ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

କ୍ୟାବିନେଟ୍ ମଞ୍ଜୁରୀ: ବିହାରର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ଏନ୍‌ଏଚ୍‌-୨୨ ସଡ଼କ ୩,୫୯୦.୭୩ କୋଟି ଟଙ୍କା ବ୍ୟୟରେ ହେବ ୪ ଲେନ୍

प्रविष्टि तिथि: 19 AUG 2026 3:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବିହାରରେ ୨୨ ନମ୍ବର ଜାତୀୟ ରାଜପଥର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ସେକ୍ସନକୁ ୪-ଲେନ୍ ବିଶିଷ୍ଟ ମାନକକୁ ଉନ୍ନୀତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୮୨.୫୭୮ କିଲୋମିଟର ଦୈର୍ଘ୍ୟ ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡରେ ମୋଟ ୩,୫୯୦.୭୩ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ କରାଯିବ।

ବିହାରର ସମ୍ପ୍ରସାରିତ ହେଉଥିବା ଜାତୀୟ ରାଜପଥ ନେଟୱାର୍କ ସହିତ ସଂଯୋଗ ଥିବା ଯୋଗୁଁ ଏହି ପ୍ରସ୍ତାବିତ ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଏବଂ ଅର୍ଥନୈତିକ ମହତ୍ତ୍ୱ ରହିଛି। ଏହା ସୋନବର୍ଷାଠାରେ ଥିବା ଭାରତ-ନେପାଳ ସୀମାକୁ ଏନଏଚ୍-୨୭ (ପୂର୍ବ-ପଶ୍ଚିମ କରିଡର) ନିକଟସ୍ଥ ମୁଜାଫରପୁର ଭଳି ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ସହିତ ଯୋଡୁଥିବା ଏକ ପ୍ରମୁଖ ଫିଡର କରିଡର ଭାବରେ କାର୍ଯ୍ୟ କରିବ। ଏହି ପ୍ରକଳ୍ପ ଦ୍ୱାରା ମୁଜାଫରପୁର, ମକ୍‌ସୁଦପୁର, ରୁନ୍ନି ସୈଦପୁର, ଥୁମ୍ମା, ଡୁମରା, ଭୁଟାହୀ ଏବଂ ସୋନବର୍ଷାର ଜନବହୁଳ ଅଞ୍ଚଳଗୁଡ଼ିକରେ ଟ୍ରାଫିକ୍ ଭିଡ଼ ଯଥେଷ୍ଟ ହ୍ରାସ ପାଇବ। 

ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀ ଏବଂ ମାଲପରିବହନ ଅଧିକ ଶୀଘ୍ର ଓ ସୁରକ୍ଷିତ ହୋଇପାରିବ, ଯାତ୍ରା ଦକ୍ଷତା ବୃଦ୍ଧି ପାଇବ ଏବଂ ଆଞ୍ଚଳିକ ସଂଯୋଗୀକରଣ ସୁଦୃଢ଼ ହେବ। ଏହାକୁ ଘଣ୍ଟାପ୍ରତି ୧୦୦ କିମି ବେଗ ପାଇଁ ଡିଜାଇନ୍ କରାଯାଇଛି, ଓ ଯାନବାହାନଗୁଡ଼ିକର ହାରାହାରି ବେଗ ଘଣ୍ଟାପ୍ରତି ୮୦ କିମି ରହିବ। ଏହି ରାସ୍ତାର ଡିଭାଇଡରରେ କୌଣସି ସମତଳ ଖୋଲାସ୍ଥାନ ନଥିବାରୁ ଦ୍ରୁତ ଓ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ ହେବ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅନୁଯାୟୀ ଯୋଜନା କରାଯାଇଥିବା ଏହି ପ୍ରକଳ୍ପ, ଶିଳ୍ପାଞ୍ଚଳ ଏବଂ ପ୍ରମୁଖ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ, ସାମାଜିକ ଓ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି ମଲ୍ଟିମୋଡାଲ୍ ଏକତ୍ରୀକରଣକୁ ବୃଦ୍ଧି କରିବ। ଏହି ଉନ୍ନତ ସଂଯୋଗୀକରଣ ଦ୍ୱାରା ସାମଗ୍ରୀ ଏବଂ କୃଷି ଯୋଗାଣ ଶୃଙ୍ଖଳାର ଦକ୍ଷ ପରିବହନ ସହଜ ହେବ, ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ ବୌଦ୍ଧ ସର୍କିଟ୍ ଓ ସୀତାମଢ଼ୀର ଐତିହାସିକ ଜାନକୀ ପୁନୌରା ଧାମ ମନ୍ଦିର ଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ଧାର୍ମିକ ସ୍ଥଳଗୁଡ଼ିକୁ ସହଜ ଯାତାୟାତ ସୁବିଧା ଯୋଗାଇଦେବ।

