । ନଗଦ ରାଶି ଚଳନରେ ଅସ୍ଥାୟୀ ଭାବେ ସମସ୍ୟା ଦେଖାଦେଇପାରେ ଏବଂ କେତେକ କ୍ଷେତ୍ରରେ ବ୍ୟବସାୟିକ ସଂସ୍ଥା/ ବ୍ୟକ୍ତିବିଶେଷଙ୍କ ଉପାର୍ଜନରେ କ୍ଷତି ଘଟିପାରେ ବୋଲି ଆରବିଆଇ ଆଶଙ୍କା ପ୍ରକଟ କରିଥିଲେ । ଏଭଳି ବ୍ୟବସ୍ଥା ଗ୍ରହଣ ଦ୍ୱାରା ସେହିଭଳି ବ୍ୟବସାୟିକ ସଂସ୍ଥା / ବ୍ୟକ୍ତିବିଶେଷଙ୍କୁ ଆଶ୍ୱସ୍ତି ପହଞ୍ଚିପାରିବ ।

ପ୍ରଶ୍ନ -୩: ଆରବିଆଇର କୋଭିଡ଼- ୧୯ ନିୟନ୍ତ୍ରକ ପ୍ୟାକେଜ୍  ଅଧୀନରେ ଏଭଳି ସୁବିଧା ହାସଲ କରିବା ସକାଶେ କି କି ପ୍ରକାର ବ୍ୟବସ୍ଥା ରହିଛି ଏବଂ ଏହା ସମସ୍ତ ପ୍ରକାର ଋଣଗ୍ରହୀତାଙ୍କ ପାଇଁ ସମାନ ଭାବେ ପ୍ରଯୁଜ୍ୟ କି?

ଉତ୍ତର: ସମସ୍ତ ପ୍ରକାର ମିଆଦୀ ଋଣ (ଏଥିରେ କୃଷି ମିଆଦୀ ଋଣ, ଖୁଚୁରା, ଫସଲ ଋଣ ଓ ପୁଲ୍ କ୍ରୟ ଅଧିନରେ ଉପଲବ୍ଧ ଋଣ ସାମିଲ) ଓ କ୍ୟାସ୍ କ୍ରେଡ଼ିଟ୍/ ଓଭରଡ଼୍ରାଫ୍ଟ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ଏହି ପ୍ୟାକେଜରୁ ସୁବିଧା ହାସଲ କରିପାରିବେ । ଏହା ସେହିଭଳି ଜମାଖାତା ଲାଗି ପ୍ରଯୁଜ୍ୟ, ଯାହା ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ମାନକ ସମ୍ପତ୍ତି’(ଷ୍ଟାଣ୍ଡାର୍ଡ଼ ଆସେଟ) ଭାବେ ବିବେଚିତ ହେଉଥିବ । ଅଧିକନ୍ତୁ, ଅନାବଶ୍ୟକ ଫାଇଲଚାଷ ଭଳି କାର୍ଯ୍ୟକୁ ଏଡ଼ାଇବା ନିମନ୍ତେ ଏହି ବ୍ୟବସ୍ଥାକୁ ସମସ୍ତ ଋଣଗ୍ରହୀତାଙ୍କ ପାଇଁ ସଂପ୍ରସାରିତ କରାଯାଇଛି ଯଦ୍ୱାରା ମିଆଦୀ ଋଣ କିସ୍ତି (ସୁଧ ସମେତ) ପରିଶୋଧ ଅବଧିକୁ ୯୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ମିଆଦୀ ଋଣର ମୂଳ ପରିଶୋଧ ଅବଧି ଏହା ଦ୍ୱାରା ଅଧକ ୯୦ ଦିନ ବୃଦ୍ଧି ପାଇବ । ଉଦାହରଣ ସ୍ୱରୂପ, ଯେଉଁ ଋଣ ୬୦ଟି କିସ୍ତିରେ ଯାହାକି ୧ ମାର୍ଚ୍ଚ ୨୦୨୫ରେ ଶେଷ ହେବାର ଥିଲା ଏବେ ତାହା ୧ ଜୁନ, ୨୦୨୫ରେ ଶେଷ ହେବ ବୋଲି ଧରାଯିବ ।

ପ୍ରଶ୍ନ -୪:ସମସ୍ତ ପ୍ରକାର ମିଆଦୀ ଋଣ ପାଇଁ ଏଭଳି ପରିବର୍ତ୍ତିତ ପରିଶୋଧ ବ୍ୟବସ୍ଥା ଲାଗୁ ହେବ କି?

