ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮ ଅଗଷ୍ଟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଆଇଆଇଟି ଦିଲ୍ଲୀର ସୋନିପତ କ୍ୟାମ୍ପସରେ ଏଆଇ-ଚାଳିତ ‘ପରମ ପ୍ରଜ୍ଞା’ ସୁପରକମ୍ପ୍ୟୁଟିଂ ସୁବିଧାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 AUG 2026 9:35AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ସେ ୩୦୦୦ରୁ ଅଧିକ ସ୍ନାତକଙ୍କୁ ଉଦ୍‌ବୋଧନ ଦେବେ । ଏଥିସହ ୫୮୭ ଜଣ ପିଏଚ୍‌ଡି ଗବେଷକମାନଙ୍କୁ ଏହି ଉତ୍ସବରେ ଡିଗ୍ରୀ ପ୍ରଦାନ କରାଯିବ ।

ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇ, ପ୍ରଧାନମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବେ । ଏଥିରେ ‘ପ୍ରେସିଡେଣ୍ଟସ୍ ଗୋଲ୍ଡ ମେଡାଲ’, ‘ଡାଇରେକ୍ଟର୍ସ ଗୋଲ୍ଡ ମେଡାଲ’, ‘ଶଙ୍କର ଦୟାଲ ଶର୍ମା ଗୋଲ୍ଡ ମେଡାଲ’ ଏବଂ ‘ପରଫେକ୍ଟ ଟେନ୍ ଗୋଲ୍ଡ ମେଡାଲ’ ଅର୍ନ୍ତଭୁକ୍ତ ।

ଅତ୍ୟାଧୁନିକ ଗବେଷଣା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଅଗ୍ରଗତି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ‘ପରମ ପ୍ରଜ୍ଞା’ର ଉଦ୍‌ଘାଟନ କରିବେ । ଏହା ଆଇଆଇଟି ଦିଲ୍ଲୀର ସୋନିପତ କ୍ୟାମ୍ପସ୍‌ରେ ସ୍ଥାପିତ ଏକ ଏଆଇ ଚାଳିତ ଉଚ୍ଚ-କ୍ଷମତା ସମ୍ପନ୍ନ ସୁପରକମ୍ପ୍ୟୁଟିଂ ସୁବିଧା ଅଟେ । ଏହି ଅତ୍ୟାଧୁନିକ ସୁବିଧା ଏଆଇ, ଡାଟା ସାଇନ୍ସ, ଆଡଭାନ୍ସଡ୍ କମ୍ପ୍ୟୁଟିଂ ଏବଂ ବିଭିନ୍ନ ବିଷୟଭିତ୍ତିକ ଗବେଷଣା କ୍ଷେତ୍ରରେ ଅନୁଷ୍ଠାନର କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

 

SR

 

 


(रिलीज़ आईडी: 2296242) आगंतुक पटल : 17
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada , Malayalam