ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫିଲିପାଇନ୍ସର ମନିଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 NOV 2026 11:41PM by PIB Bhubaneswar

ଫିଲିପାଇନ୍ସର ରାଷ୍ଟ୍ରପତି ଶ୍ରୀ ଫର୍ଡିନାଣ୍ଡ ଆର୍‌. ମାର୍କୋସ୍ ଜୁନିୟର୍‌ଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମନିଲା ଗସ୍ତ କରିବେ ।

ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନଭେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଥିବା ୨୩ତମ ଆସିଆନ୍‌-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍‌)ରେ ଅଂଶଗ୍ରହଣ କରିବେ । ୨୦୨୬ ପାଇଁ ଆସିଆନ୍‌ର ଅଧ୍ୟକ୍ଷ ଦେଶ ଭାବରେ ଫିଲିପାଇନ୍ସ ଏହି ସମ୍ମିଳନୀଗୁଡିକର ଆୟୋଜନ କରୁଛି ।

ଭାରତ-ଆସିଆନ୍ ସମ୍ପର୍କ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପାଇଁ ଆମର ଦୃଷ୍ଟିକୋଣର ଏକ ମୁଖ୍ୟ ଆଧାର । ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତ ଏବଂ ଆସିଆନ୍ ୨୦୨୬ ବର୍ଷକୁ ଆସିଆନ୍‌-ଭାରତ ସାମୁଦ୍ରିକ ସହଯୋଗ ବର୍ଷ ଭାବରେ ପାଳନ କରୁଛନ୍ତି । ଏହାଛଡା ୨୦୨୭ରେ ଉଭୟ ପକ୍ଷ ମଧ୍ୟରେ ଥିବା ସଂଳାପ ସମ୍ପର୍କର ୩୫ ବର୍ଷ ଏବଂ ବ୍ୟାପକ ରଣନୀତିକ ଭାଗୀଦାରୀର ୫ ବର୍ଷ ପୂର୍ତ୍ତି ହେବ ।

ସମେତ ଆସିଆନ୍‌-ଭାରତ ଶିଖର ସମ୍ମିଳନୀରେ ବ୍ୟାପକ ରଣନୀତିକ ଭାଗୀଦାରୀର କାର୍ଯ୍ୟକାରିତା ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ, ଯେଉଁଥିରେ ଆସିଆନ୍‌-ଭାରତ କାର୍ଯ୍ୟ ଯୋଜନା ୨୦୨୬-୨୦୩୦ ମଧ୍ୟ ସାମିଲ ରହିଛି । ଏହଥିସହ ଭବିଷ୍ୟତରେ ସହଯୋଗର ଦିଗ ନିର୍ଦ୍ଧାରଣ କରାଯିବ । 

ପୂର୍ବ ଏସିଆ ଶିଖର ସମ୍ମିଳନୀ, ଆସିଆନ୍ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଦେଶଗୁଡିକ ସହିତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତାମତ ଆଦାନପ୍ରଦାନ କରିବାର ଏକ ସୁଯୋଗ ପ୍ରଦାନ କରିବ ।

 

SR


(ରିଲିଜ ଆଡି: 2336107) ପରିଦର୍ଶକ କାଉଣ୍ଟର : 9