ଉତ୍ତର : ସମସ୍ତ ପ୍ରକାର ବିଭାଗ, ତାହା ଯେକୌଣସି କ୍ଷେତ୍ର ଓ ମିଆଦୀ ଋଣର ତତ୍ତ୍ୱ ଯାହା ହୋଇଥାଉ ନା କାହିଁକି, ସବୁ ପ୍ରକାର ମିଆଦୀ ଋଣ ପରିଶୋଧ କ୍ଷେତ୍ର ପାଇଁ ଏହା ପ୍ରଯୁଜ୍ୟ ।

ପ୍ରଶ୍ନ -୫: ମିଆଦୀ ଋଣ ପରିଶୋଧ କ୍ଷେତ୍ରରେ ଏଭଳି ପରିବର୍ତ୍ତନ କେବଳ ମୂଳଧନ ଅର୍ଥ ପାଇଁ ଲାଗୁ ହେବ ନା ଏହା ସୁଧ ପାଇଁ ମଧ୍ୟ ପ୍ରଯୁଜ୍ୟ?

ଉତ୍ତର: ମାର୍ଚ୍ଚ ୧, ୨୦୨୦ ଏବଂ ମେ ୩୧, ୨୦୨୦ ମଧ୍ୟରେ ପରିଶୋଧ କରିବାକୁ ଥିବା ମୂଳଧନକୁ ତିନି ମାସ ପାଇଁ ପରିବର୍ତ୍ତିତ କରାଯାଇଛି । ଉଦାହରଣ ସ୍ୱରୂପ, ଯେଉଁଠାରେ ମିଆଦୀ ଋଣର ଶେଷ କିସ୍ତି ୧ ମାର୍ଚ୍ଚ ୨୦୨୦ରେ ପୈଠ କରାଯିବାକୁ ଥିଲା, ତାହା ଏବେ ୧ ଜୁନ, ୨୦୨୦ରେ ପରିଶୋଧ କରାଯାଇପାରିବ ।

ଇଏମଆଇ ଭିତ୍ତିକ ମିଆଦୀ ଋଣ ପାଇଁ, ତାହା ତିନୋଟି ଇଏମଆଇ ଯାହାକି ୧ ମାର୍ଚ୍ଚ ୨୦୨୦ ଓ ମେ ୩୧, ୨୦୨୦ ମଧ୍ୟରେ ପଡ଼ୁଥିବ ଓ ତାହାର ତତ୍ତ୍ୱକୁ ତିନିମାସ ସକାଶେ ବଢ଼ାଇ ଦିଆଯିବ ଏବଂ ସେହି ପରିବର୍ଦ୍ଧିତ ସମୟସୀମା ଭିତରେ ତାହା ପୈଠ କରିବାକୁ ପଡ଼ିବ ଯାହାକି ଉପରେ ଉଲ୍ଲିଖିତ ଉଦାହରଣ (୨)ରେ ସୂଚୀତ ହୋଇଛି ।

ଅନ୍ୟାନ୍ୟ ମିଆଦୀ ଋଣ ସକାଶେ, ଏହା ସମସ୍ତ ପ୍ରକାର କିସ୍ତି ଓ ସୁଧ ଯାହାକି ଉପର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରହିଛି, ତାହା ଯେକୌଣସି ପ୍ରକାର ପରିଶୋଧର ବ୍ୟବସ୍ଥା, ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ, ବାର୍ଷିକ, ବୁଲେଟ ପେମେଣ୍ଟ ଇତ୍ୟାଦି ହୋଇଥାଉ ପଛେ, ସେଥିପାଇଁ ପ୍ରଯୁଜ୍ୟ । ମିଆଦୀ ଋଣ ସକାଶେ, ଯେଉଁ କ୍ଷେତ୍ରରେ ପରିଶୋଧ ସମୟ ଆରମ୍ଭ ହୋଇନାହିଁ, ସେ କ୍ଷେତ୍ରରେ ତିନିମାସ ପାଇଁ କେବଳ ସୁଧ ପୈଠ ଅବଧିକୁ ହିଁ ବିବେଚନା କରାଯିବ ।

ପ୍ରଶ୍ନ : ୬:କୌଣସି ଏକ ଉତ୍ପାଦ ଅଥବା ଯାହାକି ଋଣ ନୀତିରେ ନିର୍ଦ୍ଧାରିତ ହୋଇଛି  ଯଦି ପରିବର୍ଦ୍ଧିତ ମିଆଦୀ ଋଣର କାର୍ଯ୍ୟକାଳ ସୀମାକୁ ଅତିକ୍ରମ କରିଯିବ, ସେ କ୍ଷେତ୍ରରେ କଣ ହେବ?

