ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ ପାଇଁ ଜେକେପି, ସେନା, ସିଆରପିଏଫ୍ ଓ ଗୁପ୍ତଚର ସଂସ୍ଥାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା
କୁଲଗାମରେ ଦିନକ ପୂର୍ବରୁ ଆତଙ୍କବାଦୀ ସହଯୋଗୀ ଉମର ନିସାର ମଧ୍ୟ ନିହତ
ଅଭିଯାନରେ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ୱୟ ପ୍ରଦର୍ଶିତ
ଦେଶ ଜେକେପି, ସେନା ଏବଂ ସିଆରପିଏଫ୍ ଏବଂ ଗୁପ୍ତଚର ଏଜେନ୍ସିର ସାହସୀ ଯବାନମାନଙ୍କୁ ସମ୍ମାନ ଜଣାଉଛି
ପୋଷ୍ଟ କରାଯିବା ଦିନାଙ୍କ:
18 NOV 2026 6:38PM by PIB Bhubaneswar
ଆଜି ସକାଳେ କୁଲଗାମରେ ଚାଲିଥିବା ଅପରେସନରେ ଉପତ୍ୟକାର ଶେଷ ଜଣାଶୁଣା ସ୍ଥାନୀୟ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ ହୋଇଥିବାରୁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଜେକେପି, ସେନା, ସିଆରପିଏଫ୍ ଏବଂ ଗୁପ୍ତଚର ଏଜେନ୍ସିର ସାହସୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘X’ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, “ଜେକେପି, ଭାରତୀୟ ସେନା, ସିଆରପିଏଫ୍ ଏବଂ ଗୁପ୍ତଚର ଏଜେନ୍ସିର ମିଳିତ ପ୍ରୟାସରେ ଉପତ୍ୟକାରେ ଶେଷ ଜଣାଶୁଣା ସ୍ଥାନୀୟ ଲସ୍କର ଆତଙ୍କବାଦୀ ଲତିଫ ଭଟ୍ଟ ଆଜି ସକାଳେ କୁଲଗାମରେ ହୋଇଥିବା ଅପରେସନରେ ନିହତ ହୋଇଛି। ତା’ର ଜଣେ ଆତଙ୍କବାଦୀ ସହଯୋଗୀ ଉମର ନିସାର ମଧ୍ୟ ପୂର୍ବ ଦିନ କୁଲଗାମରେ ନିହତ ହୋଇଥିଲା। ସମଗ୍ର ଅପରେସନ୍ ଏକ ଉଚ୍ଚ ସ୍ତରର ସମନ୍ୱୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା | ଦେଶ ଜେକେପି, ସେନା ଏବଂ ସିଆରପିଏଫ୍ ଏବଂ ଗୁପ୍ତଚର ଏଜେନ୍ସିର ସାହସୀ ଯବାନମାନଙ୍କୁ ସମ୍ମାନ ଜଣାଉଛି। ”
*****
SSP
(ରିଲିଜ ଆଡି: 2338241)
ପରିଦର୍ଶକ କାଉଣ୍ଟର : 6