ଏନଏଚ-୨୨ର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ସେକ୍ସନର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଏବଂ ଅର୍ଥନୈତିକ ମହତ୍ତ୍ୱ ରହିଛି, ଯାହା ଜାତୀୟ ମାଲପରିବହନ ଗ୍ରିଡ୍ ସହିତ ସହଜ ସଂଯୋଗ ନିଶ୍ଚିତ କରେ। ଏନଏଚ-୩୧ ଏବଂ ଏନଏଚ-୧୨୨ ଭଳି ବିଦ୍ୟମାନ କରିଡରଗୁଡ଼ିକ ସହିତ ଏହାର ଉତ୍ତମ ସମନ୍ୱୟ ବରୌନୀ ଭଳି ଶିଳ୍ପାଞ୍ଚଳ ଏବଂ ଗଙ୍ଗା ନଦୀ ଅବବାହିକାରେ ଥିବା ଲଜିଷ୍ଟିକ୍ସ ହବ୍ ଗୁଡ଼ିକୁ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ନିକଟସ୍ଥ ଭିଟାମୋଡ଼ ସ୍ଥଳ ବନ୍ଦର ମାଧ୍ୟମରେ ସୀମାପାର ଯାତ୍ରୀ ଏବଂ କାର୍ଗୋ ପରିବହନକୁ ମଧ୍ୟ ସୁଦୃଢ଼ କରିବ।

ଏହା ବ୍ୟତୀତ, ଯାନବାହନଗୁଡ଼ିକର ନିରବଚ୍ଛିନ୍ନ ଯାତାୟାତ ଏବଂ ସୁରକ୍ଷିତ, ଉଚ୍ଚ-ବେଗ ବିଶିଷ୍ଟ ଯାତ୍ରା ନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପରେ ୭ଟି ବଡ଼ ପୋଲ (ବାଗମତୀ ନଦୀ ଉପରେ ୩୪୦ ମିଟର ଲମ୍ବର ଏକ ପ୍ରମୁଖ ପୋଲ ସମେତ), ୩ଟି ରେଳୱେ ଓଭର ବ୍ରିଜ୍ ଏବଂ ୨ଟି ଫ୍ଲାଇଓଭର (୧୧୭୦ ମିଟର ଓ ୨୭୦ ମିଟର) ନିର୍ମାଣର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ଦ୍ୱାରା ହାରାହାରି ଯାତ୍ରା ବେଗ ବୃଦ୍ଧି ପାଇବ, ଯାତ୍ରା ସମୟ ହ୍ରାସ ପାଇବ ଏବଂ ସାମଗ୍ରିକ ସଡ଼କ ସୁରକ୍ଷା, ଇନ୍ଧନ ଦକ୍ଷତା ଓ ଯାନବାହନ ପରିଚାଳନା ଖର୍ଚ୍ଚରେ ସୁଧାର ଆସିବ, ଯାହା ଫଳରେ ଆଞ୍ଚଳିକ ଗମନାଗମନ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ବେଗ ମିଳିବ।

ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ସହଜ ଓ ନିରବଚ୍ଛିନ୍ନ ସଂଯୋଗୀକରଣ ଯୋଗାଇଦେବ। ଏହା ବ୍ୟତୀତ, ଏହି ଉନ୍ନୀତ କରିଡର ୫ଟି ପିଏମ ଗତି-ଶକ୍ତି ଅର୍ଥନୈତିକ କେନ୍ଦ୍ର (୪ଟି ଶିଳ୍ପାଞ୍ଚଳ/ଇଣ୍ଡଷ୍ଟ୍ରିଆଲ୍ ଏଷ୍ଟେଟ୍ ଏବଂ ୧ଟି ମେଗା ଫୁଡ୍ ପାର୍କ), ୪ଟି ସାମାଜିକ କେନ୍ଦ୍ର (ବାବା ଗରୀବନାଥ ମନ୍ଦିର, ମାତା ଜାନକୀ ମନ୍ଦିର, ପୁନୌରା ଧାମ, ଏବଂ ମୁଜାଫରପୁର ଓ ସୀତାମଢ଼ୀ ଆକାଂକ୍ଷୀ ଜିଲ୍ଲା), ଏବଂ ୨ଟି ଲଜିଷ୍ଟିକ୍ସ କେନ୍ଦ୍ର (ମୁଜାଫରପୁର ଓ ସୀତାମଢ଼ୀ ରେଳ ଷ୍ଟେସନ୍) ସହିତ ସଂଯୋଗୀକରଣକୁ ସୁଦୃଢ଼ କରିବ; ଯାହା ଫଳରେ ଏହି ଅଞ୍ଚଳରେ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଅଧିକ ଦ୍ରୁତ ଯାତାୟାତ ସହଜ ହୋଇପାରିବ।

 

TKM


(रिलीज़ आईडी: 2301383) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Assamese , Punjabi , Gujarati , Tamil , Kannada , Malayalam