ଉତ୍ତର : ଏହାକୁ ସେଭଳି ସବୁ ମିଆଦୀ ଋଣ କ୍ଷେତ୍ରରେ ବଢ଼ାଇ ଦିଆଯିବ ଯାହା ପାଇଁ କୌଣସି ପ୍ରକାର ଉଲ୍ଲଂଘନ କିମ୍ବା ମଞ୍ଜୁରି ପାଇଁ ଅନୁମତି ଲୋଡ଼ିବାକୁ ପଡ଼ିବନାହିଁ ।

ପ୍ରଶ୍ନ - ୭: କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧକୁ ବିଚାରକୁ ନିଆଯିବା କ୍ଷେତ୍ରରେ କି ପ୍ରକାର ବ୍ୟବସ୍ଥା କରାଯାଇଛି?

ଉତ୍ତର: ୩୧ ମାର୍ଚ୍ଚ, ୩୦ ଅପ୍ରେଲ ଓ ୩୧ ମେ, ୨୦୨୦ ପାଇଁ କ୍ୟାସ କ୍ରେଡ଼ିଟ୍/ ଓଭରଡ୍ରାଫ୍ଟ ଉପରେ ପ୍ରଯୁଜ୍ୟ ସୁଧ ଅସୁଲ ଅବଧିକୁ ଟାଳି ଦିଆଯାଇଛିକିନ୍ତୁ ସେହି କ୍ଷେତ୍ରରେ, ସୁଧ ସହ ସମସ୍ତ ବକେୟା ସୁଧ ରାଶି ପରବର୍ତ୍ତୀ ସୁଧ ଅସୁଲ ତାରିଖ ସହ  ୩୦ ଜୁନ, ୨୦୨୦ ସୁଦ୍ଧା ଯାହା ପ୍ରଯୁଜ୍ୟ ହେଉଥିବ ତାହା ଅସୁଲ କରାଯିବ ଏବଂ ଯେଉଁ କ୍ଷେତ୍ରରେ ମାସିକିଆ ସୁଧ ପ୍ରଯୁଜ୍ୟ ହେଉନଥିବ, ପାହା ପରବର୍ତ୍ତୀ ସୁଧ ଅସୁଲ ତାରିଖରେ ଆଦାୟ କରାଯିବ ।

ପ୍ରଶ୍ନ -୮: ଆରବିଆଇ ଦ୍ୱାରା ଘୋଷିତ ଏଭଳି ରିହାତିର ପ୍ରଭାବ ଋଣଗ୍ରହୀତାମାନଙ୍କ ଉପରେ କିଭଳି ପଡ଼ିବ, ବିଶେଷ କରି ଯେଉଁ କ୍ଷେତ୍ରରେ ଋଣ ପରିଶୋଧରେ ଖିଲାଫ ନଜରକୁ ଆସିବ?

ଉତ୍ତର : ଯେକୌଣସି ଋଣ ହୋଇଥାଉ ପଛେ, ନିର୍ଦ୍ଧାରିତ ସମୟରେ ପରିଶୋଧ କରାନଗଲେ ଖିଲାଫ ବୋଲି ବିବେଚିତ ହୋଇଥାଏ ୫ କୋଟି ଓ ତଦୁର୍ଦ୍ଧ ପରିମାଣର ବ୍ୟବସାୟିକ ଋଣ ପାଇଁ, ବ୍ୟାଙ୍କମାନେ ଓଭରଡିଉ ସ୍ଥିତି ସଂପର୍କରେ ଆରବିଆଇକୁ ସିଆରଆଇଏଲସି ମାଧ୍ୟମରେ ଅବଗତ କରିଥାନ୍ତି । ଏଭଳି ରିଲିଫ୍ ପ୍ୟାକେଜ ଦ୍ୱାରା ୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଓଭରଡିଉ ସ୍ଥିତି କ୍ରେଡ଼ିଟ ବ୍ୟୁରୋ/ ସିଆରଆଇଏଲସିକୁ ତିନିମାସ ପର୍ଯ୍ୟନ୍ତ ସୂଚୀତ କରାଯିବନାହିଁ । ଏଥିପାଇଁ ବ୍ୟାଙ୍କମାନଙ୍କୁ କୌଣସି ଦଣ୍ଡନୀୟ ସୁଧ କିମ୍ବା ଚାର୍ଜ ଦେବାକୁ ପଡ଼ିବନାହିଁ । ସେହିଭଳି, ସେବି ମଧ୍ୟ ଅନୁମତି ପ୍ରଦାନ କରିଛି ଯେ କ୍ରେଡ଼ିଟ୍ ରେଟିଂ ଏଜେନ୍ସିମାନେ (ସିଆରଏ) ଏଭଳି ବିଳମ୍ପକୁ ପଞ୍ଜୀକୃତ କମ୍ପାନୀମାନଙ୍କୁ ଖିଲାଫକାରୀ ବୋଲି ବିବେଚିତ କରାଯିବନାହିଁ ଏବଂ ତାହା ଯଦି କୋଭିଡ଼- ୧୯ କାରଣରୁ କରାଯାଇଥିବା ଲକ୍ଡ଼ାଉନ ସ୍ଥିତି ଯୋଗୁ ଉତ୍ପନ୍ନ ହୋଇଥିବା ସେହି କ୍ଷେତ୍ରରେ ଏହା ବିବେଚିତ ହେବ ।

ପ୍ରଶ୍ନ ୯: ଏହାର ଅର୍ଥ କଣ ବୁଝାଯିବ ଯେ ବ୍ୟବସାୟିକ ସଂସ୍ଥାମାନେ/ ବ୍ୟକ୍ତିବିଶେଷ ଏଥିରୁ ଉଦ୍ଦିଷ୍ଟ ଫାଇଦା ନେବା ଉଚିତ?

ଉତ୍ତର:ଏହି ପ୍ୟାକେଜରୁ ଆପଣ ଚାହିଁଲେ ଫାଇଦା ଉଠାଇପାରିବେ ଯଦି ଆପଣଙ୍କ ପୁଞ୍ଜି ପ୍ରବାହ ବାଧାପ୍ରାପ୍ତ ହୋଇଥିବ କିମ୍ବା ଆପଣଙ୍କ ଉପାର୍ଜନରେ କ୍ଷତି ଘଟିଥିବ । କିନ୍ତୁ ଆପଣଙ୍କୁ ସ୍ମରଣ ରଖିବାକୁ ହେବ ଯେ ଋଣ ଉପରେ ଧାର୍ଯ୍ୟ ସୁଧ, ଯଦିଚ ମାଧ୍ୟତାମୂଳକ ଭାବେ ତୁରନ୍ତ ପରିଶୋଧ କରିବାକୁ ପଡ଼ିବନାହିଁ ଓ ତିନିମାସ ପାଇଁ ଘୁଞ୍ଚାଯାଇପାରିବ, ତାହା ଆପଣଙ୍କ ଋଣରାଶି ଉପରେ ହିଁ ବୃଦ୍ଧି ପାଇବ ଓ ସେଥିପାଇଁ ଆପଣଙ୍କୁ ପରେ ଅଧିକ ଅର୍ଥ ଦେବାକୁ ପଡ଼ିବ ।

ଆପଣଙ୍କୁ ଏହାର ଏକ ଉଦାହରଣ ଦେବାକୁ ଦର୍ଶାଯାଇପାରେ ଯେ, ଧରାଯାଉ ଆପଣଙ୍କ ଉପରେ ଏବେ ୧୦୦,୦୦୦ ଟଙ୍କାର ବକେୟା ଋଣ ପରିଶୋଧ କରିବାକୁ ରହିଛି ଓ ଆପଣଙ୍କ ଋଣ ଉପରେ ୧୨ ପ୍ରତିଶତ ସୁଧ ହିସାବ କରାଯାଉଛି । ସେପରି କ୍ଷେତ୍ରରେ ଆପଣଙ୍କୁ ପ୍ରତି ମାସରେ ୧,୦୦୦ ଟଙ୍କାର ସୁଧ ଦେବାକୁ ପଡ଼ୁଛି । ଯଦି ଆପଣ ପ୍ରତି ମାସରେ ସୁଧ ପୈଠ କରିବାକୁ ଚାହିଁବେ ନାହିଁ, ଆପଣଙ୍କୁ ସେ କ୍ଷେତ୍ରରେ ବାର୍ଷିକ ୧୨ ପ୍ରତିଶତ ହିସାବରେ ସୁଧ ଦେବାକୁ ପଡ଼ିବ ଓ ତଦନୁସାରେ ତୃତୀୟ ମାସ ଶେଷରେ ଆପଣଙ୍କୁ ଟ.୩,୦୩୦.୧୦ ଦେବାକୁ ହେବ ।

ସେହିଭଳି ଯଦି ୧୦ ପ୍ରତିଶତ ହିସାବରେ ସୁଧ ଅସୁଲ କରାଯାଉଥିବ, ଆପଣଙ୍କୁ ମାସିକ ୮୩୩ ଟଙ୍କା କିମ୍ବା ତିନିମାସ ପରେ ୨,୫୨୧ ଟଙ୍କା ଦେବାକୁ ହେବ ।

ପ୍ରଶ୍ନ :୧୦: ଯଦି ଏହି ସମୟରେ କୌଣସି ବ୍ୟାଙ୍କ କର୍ମଚାରୀ କିମ୍ବା ତାଙ୍କର କଲେକସନ୍ ଏଜେଣ୍ଟ ମୋ ପାଖକୁ ଆସନ୍ତି ସେଥିରେ ମୋର ବ୍ୟସ୍ତ ହେବାର କିଛି ଅଛି କି?

ଉତ୍ତର : ସେଥିରେ ଆପଣ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ଓ ଆପଣ ବ୍ୟାଙ୍କ୍ କର୍ମଚାରୀ/ କଲେକସନ୍ ଏଜେଣ୍ଟଙ୍କୁ କହନ୍ତୁ ଯେ ଆପଣ ଏଭଳି ସୁବିଧା ଉପଭୋଗ କରିବାକୁ ଚାହାନ୍ତି ଯାହାକି ନିୟନ୍ତ୍ରକ ପ୍ୟାକେଜ୍ ଅଧୀନରେ ସଂପ୍ରସାରିତ କରାଯାଇଛି ।

ପ୍ରଶ୍ନ -୧୧: ମୋର କ୍ରେଡ଼ିଟ୍ କାର୍ଡ଼ ଅର୍ଥ ପରିପ୍ରେକ୍ଷୀରେ ଏହାର ସୁବିଧା କ?

ଉତ୍ତର : କ୍ରେଡ଼ିଟ୍ କାର୍ଡ଼ ପେମେଣ୍ଟ ପାଇଁ ମଧ୍ୟ ଏହି ରିହାତି ଉପଲବ୍ଧ ।

କ୍ରେଡ଼ିଟ୍ କାର୍ଡ଼ ବକେୟା ଅର୍ଥ ଶୁଝିବା କ୍ଷେତ୍ରରେ, ସର୍ବନିମ୍ନ ପରିମାଣ ଅର୍ଥ ପରିଶୋଧ କରିବାର ଏକ ଆବଶ୍ୟକତା ରହିଛି ଏବଂ ଯଦି ତାହା ଶୁଝାନଯାଏ ତାହା କ୍ରେଡ଼ିଟ୍ ବ୍ୟୁରୋଙ୍କୁ ସୂଚୀତ କରାଯାଇଥାଏ । ଆରବିଆଇଙ୍କ ସର୍କୁଲାର ପରିପ୍ରେକ୍ଷୀରେ, କ୍ରେଡ଼ିଟ୍ କାର୍ଡ଼ ଆକାଉଣ୍ଟରେ ଓଭରଡିଉ ସଂପର୍କରେ କ୍ରେଡ଼ିଟ୍ ବ୍ୟୁରୋମାନଙ୍କୁ ତିନିମାସ ପର୍ଯ୍ୟନ୍ତ ଅବଗତ କରାଯାଇ ନଥାଏ ।

କିନ୍ତୁ, ଅପରିଶୋଧ ରାଶି ଉପରେ କ୍ରେଡ଼ିଟ୍ କାର୍ଡ଼ ପ୍ରଦାନକାରୀ ସଂସ୍ଥା ସୁଧ ଲାଗୁ କରିପାରିବେ । ତେଣୁ ଆପଣ ଆପଣଙ୍କର କ୍ରେଡ଼ିଟ୍ କାର୍ଡ଼ ଯୋଗାଣକାରୀ ସଂସ୍ଥାଙ୍କ ସହ ସୁଧ ଦେଣ ସଂପର୍କରେ ଆଲୋଚନା କରିବା ଉଚିତ । ଯଦିଚ ଏହି ଅବଧିରେ କୌଣସି ପେନାଲ ସୁଧ ଧାର୍ଯ୍ୟ କରାନଯିବ, ତଥାପି ଆପଣ ସଦାସର୍ବଦା ସ୍ମରଣ ରଖିବା ଉଚିତ ଯେ କ୍ରେଡ଼ିଟ୍ କାର୍ଡ଼ ପରିଶୋଧ ଅର୍ଥ ଉପରେ ସଦାବେଳେ ଅଧିକ ସୁଧ ବସାଯାଇଥାଏ ଯାହାକି ସାଧାରଣ ବ୍ୟାଙ୍କ ସୁଧହାର ଠାରୁ ଅଧିକ ଏବଂ ତଦନୁସାରେ ଆପଣ ନିଜର ନିଷ୍ପତ୍ତି ନେବା ଆବଶ୍ୟକ ।

ପ୍ରଶ୍ନ -୧୨:  ବ୍ୟବସାୟ ପାଇଁ ଅଣ-ପାଣ୍ଠି ଭିତ୍ତିକ ଠାରୁ ପାଣ୍ଠି ଭିତ୍ତିକ କିମ୍ବା ଏଫବି ଠାରୁ ଏନଏଫବି କ୍ଷେତ୍ରରେ ଅନୁମତି ପ୍ରଦାନ କରାଯାଇଥିବା ଆନ୍ତଃପରିବର୍ତ୍ତନୀୟତା କଣ ସୂଚୀତ କରେ?

ଉତ୍ତର:  ଆନ୍ତଃପରିବର୍ତ୍ତନୀୟତାର ପାଣ୍ଠି ଆଧାରିତ  ଅଂଶ ଉପରେ ଯେଉଁ ସୁଧ ଧାର୍ଯ୍ୟ କରାଯାଏ ତାହା ୧ ମାର୍ଚ୍ଚ ଠାରୁ ୩୧ ମେ, ୨୦୨୦ ଅବଧି ମଧ୍ୟରେ ଉପଯୋଗ କରାଯାଇପାରିବ ଯାହାକି ଛାଡ଼ ଅବଧି ପାଇଁ ପ୍ରଯୁଜ୍ୟ । ମାର୍ଚ୍ଚ ୧ ତାରିଖ ଠାରୁ କରାଯାଇଥିବା ନୂଆ ଋଣ ଓ ସେହି ଅବଧିରେ ହାସଲ କରାଯାଇଥିବା ଋଣ ଉପରେ ପାଣ୍ଠି ଆଧାରିତ ଅଂଶ ଉପରେ ପ୍ରଯୁଜ୍ୟ ସୁଧ ହିସାବ ଧାର୍ଯ୍ୟ କରାଯିବ ।

ପ୍ରଶ୍ନ -୧୩: ଏହା ଦ୍ୱାରା ବ୍ୟବସାୟିକ ସଂସ୍ଥାମାନଙ୍କୁ କିଭଳି ଭାବେ ରିହାତି ପ୍ରଦାନ କରାଯାଇଛି?

ଉତ୍ତର :ବ୍ୟବସାୟିକ ସଂସ୍ଥାମାନେ ବ୍ୟାଙ୍କମାନଙ୍କୁ ସେମାନଙ୍କର ଚଳନ୍ତି ପୁଞ୍ଜି ଆବଶ୍ୟକତାକୁ ପୁନଃଆକଳନ କରିବାପାଇଁ ଅନୁରୋଧ କରିପାରିବେ ଯାହାକି ସେମାନଙ୍କର ପୁଞ୍ଜି ପ୍ରବାହରେ ଘଟିଥିବା ବାଧା କିମ୍ବା ୱାର୍କିଂ କ୍ୟାପିଟାଲ ସାଇକ ଦ୍ୱାରା ଉତ୍ପନ୍ନ ହୋଇଛି । ସେମାନେ ଏନଏଫବି ସୁବିଧା (ଏଲସି/ ବିଜି ଇତ୍ୟାଦି) ଉପରେ ମାର୍ଜିନ ହ୍ରାସ କରିବା ପାଇଁ କିମ୍ବା ସିକ୍ୟୁରିଟି ଉପରେ ରିହାତି ପାଇଁ ଅନୁରୋଧ କରିପାରିବେବ୍ୟାଙ୍କ ଶାଖାମାନେ ପ୍ରତ୍ୟେକ କେକୁ ସେମାନଙ୍କର ଅନୁରୋଧର ସତ୍ୟତା ଆଧାରରେ ବିଚାର କରି ତଦନୁସାରେ ନିଷ୍ପତ୍ତି ଗ୍ରହଣ କରିପାରିବେ ।

ପ୍ରଶ୍ନ -୧୪: କାର୍ଯ୍ୟକାରୀ ପୁଞ୍ଜି ଅର୍ଥ ପ୍ରଦାନ ସହଜସାଧ୍ୟ କରିବାପାଇଁ ଏନବିଏଫସି/ ଏମଏଫଆଇ/ ଏଚଏଫସିମାନେ କ୍ଷମତାପ୍ରାପ୍ତ କି?

ଉତ୍ତର:ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଏହି ଯୋଜନାରେ ବିଚାରକୁ ନିଆଯାଇନାହିଁ । କିନ୍ତୁ, ଆରବିଆଇ ପର୍ଯ୍ୟାପ୍ତ ଲିକୁଡ଼ିଟି ସହାୟତା ସକାଶେ ସେହିସବୁ ଆର୍ଥିକ ମଧ୍ୟବର୍ତ୍ତୀ ସଂସ୍ଥାମାନଙ୍କ ଲାଗି ବ୍ୟବସ୍ଥା କରିଛନ୍ତି । ନିକଟରେ ପ୍ରବର୍ତ୍ତିତ ଟାର୍ଗେଟେଡ଼୍ ଲଙ୍ଗ ଟର୍ମ ରିଫାଇନାନ୍ସିଂ ଅପରେସନ୍ସକିମ୍ବା ଟିଏଲଟିଆରଓ ମାଧ୍ୟମରେ ଏଭଳି ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଦ୍ୱାର ବ୍ୟାଙ୍କମାନେ ଉପଭୋଗ କରୁଥିବା ଲିକୁଡ଼ିଟିକୁ ନିବେଶ ଗ୍ରେଡ଼ କର୍ପୋରେଟ ବଣ୍ଡ୍, ବ୍ୟବସାୟିକ କାଗଜାତ ଓ ଅଣ-ପରିବର୍ତ୍ତନଶୀଳ ଡ଼ିବେଞ୍ଚରରେ ଉପଯୋଗ କରିବେ । ପୁନଶ୍ଚ ତାହା ମାର୍ଚ୍ଚ ୨୭, ୨୦୨୦ ସୁଦ୍ଧା ସେମାନଙ୍କର ଏହି ବଣ୍ଡରେ ବକେୟା ନିବେଶ ବାହାରେ ହୋଇଥିବା ବାଂଛନୀୟ ।

ବ୍ୟାଙ୍କମାନେ ପ୍ରାଥମିକ ବଜାରକୁ ଜାରି କରିଥିବା ସେମାନଙ୍କର ଇନକ୍ରିମେଣ୍ଟାଲ ହୋଲ୍ଡିଂର ୫୦ ପ୍ରତିଶତ ଆହରଣ କରିଥିବା ଉଚିତ ଏବଂ ଅବଶିଷ୍ଟ ପଚାଶ ପ୍ରତିଶତ ସେକେଣ୍ଡାରୀ ବଜାର ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ୍ ଓ ଅଣ- ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀମାନେ ସାମିଲ ସେମାନେ ଆହରଣ କରିଥିବେ । ସେମାନଙ୍କୁ ପ୍ରଦତ୍ତ ସୁବିଧାସୁଯୋଗ ଦ୍ୱାରା ବ୍ୟାଙ୍କମାନେ କରିଥିବା ନିବେଶକୁ ମ୍ୟାଚୁରିଟି ପାଇଁ ସଂରକ୍ଷିତ (ଏଚଟିଏମ) ବୋଲି ବର୍ଗୀକୃତ କରାଯିବ ଯାହା ଏପରିକି ମୋଟ ଅନୁମୋଦିତ ମୋଟ ନିବେଶର ୨୫ ପ୍ରତିଶତରୁ ଅଧିକ ହୋଇଥିବ ତାହା ଏଚଟିଏମ ପୋର୍ଟଫୋଲିଓ ଭାବେ ବିବେଚିତ ହେବ । ଏହି ସୁବିଧା ହାସଲ କରୁଥିବା ସଂସ୍ଥାଙ୍କୁ ଲାର୍ଜ ଏକ୍ସପୋଜର ଫ୍ରେମୱାର୍କଭାବେ ଗଣାଯିବନାହିଁ । ବ୍ୟାଙ୍କମାନେ ଏନବିଏଫସି/ ଏମଏଫଆଇ/ ଏଚଏଫସି ଆଦିଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ସହଯୋଗ କରିବେ ଏବଂ ଆମେ ଏଥିରେ ସେଭଳି ଆର୍ଥିକ ମଧ୍ୟସ୍ଥବର୍ଗର ଅନୁଷ୍ଠାନମାନଙ୍କ ସକାଶେ କୌଣସି ଲିକୁଡ଼ିଟି ସଂକୋଚନର ଆଶଙ୍କା ଥିବା ଲକ୍ଷ୍ୟ କରୁନାହୁଁ ।

ପ୍ରଶ୍ନ -୧୫:  ଆରବିଆଇର ଏଭଳି ପଦକ୍ଷେପଗୁଡ଼ିକୁ ପୁନର୍ଗଠନବୋଲି ବିବେଚନା କରାଯିବ କି? ଏଥିରେ କି କି ବ୍ୟବସ୍ଥାମାନ ପ୍ରବର୍ତ୍ତନୀୟ?

ଉତ୍ତର : ଆରବିଆଇ ଦ୍ୱାରା ମାର୍ଚ୍ଚ ୨୭, ୨୦୨୦ ଦିନ କୋଭିଡ଼ -୧୯ ନିୟନ୍ତ୍ରଣ ପ୍ୟାକେଜ୍ ଭାବେ ଜାରି ସର୍କୁଲାର ଅଧୀନରେ ସ୍ଥିରୀକୃତ ପଦକ୍ଷେପଗୁଡ଼ିକୁ ପୁନର୍ଗଠନବୋଲି ବିବେଚନା କରାଯିବ ନାହିଁ । ତେଣୁ ଏହାକୁ ସମ୍ପତ୍ତି ବର୍ଗୀକରଣରେ ନିମ୍ନଗାମୀ (ଡାଉନଗ୍ରେଡ଼) ବୋଲି ଧରାଯିବ ନାହିଁ । ତଦନୁସାରେ, ପୁନର୍ଗଠିତ ଆକାଉଣ୍ଟସ୍ ପାଇଁ ସଂବର୍ଦ୍ଧିତ ବ୍ୟବସ୍ଥା ଏଥିପାଇଁ ଲାଗ ହେବନାହିଁ ।

ପ୍ରଶ୍ନ -:୧୬: କିସ୍ତି/ ଇଏମଆଇ ଯାହାକି ଏସଆଇ/ ଇସିଏସ/ ଏନଏସିଚ ମାଧ୍ୟମରେ ଆଦାୟ କରାଯାଉଛି ତାହା କ? କିସ୍ତି/ ଇଏମଆଇ ଫେରସ୍ତ ବିଧି କଣ ଯାହାକି ଋଣପ୍ରଦାନକାରୀମାନେ ଦାବି କରୁଛନ୍ତି?

ଉତ୍ତର : ସଂଶୋଧିତ ବିଧି ବ୍ୟବସ୍ଥା ସକାଶେ ଆପଣଙ୍କର ବ୍ୟାଙ୍କ ସହ ଦୟାପୂର୍ବକ ଯୋଗାଯୋଗ କରନ୍ତୁ ।

                                       ********************



(Release ID: 1609994) Visitor Counter : 300